ଶରୀରରେ ଅଚାନକ ଝିଟିପିଟି ପଡିଯିବାର ଅର୍ଥ କଣ ହୋଇଥାଏ ? Astrology

1- ଯଦି କୌଣସି ପୁରୁଷର ଡାହାଣ ହାତରେ ଝିଟିପିଟି ପଡିଥାଏ । ତେବେ ଝିଟିପିଟିର ସେହି ପୁରୁଷ ଉପରେ ଏଭଳି ଭାବେ ପଡିବାକୁ ବହୁତ ଶୁଭ କୁହାଯାଇଥାଏ । ଏଥିରେ ସେହି ପୁରୁଷ ପାଖକୁ ଧନ ଆଗମନର ସଂକେତ ମିଳିଥାଏ । ହେଲେ ପୁରୁଷଙ୍କର ବାମ ହାତରେ ଝିଟିପିଟି ପଡିବାକୁ ଅଶୁଭ ବୋଲି ମାନାଯାଇଥାଏ ।
2- ମହିଳା ମାନଙ୍କର ବାମ ହାତରେ ଝିଟିପିଟି ପଡିବାକୁ ଶୁଭ ମାନାଯାଉଥିବା ବେଳେ ଡାହାଣ ହାତରେ ଝିଟିପିଟି ପଡିବାକୁ ଅଶୁଭ ବୋଲି ମାନା ଯାଇଥାଏ । କାରଣ ଏହା ଦ୍ଵାରା ସେହି ମହିଳାର ବହୁତ୍ବ ଶୀଘ୍ର ଧନହାନୀ ହେବାକୁ ଯାଉଛି ବୋଲି ସୂଚନା ଏଥିଦ୍ବାରା ମିଳିଯାଇଥାଏ ।
3- ଯେତେବେଳେ ଘରେ ଗୋଟିଏ ଝିଟିପିଟି ଉପରେ ଅନ୍ୟ ଏକ ଝିଟିପିଟି ପଡି ରହିଥାଏ । ତେବେ ଏହାର ମାନେ ହେଉଛି କି ! ଆପଣ ବହୁତ ଶୀଘ୍ର ଆପଣଙ୍କର କୌଣସି ଅତି ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ଆଗାମୀ ସମୟରେ ହେବାକୁ ଯାଉଛନ୍ତି ।
4- ଭୋଜନ କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି । ଏହାକୁ ଶୁଭ ସଂକେତ ବୋଲି ବିଚାର କରାଯାଇଥାଏ । ତେଣୁ ଯଦି ଭୋଜନ ସମୟରେ ଝିଟିପିଟି ଉପରେ ନଜର ପଡିଯାଇଥାଏ । ତେବେ ଏହା ଆପଣଙ୍କୁ ଭଲ ସୂଚନା ଦେଇଥାଏ ।
5- ମହିଳାଙ୍କର ନାଭୀ ଉପରେ ଝିଟିପିଟି ପଡିଲେ । ସେହି ମହିଳାର ପୁତ୍ର ପ୍ରାପ୍ତି କରିବାର ସମ୍ଭାବନା ରହିଥାଏ ।
6- ଯେତେବେଳେ ଘରେ କୌଣସି ସମୟରେ ଝିଟିପିଟି ଝଗଡା କରିବାର ଦେଖିବାକୁ ପାଆନ୍ତି । ତେବେ ସେହିଦିନ ଆପଣଙ୍କୁ ଅଧିକ ସାବଧାନ ହୋଇ ଚଳିବା ଉଚିତ । ନଚେତ ଆପଣଙ୍କର କାହା ସହ ଝଗଡା ହେବାର ସମ୍ଭାବନା ଆଗାମୀ ସମୟରେ ରହିଥାଏ ।
7- ପୁରୁଷର ଯିବା ଆସିବା ସମୟରେ ଯଦି ଝିଟିପିଟି ତାହାର ମୁଣ୍ଡରେ କି ଡାହାଣ ହାତରେ ପଡିଥାଏ । ତେବେ ସେହି ପୁରୁଷକୁ ସମାଜରେ ମାନ ସମ୍ମାନ ମିଳିବାକୁ ଯାଉଛି ବୋଲି ଏହାର ଅର୍ଥ ହୋଇଥାଏ ।