ମନୋରଞ୍ଜନ

‘ଦି କଶ୍ମୀର ଫାଇଲ୍ସ’କୁ ନେଇ ବିବାଦୀୟ ବୟାନ ଦେବା ପରେ କ୍ଷମା ମାଗିଲେ ଇସ୍ରାଏଲ ଫିଲ୍ମ ନିର୍ମାତା

ନୂଆଦିଲ୍ଲୀ: ଇସ୍ରାଏଲ ଫିଲ୍ମ ନିର୍ମାତା ତଥା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ୨୦୨୨ର ଜୁରୀ ହେଡ ନାଦବ ଲେପିଡ ବଲିଉଡ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ‘ପ୍ରପାଗଣ୍ଡା ଭଲଗର’ କହିବା ପରେ ଚର୍ଚ୍ଚା ଜୋର ଧରିଥିଲା । ବୟାନକୁ ନେଇ ବିବାଦ ଘେରକୁ ଆସିବା ପରେ ଲେପିଡ କ୍ଷମା ମାଗିଛନ୍ତି । ଲୋକଙ୍କ ଭାବନାକୁ ଆଘାତ କରିବା ମୋ ଉଦ୍ଦେଶ୍ୟ ନଥିଲା ବୋଲି ଲେପିଡ କହିଛନ୍ତି ।

ଫିଲ୍ମ ନିର୍ମାତା ନାଦବ ଲେପିଡ ନଭେମ୍ବର ୨୨ରେ ଗୋଆରେ ଆୟୋଜିତ ହୋଇଥିବା ଆଇଏଫଏଫଆଇ ୨୦୨୨ ଉତ୍ସବରେ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ପରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ, ଅନୁପମ ଖେର ଓ ପଲ୍ଲବୀ ଯୋଶୀଙ୍କ ସମେତ ‘ଦି କଶ୍ମୀର ଫାଇଲ୍ସ’ ଟିମ୍ ନାଦବଙ୍କ ବୟାନକୁ ନେଇ ନିନ୍ଦା କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button