ମନୋରଞ୍ଜନ

Akshay Kumar ଙ୍କ ପତ୍ନୀ Twinkle Khanna ଙ୍କ ଠାରୁ ମଧ୍ୟ ଆହୁରି ଅଧିକ ସୁନ୍ଦର ଅଟନ୍ତି ତାଙ୍କ ଶାଳି, ଥରେ ଦେଖିଲେ ହେଇଯିବେ ଦିବାନା

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଖିଲାଡ଼ି କୁମାର ଙ୍କ ନାମରେ ପରିଚିତ ଥିବା ସଫଳ ଅଭିନେତା ଆଉ କେହି ନୁହେଁ , ସେ ହେଉଛନ୍ତି ଅକ୍ଷୟ କୁମାର । ସେ ଏହି ନାମରେ ପରିଚିତ ହେବା କାରଣ ହେଉଛି, ସେ ତାଙ୍କର ସବୁ ଫିଲ୍ମରେ ନିଜେ ଷ୍ଟନ୍ଟ କରିଥାନ୍ତି । ସେ ତାଙ୍କ ଫିଲ୍ମରେ ବହୁତ୍ ଗୁଡ଼ିଏ ଷ୍ଟନ୍ଟ ନିଜେ ନିର୍ଦ୍ଦେଶିତ ମଧ୍ୟ କରିଛନ୍ତି , ଅକ୍ଷୟ କୁମାର ବର୍ଷକୁ ୪ ରୁ ୫ ଟି ଫିଲ୍ମ୍ ରିଲିଜ କରିଥାନ୍ତି । ଏଥି ଲାଗି ଦର୍ଶକ ମାନେ ତାଙ୍କ ଆଗାମୀ ଫିଲ୍ମ୍ ଦେଖିବା ପାଇଁ ବହୁତ୍ ଉତ୍ସାହିତ ହୋଇଥାନ୍ତି ।

ବନ୍ଧୁଗଣ ଏହା ସହ ଅକ୍ଷୟ କୁମାର ଧନ ଅର୍ଜନ କରିବା ସହ , ହିନ୍ଦୀ ଚଳଚିତ୍ର ଜଗତର ଏକ ନାମୀ ଦାମୀ ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଅଭିନେତା ଅକ୍ଷୟ କୁମାର ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା “ରାଜେଶ ଖନ୍ନା” ଙ୍କ ଝିଅ ‘ଟ୍ଵିଙ୍କିଲ ଖନ୍ନା’ ଙ୍କୁ ବିବାହ କରିଛନ୍ତି। ଏହି ଯୋଡ଼ିଙ୍କ ସାକ୍ଷତ ଏକ ଫିଲ୍ମ ଫେୟାର ଆୱାର୍ଡ ଫଁକ୍ସନ ରେ ହୋଇଥିଲା।

ପରେ ଦୁହେଁ ଏକାଠି ଫିଲ୍ମ ‘ଇଣ୍ଟରନ୍ୟାସନାଲ ଖିଲାଡି’ ରେ ଅଭିନୟ କରିଥିଲେ।ଏହି ଫିଲ୍ମ ଜରିଆରେ ଦୁହିଁଙ୍କ ବନ୍ଧୁତା ଭଲ ପାଇବାରେ ପରିବର୍ତ୍ତନ ହୋଇଥିଲା ଏବଂ ଏହି ଯୋଡ଼ି ୨୦୦୧ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ।


ଟ୍ଵିଙ୍କିଲ ଖନ୍ନା ନିଜ ପିତା ଙ୍କ ଭଳି ବଲିଉଡ ଇଣ୍ଡଷ୍ଟ୍ରୀ ରେ ଖ୍ୟାତି ଅର୍ଜନ କରିପାରି ନଥିଲେ। ତାଙ୍କ ଫିଲ୍ମ ‘ମେଲା’ ଫ୍ଲପ୍ ହେବା ପରେ ସେ ଅଭିନେତା ‘ଅକ୍ଷୟ କୁମାର’ ଙ୍କୁ ବିବାହ କରିଥିଲେ। ଅକ୍ଷୟ କୁମାର ନିଜ ପତ୍ନୀ ଟ୍ଵିଙ୍କିଲ ଖନ୍ନା ଙ୍କୁ ନିଜର ଲକି ଚାର୍ମ ବୋଲି କୁହନ୍ତି। ବନ୍ଧୁଗଣ ଆପଣ ମାନେ ଟ୍ଵିଙ୍କିଲ ଖନ୍ନା ଙ୍କ ସମ୍ବନ୍ଧରେ ତ ଜାଣିଛନ୍ତି।ଯଦି ସୁନ୍ଦରତା ସମ୍ବନ୍ଧରେ କହିବା ତେବେ ଟ୍ଵିଙ୍କିଲ ଙ୍କ ଠାରୁ ତାଙ୍କ ଭଉଣୀ ଅଧିକ ସୁନ୍ଦର ଅଟନ୍ତି।


ଟ୍ଵିଙ୍କିଲ ଖନ୍ନା ଙ୍କ ଭଉଣୀ ଙ୍କ ନାମ ‘ରିଙ୍କି ଖନ୍ନା’ ଅଟେ।ତାଙ୍କ ଜନ୍ମ ୨୭ ଜୁଲାଇ ୧୯୭୭ ମସିହାରେ ମୁମ୍ବାଇ ରେ ହୋଇଥିଲା। ସେ ମଧ୍ୟ ନିଜର ପରିବାର ଙ୍କ ପରମ୍ପରା ନିମନ୍ତେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ‘ଜିସ ଦେଶ ମେ ଗଙ୍ଗା ରେହତା ହେ’, ‘ପ୍ୟାର ମେ କଭି କଭି’, ‘ମଜନୁ’ ଭଳି ଫିଲ୍ମ ରେ ରିଙ୍କି ଙ୍କୁ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା।

ନିଜ ଭଉଣୀ ଙ୍କ ପରି ତାଙ୍କ ଫିଲ୍ମୀ କ୍ୟାରିଅର ମଧ୍ୟ ଦୀର୍ଘ ସମୟ ଧରି ରହିନଥିଲା। ଜଣେ ବିଜନେସ ମ୍ୟାନ ଙ୍କୁ ବିବାହ କରିବା ପରେ ରିଙ୍କି ଲଣ୍ଡନ ରେ ରହୁଛନ୍ତି ଏବଂ ବର୍ତ୍ତମାନ ଲାଇମ୍ ଲାଇଟ ରୁ ଦୂରରେ ଅଛନ୍ତି।ଦର୍ଶକ ମାନଙ୍କ ମତରେ ଅଭିନେତ୍ରୀ ‘ରିଙ୍କି ଖନ୍ନା’ ନିଜ ବଡ଼ ଭଉଣୀ ଟ୍ଵିଙ୍କିଲ ‘ଖନ୍ନା’ ଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button