ତୁଳସୀ ପୂଜା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ପୂଜା କରିବାର ନିୟମ

ହିନ୍ଦୁ ଧର୍ମରେ ତୁଳସୀ ପୂଜାର ମହତ୍ତ୍ବ ବହୁତ ଅଧିକ । ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀ ତୁଳସୀରେ ବାସ କରନ୍ତି । ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ପୂଜା କରାଯାଏ । ଯେଉଁ ଘରେ ପ୍ରତିଦିନ ତୁଳସୀ ପୂଜା କରାଯାଏ ସେହି ଘରେ ମା’ ଲକ୍ଷ୍ମୀ ସର୍ବଦା ବାସ କରନ୍ତି । ବ୍ରହ୍ମାଣ୍ଡର ରକ୍ଷକ ଭଗବାନ ବିଷ୍ଣୁଙ୍କର ମଧ୍ୟ ତୁଳସୀ ବହୁତ ପ୍ରିୟ ।
ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରାଯାଉଥିବା ନୈବେଦ୍ୟରେ ତୁଳସୀ ପତ୍ର ବ୍ୟବହାର କରାଯାଏ । ସନ୍ଧ୍ୟାରେ ତୁଳସୀ ପୂଜାର ଗୁରୁତ୍ବ ଅଧିକ ଥାଏ । ତୁଳସୀ ଗଛ ମୂଳରେ ଦୀପ ଜଳାଯାଏ । ଯେଉଁ ଘରେ ତୁଳସୀ ଗଛକୁ ପୂଜା କରାଯାଏନି ଦେବୀ ଲକ୍ଷ୍ମୀ ସେହି ଘରେ ପ୍ରବେଶ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ଆଳତୀ ସମୟରେ ତୁଳସୀ ଗଛ ମୂଳରେ କଣ ଅର୍ପଣ କରିବା ଉଚିତ । ଏହା ସହିତ ଜାଣି ରଖନ୍ତୁ ତୁଳସୀ ପୂଜା ସମୟରେ କେଉଁ ଭୁଲ କରିବେ ନାହିଁ ।
ସନ୍ଧ୍ୟାରେ ଆଳତୀ କରିବା ସମୟରେ ତୁଳସୀ ଗଛ ମୂଳରେରେ ଘିଅ କିମ୍ବା ସୋରିଷ ତେଲର ଦୀପ ଜାଳନ୍ତୁ । ପରେ ଧୂପକାଠି ଜାଳନ୍ତୁ । ଆଳତୀ ସମୟରେ ଫୁଲ, , ଚାଉଳ , ଚନ୍ଦନ ଏବଂ ସିନ୍ଦୁର ଅର୍ପଣ କରିବା ଉଚିତ । ଚାଉଳ ଅର୍ପଣ କରିବା ଦ୍ବାରା ଶୁଭ ଫଳ ମିଳିଥାଏ । ଏହା ବ୍ୟତୀତ ପୂଜା ସମୟରେ ମିଠା କିମ୍ବା ଫଳ ଅର୍ପଣ କରିବା ଉଚିତ । ଆଳତୀ କରିବା ପରେ ତୁଳସୀ ଗଛର ପରିକ୍ରମା କରନ୍ତୁ ଏବଂ ତୁଳସୀ ମନ୍ତ୍ର ଜପ କରନ୍ତୁ ।
ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛକୁ ସ୍ପର୍ଶ କରିବା ନିଷେଧ, ତେଣୁ ସନ୍ଧ୍ୟାରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ । ତୁଳସୀ ଗଛ ମୂଳରେ ଦୀପ ଜାଳିବା ସମୟରେ ଚାଉଳ ଅର୍ପଣ କରନ୍ତୁ । ତୁଳସୀ ପୂଜା କରିବା ସମୟରେ କେଶ ଖୋଲା ରଖିବା ଉଚିତ୍ ନୁହେଁ । ସନ୍ଧ୍ୟାରେ ତୁଳସୀ ଆଳତୀ ସମୟରେ ଜଳ ଅର୍ପଣ କରିବା ଅନୁଚିତ୍ ।



