ଜୀବନଶୈଳୀ

ଏହି ଗୋଟେ ଜିନିଷ ହେଉଛି ନାରୀ ମାନଙ୍କର ଦୁର୍ବଳତା। ଜାଣନ୍ତୁ

ପୌରାଣିକ ଯୁଗରେ ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଟଣିତିଜ୍ଞ, ବୁଦ୍ଧିମାନ ଓ ଜ୍ଞାନୀ ଥିଲେ। ଆଜିର ଆଧୁନିକ ଯୁଗରେ ମଧ୍ୟ ତାଙ୍କ ଦ୍ଵାରା ରଚିତ ନୀତି ଗ୍ରନ୍ଥରେ ବର୍ଣ୍ଣିତ ରହିଛି। ଆଜି ଆମେ ଆପଣଙ୍କୁ ନୀତି ଗ୍ରନ୍ଥରେ ଥିବା ମହିଳାଙ୍କ ସମ୍ବନ୍ଧିତ କିଛି ଜରୁରୀ କଥା କହିବାକୁ ଯାଉଛୁ। ମହିଳା ମାନେ କେଉଁ କଥା ସବୁ ନିଜ ସ୍ବାମୀଙ୍କୁ ଲୁଚାଇ ଥାଆନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଭଗବାନଙ୍କ ସୃଷ୍ଟିରେ ନାରୀକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି। ଏହି ସୃଷ୍ଟିରେ କେହି ମଧ୍ୟ ନାରୀ ମାନଙ୍କୁ ବୁଝି ପାରନ୍ତି ନାହିଁ। ଜଣେ ନାରୀ ନିଜ ଚରିତ୍ରର ସାମର୍ଥ୍ୟରେ ଘରକୁ ସ୍ବର୍ଗ କିମ୍ବା ନର୍କ ବନେଇବାର କ୍ଷମତା ରଖିଥାଏ। ନାରୀ ହିଁ ପରିବର୍ତ୍ତନର କାରଣ ହୋଇଥାଏ। ନାରୀ ଯୋଗୁଁ ଘରେ ସୁଖଶାନ୍ତି ବିଦ୍ୟମାନ ହେବା ସହିତ ନାରୀ ସବୁ ସଂକଟର ସମାଧାନ ମଧ୍ୟ ବାହାର କରିଥାଏ। କିନ୍ତୁ ସମାଜ ସର୍ବଦା ନାରୀକୁ ଦବେଇ ରଖିବାକୁ ଚେଷ୍ଟା କରିଥାଏ।

ଯେଉଁ ଘରେ ନାରୀର ଅସମ୍ମାନ ହୋଇଥାଏ, ସେଠାରେ ଦେବୀ ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ। ଯେଉଁ ଘରେ ମହିଳାଙ୍କୁ ମାରପିଟ କରି ଅସମ୍ମାନ କରାଯାଇଥାଏ, ସେହି ଘରେ ସର୍ବଦା ଦାରିଦ୍ର୍ୟତା ବାସ କରିଥାଏ। ତେଣୁ ପୁରୁଷ ମାନେ ନିଜ ଅହଙ୍କାର ଛାଡ଼ି ସ୍ତ୍ରୀ ମାନଙ୍କୁ ସମ୍ମାନ ଦେବା ଆବଶ୍ୟକ। ଅଧିକାଂଶ ମହିଳା ମାନେ କିଛି ଗୁପ୍ତ କଥା ନିଜ ସ୍ଵାମୀଙ୍କ ଠାରୁ ଲୁଚାଇ ଥାଆନ୍ତି। କାରଣ ସେମାନେ ନିଜ ସ୍ବାମୀ ଓ ତାଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ନହେଉ ବୋଲି ଚାହିଁଥାନ୍ତି।

ମହିଳା ମାନଙ୍କୁ କେବେବି ନିଜ ଦୁର୍ବଳତା ବିଷୟରେ ଅନ୍ୟମାନଙ୍କୁ କହିବା ଉଚିତ ନୁହେଁ। ନଚେତ ପରିବାର ଲୋକେ ଆପଣଙ୍କର ଦୁର୍ବଳତାକୁ ନେଇ ଫାଇଦା ଉଠାଇ ପାରନ୍ତି। ପ୍ରତ୍ୟେକ ମହିଳା ମାନେ ସବୁ କର୍ତ୍ତବ୍ୟ କରିବା ଉଚିତ। କିନ୍ତୁ ସମସ୍ତଙ୍କ କଥା ମାନିବା ଅନୁଚିତ। ମହିଳା ମାନେ ପ୍ରଥମେ ନିଜକୁ ଭଲପାଇବା ଉଚିତ। ଏହାସହିତ ନିଜ ଦୁର୍ବଳତା ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button