ସଂକଟରେ କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ,ଏକ ବଡ ଭାଗ ବିକ୍ରିକୁ ନେଇ ଚର୍ଚ୍ଚା

କରନ୍ ଜୋହର ବର୍ତ୍ତମାନ ନିଜ ଫିଲ୍ମ ‘ଜିଗ୍ରା’କୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଅକ୍ଟୋବର ୧୧ରେ ସିନେମା ଘରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଓ ବେଦାଙ୍ଗ ରାଇନା ମୁଖ୍ୟ ଭୂମିକାରେ ନଜରରେ ଆସିବେ । ଫିଲ୍ମର ଦମଦାର ଟ୍ରେଲର ରିଲିଜି ହୋଇସାରିଛି, ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ।
ଏହାରି ଭିତରେ କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବର ଅନୁସାରେ, ବର୍ତ୍ତମାନ କରନ୍ଙ୍କ ପ୍ରଡକ୍ସନ ହାଉସ୍ ଏବଂ ସାରେଗାମା ଇଣ୍ଡିଆ ମଧ୍ୟରେ ଏକ ବଡ ବିଜନେସ୍ ଡିଲ୍ ଉପରେ ଆଲୋଚନା ଚାଲିଛି । କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ କମ୍ପାନୀ ନିଜର ଏକ ବଡ ଭାଗକୁ ସାରେଗାମା ଇଣ୍ଡିଆ ଲିମିଟେଡକୁ ବିକିବାକୁ ଚିନ୍ତା କରୁଛି । କରନ୍ ଏହି ପ୍ରଡକ୍ସନ ହାଉସର ନିର୍ମାତା ତଥା ମାଲିକ ହୋଇଥିବାବେଳେ ସିଇଓ ଥିଲେ ଅପୂର୍ବ ମେହେତା ।
ଏକ ରିପୋର୍ଟରୁ ଜଣାପଡିଛି ଯେ ଏହି ଡିଲ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଏହା ମଧ୍ୟ ସମ୍ଭବ ହୋଇପାରେ ଯେ ଏହି ଆଲୋଚନା କୌଣସି ଫଳାଫଳରେ ପହଞ୍ଚି ନ ପାରେ । ରିପୋର୍ଟ ଅନୁଯାୟୀ, ସାରେଗାମା ଇଣ୍ଡିଆ ଲିମିଟେଡ୍ ନିକଟରେ ପକେଟ୍ ଏସ୍ ପିକ୍ଚର କିଣିଛି । ଏବେ କମ୍ପାନୀ ଫିଲ୍ମ ଏବଂ ଓଟିଟି ପ୍ଲାଟଫର୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, ଯାହାକୁ ସେ ଧର୍ମା ପ୍ରଡକ୍ସନ ସହିତ ଆରମ୍ଭ କରିବ ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଡିଲ୍ ଏ ପର୍ଯ୍ୟନ୍ତ ଫାଇନାଲ ପର୍ଯ୍ୟାୟରେ ପହଞ୍ଚି ନାହିଁ । ସୂତ୍ର ଅନୁଯାୟୀ, ଏହି ଡିଲ ହୋଇପାରେ କିମ୍ବା ନ ହୋଇ ବି ପାରେ । ଆଉଟଲେଟ୍ କହିଛି ଯେ ବକ୍ସ ଅଫି