ଦେଶ ବିଦେଶ

ଇଂଲଣ୍ଡ୍‌ରୁ ଭାରତକୁ ଆସିବ ଅଫ୍‌ଜଲ୍‌ ଖାଁଙ୍କୁ ମାରିବା ପାଇଁ ଶିବାଜୀ ବ୍ୟବହାର କରିଥିବା ‘ବାଘନଖ’ – Utkal Mail


ମୁମ୍ବାଇ: ୧୬୫୯ରେ ଛତ୍ରପତି ଶିବାଜୀ ଯେଉଁ ‘ବାଘନଖ’ ନାମକ ଅସ୍ତ୍ରରେ ବିଜାପୁର ସୁଲ୍‌ତାନ୍‌ଙ୍କ ସେନାପତି ଅଫ୍‌ଜଲ୍‌ ଖାଁଙ୍କୁ ହତ୍ୟା କରିଥିଲେ ତାହା ଭାରତକୁ ଫେରାଇ ଦେବା ପାଇଁ ଇଂଲଣ୍ଡ୍‌ ରାଜି ହୋଇଥିବା କଥା କେନ୍ଦ୍ର ସଂସ୍କୃତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱାର୍‌ କହିଛନ୍ତି।

ସମ୍ପ୍ରତି ଲଣ୍ଡନ୍‌ସ୍ଥିତ ‘ଭିକ୍ଟୋରିଆ ଆଣ୍ଡ୍‌ ଆଲ୍‌ବର୍ଟ ମ୍ୟୁଜିୟମ୍‌’ରେ ଏହି ଐତିହାସିକ ଯୁଦ୍ଧାସ୍ତ୍ରଟି ପ୍ରଦର୍ଶନ ହେଉଛି। ତାହାକୁ ଫେରସ୍ତ ଅଣାଯିବା ନିମନ୍ତେ ଔପଚାରିକ ବୁଝାମଣା ପତ୍ରରେ ସ୍ବାକ୍ଷର କରିବା ଲାଗି କେନ୍ଦ୍ର ସଂସ୍କୃତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱାର୍‌ ଚଳିତ ମାସରେ ଇଂଲଣ୍ଡ୍‌ ଗସ୍ତ କରିବେ।

ମୁଙ୍ଗାନ୍ତିୱାର୍‌ କହିଛନ୍ତି, ଯଦି ସବୁ କଥା ଯୋଜନା ମୁତାବକ ଚାଲେ ତେବେ ପ୍ରସିଦ୍ଧ ‘ବାଘନଖ’ ଚଳିତ ବର୍ଷ ସ୍ବଦେଶ ଫେରିବ। ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘନଖ’ ଫେରାଇବାକୁ ରାଜି ଦର୍ଶାଇ ଇଂଲଣ୍ଡ୍‌ର ସରକାରୀ କର୍ତ୍ତୃପକ୍ଷମାନ ପଠାଇଥିବା ଖଣ୍ଡେ ଚିଠି ଆମେ ପାଇଛୁ। ହିନ୍ଦୁ ପଞ୍ଜିକା ଅନୁସାରେ, ଯେଉଁ ଦିନ ଶିବାଜୀ ଅଫ୍‌ଜଲ୍‌ ଖାଁଙ୍କୁ ହତ୍ୟା କରିଥିଲେ ତା’ର ବାର୍ଷିକୀରେ ଆମେ ଉକ୍ତ ‘ବାଘନଖ’ଟିକୁ ଫେରସ୍ତ ପାଇପାରୁ। ଅବଶ୍ୟ ଏଥିପାଇଁ ଅନ୍ୟ କୌଣସି ଦିନ ଧାର୍ଯ୍ୟ କରିବା ପାଇଁ ମଧ୍ୟ ବିବେଚନା ଚାଲିଛି। ଏବଂ କିଭଳି ତାହାକୁ ଅଣାଯିବ ତା’ର ମଧ୍ୟ ଯୋଜନା କରାଯାଉଛି। ‘ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର୍‌’ ଅନୁସାରେ ନଭେମ୍ବର ୧୦ ତାରିଖ ଦିନ ଅଫ୍‌ଜଲ୍‌ ଖାଁଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ, ଆମେ ତିଥି ପଞ୍ଜିକା ଗଣନା କରି ଉକ୍ତ ଦିନ ଧାର୍ଯ୍ୟ କରିବୁ।

Image Courtesy of Times of India

ସେ ଆହୁରି ମଧ୍ୟ କହିଛନ୍ତି, ଇଂଲଣ୍ଡ୍‌ ସଂଗ୍ରହାଳୟରେ ପ୍ରଦର୍ଶନ କରାଯାଉଥିବା ଶିବାଜୀଙ୍କ ଖଣ୍ଡା ‘ଜଗଦମ୍ବା’କୁ ମଧ୍ୟ ଫେରସ୍ତ ଆଣିବା ପାଇଁ ଉଦ୍ୟମ କରିବୁ। କିନ୍ତୁ, ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘନଖ’ ଇତିହାର ଏକ ଅମୂଲ୍ୟ ସମ୍ପଦ ଏବଂ ତା’ ସହିତ ରାଜ୍ୟବାସୀଙ୍କ ଆବେଗ ଜଡ଼ିତ ହୋଇ ରହିଛି। ତେଣୁ, ବିଶେଷ ଏବଂ ବ୍ୟକ୍ତିଗତ ଦାୟିତ୍ବ ସହକାରେ ତାହାକୁ ଇଂଲଣ୍ଡ୍‌ରୁ ଅଣାଯିବ।

ଉଲ୍ଲେଖଯୋଗ୍ୟ, ଇସ୍ପାତରେ ନିର୍ମିତ ଏହି ଅସ୍ତ୍ରରେ ଅଛି ୪ଟି ନଖ। ହାତର ପ୍ରଥମ ଓ ଚତୁର୍ଥ ଆଙ୍ଗଠିରେ ଏହାକୁ ଧାରଣ କରିବା ପାଇଁ ରହିଛି ଦୁଇଟି ‘ବଳା’ ବା ‘ରିଙ୍ଗ୍‌’।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button