ନୀତି

ଯଦି ବିବାହ ଦିନ ଅଚାନକ ବର୍ଷା ହେବାକୁ ଲାଗେ, ତେବେ ଭଗବାନ ଦେଇଥାନ୍ତି ଏହି ବିଶେଷ ସଙ୍କେତ, ଜାଣନ୍ତୁ କିପରି?

ଆମ ଦେଶରେ ବିବାହ ଏକ ପର୍ବ ଭଳି ହୋଇଥାଏ ଓ ଏହାର ପ୍ରସ୍ତୁତି କିଛି ମାସ ପୂର୍ବରୁ ହିଁ ଆରମ୍ଭ ହୋଇଯାଏ । ଘର ଲୋକ ବିବାହର ପ୍ରସ୍ତୁତିରେ ଲାଗି ପଡନ୍ତି । ସମ୍ପର୍କୀୟ ମାନେ ଦୂର ଦୁରାନ୍ତରୁ ଆସିଥାନ୍ତି । ଘରର ପ୍ରତ୍ୟେକ ସଦସ୍ୟ ବିବାହର କୌଣସି ନା କୌଣସି କାମରେ ଲାଗି ପଡନ୍ତି । କିନ୍ତୁ ବହୁତ ସମୟରେ ଦେଖାଯାଏ କି ସବୁ ପ୍ରସ୍ତୁତି ବର୍ବାଦ ହୋଇ ଯାଇଥାଏ ଯେବେ ବିବାହ ଦିନ ବର୍ଷା ହୋଇଥାଏ । ଏହି କଥା ବହୁତ କମ ଲୋକଙ୍କୁ ଜଣା ଥିବ କି ବିବାହରେ ବର୍ଷା ହେବାର କଣ ମାନେ ହୋଇଥାଏ ? ତେବେ ଚାଲନ୍ତୁ ଜାଣିବା କି ଯଦି କୌଣସି ବିବାହରେ ଅଚାନକ ବର୍ଷା ହୋଇଥିଲେ ଏହାର ମାନେ କଣ ହୋଇଥାଏ?

ବାସ୍ତବରେ ବିବାହ ଦିନ ହେଉଥିବା ବର୍ଷା ଲୋକଙ୍କ ପାଇଁ କିଛି ସମସ୍ୟାର କାରଣ ହୋଇଥିଲେ ମଧ୍ୟ ଏହା ଏକ ବିଶେଷ ପ୍ରକାରର ସଙ୍କେତ ଦେଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା ଜଣାଇବାକୁ ଯାଉଛୁ ସେଥିରୁ ଆପଣଙ୍କୁ ବିଶ୍ଵାସ ହୋଇଯିବ କି ବିବାହ ଦିନ ବର୍ଷା ହେବା ଶୁଭ ହୋଇଥାଏ ।

ପ୍ରକୃତରେ ବିବାହ ଦିନ ବର୍ଷା ହେବା ପ୍ରକୃତିର ବିଶେଷ ସଙ୍କେତ ହୋଇଥାଏ । ବିବାହ ଦିନ ବର୍ଷା ହେବା ଭାଗ୍ୟ ଭଲ ର ପ୍ରତୀକ ଅଟେ । ବର୍ଷା ଯେଉଁ ପ୍ରକାରର ପୃଥିବୀର ଶୁଖିଲା ମାଟିକୁ ଓଦା କରିଥାଏ ସେହି ପ୍ରାକାରର ବିବାହ ଦିନ ହେଉଥିବା ବର୍ଷା ଇଶ୍ଵରଙ୍କର ଆଶୀର୍ବାଦ ହୋଇଥାଏ । ଏହା ବିବାହ ସଫଳ ହେବାର ପ୍ରତୀକ ଅଟେ । ଆପଣ ଏହାକୁ ପ୍ରକୃତି ତରଫରୁ ବର ବଧୂଙ୍କୁ ଆଶୀର୍ବାଦ ମାନି ପାରନ୍ତି ।

ବିବାହରେ ବର୍ଷା ହେବାର କଣ ମାନେ ହୋଇଥାଏ । ଆପଣ ଏହାକୁ ଏପରି ବି ଭାବି ପାରନ୍ତି କି ବିବାହ ଦିନ ହେଉଥିବା ବର୍ଷା ସୁଖ ସମୃଦ୍ଧିର ପ୍ରତୀକ ଅଟେ । ପ୍ରକୃତି ସଙ୍କେତ ଦେଇଥାଏ କି ସେହି ବିବାହ ସଫଳ ହେବ । ପ୍ରକୃତି ସେଙ୍କେତ ଦେଇଥାଏ କି ବରବଧୂଙ୍କ ଜୀବନ ଖୁସିମୟ ଓ ସମୃଦ୍ଧିଶାଳି ରହିବ । ବର୍ଷାର ପାଣି ଯେଉଁ ପ୍ରକାର ଫସଲକୁ ଉପୁଯାଇଥାଏ ସେହି ପ୍ରକାରର ବିବାହ ଦିନ ହେଉଥିବା ବର୍ଷା ନବ ଦମ୍ପତ୍ତିଙ୍କ ପରିବାର ବଢିବାର ସଙ୍କେତ ହୋଇଥାଏ ।

ଏଥିପାଇଁ ଯଦି ଆପଣଙ୍କ ବିବାହରେ ମଧ୍ୟ ବର୍ଷା ହେଉଛି ତେବେ ଏହାକୁ ଆପଣ ଅଶୁଭ ମାନନ୍ତୁ ନାହିଁ । ବିବାହରେ ବର୍ଷା ହେବାର ମାନେ କଣ ହୋଇଥାଏ ଏହା ତ ଆପଣ ଜାଣିଗଲେ। ଏହା ଆମ ପାଇଁ ଏକ ବହୁତ ବଡ ଶୁଭ ସଙ୍କେତ ଅଟେ । ଏଥିପାଇଁ ଯଦି ଆପଣ କାହାର ବିବାହରେ ଯାଆନ୍ତି ତେବେ ନିଜକୁ ପଛେ କିଛି କଷ୍ଟ ହେଉ ବର୍ଷା ହେବା ପାଇଁ ଶୁଭ କାମନା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button