ନୀତି

ମାଷ୍ଟର୍‌ ସେଫ୍‌ ଇଣ୍ଡିଆ-୨୦୨୩କୁ ମିଳିଲା ବିଜେତା: ଜାଣନ୍ତୁ ପୁରସ୍କାର ରାଶି ଭାବେ କେତେ ଟଙ୍କା ପାଇଲେ – Utkal Mail


 ନୂଆଦିଲ୍ଳୀ: ଦୀର୍ଘ ମାସ ହେବ ଯେଉଁ କ୍ଷଣର ଅପେକ୍ଷା ଥିଲା ଶେଷରେ ସେହି କ୍ଷଣ ଆସିଯାଇଛି। ମାଷ୍ଟର୍‌ ସେଫ୍‌ ଇଣ୍ଡିଆ-୨୦୨୩କୁ ବିଜେତା ମିଳିସାରିଛି। ଡିସେମ୍ବର ୮ (ଗତକାଲି) ମାଷ୍ଟର୍‌ ସେଫ୍‌ ଇଣ୍ଡିଆର ଫାଇନାଲ୍‌ ଥିଲା। ଯେଉଁଥିରେ ୨୪ ବର୍ଷୀୟ ମହମ୍ମଦ ଆସିକ ବିଜୟ ଲାଭ କରିଛନ୍ତି। ମାସ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଆସିକ ମାଷ୍ଟର୍‌ ସେଫ୍‌ର ଟ୍ରଫି ପାଇବାରେ ସଫଳ ହୋଇଛନ୍ତି। ତେବେ ଚାଲନ୍ତୁ ଜାଣିବା ଟ୍ରଫି ସହ ଆସିକଙ୍କୁ ଆଉ କ’ଣ ପୁରସ୍କାର ଆକାରରେ ମିଳିଛି।

ମାଷ୍ଟର୍‌ ସେଫ୍‌ ଇଣ୍ଡିଆର ଏହି ସିଜିନ୍‌ ପ୍ରାୟ ୮ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା। ଏଥର ସୋ’କୁ ଜଜ୍‌ କରୁଥିଲେ ବିକାଶା ଖାନ୍ନା, ରଣବୀର ବରାର୍‌ ଓ ପୂଜା ଢିଙ୍ଗ୍‌। ବିଚାରପତିମାନଙ୍କ ପରାମର୍ଶ ଅନୁସାରେ ଆସିକ ପ୍ରତିଦିନ ନିଜକୁ ଅଧିକ ଅଧିକ ସୁଧାରି ଚାଲିଲେ। ସବୁ ବିଚାରପତିମାନେ ତାଙ୍କର ସ୍ବାଦିଷ୍ଟ ରୋଷେଇକୁ ବେଶ୍‌ ପସନ୍ଦ କରୁଥିଲେ। ଶେଷରେ ଆସିକଙ୍କ ପରିଶ୍ରମ ଫଳ ଦେଲା। ବିଚାରପତିମାନେ ତାଙ୍କୁ ହିଁ ପ୍ରତିଯୋଗିତାର ବିଜୟୀ ଘୋଷଣା କରିଛନ୍ତି।

ସୋ’ରେ ଟ୍ରଫି ଜିତିବା ସାଥେ ସାଥେ ମହମ୍ମଦ ଆସିକ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି। ତାଙ୍କ ସହ ଅନ୍ୟ ଦୁଇ ପ୍ରତିଦ୍ବନ୍ଦୀ ବି ଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲେ। ହେଲେ ବିଚାରପତିମାନଙ୍କ ମନକୁ ଆସିକଙ୍କ ଖାଇବାର ସ୍ବାଦ ବେଶ୍‌ ପାଇଥିଲା।

ମହମ୍ମଦ ଆସିକ ମେ‌ଙ୍ଗାଲୁରରେ ରହନ୍ତି। ମାଷ୍ଟର୍‌ ସେଫ୍‌ ବନିବା ପୂର୍ବରୁ ସେ ନିଜ ଗ୍ରାମରେ ଏକ ସ୍ଥାନରେ ଜୁସ୍‌ ଦୋକାନ କରି ଜୁସ୍‌ ବିକୁଥିଲେ। ତାଙ୍କୁ ଖାଦ୍ୟ ବନାଇବାକୁ ବହୁତ ଭଲଲାରେ। ଯେଉଁଥିପାଇଁ ସେ ମାଷ୍ଟ୍‌ରସେଫ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button