ଜୀବନଶୈଳୀ

ବୁଲିବା ପାଇଁ ପ୍ଲାନ କରୁଛନ୍ତି କି, ତେବେ ଏହିସବୁ ସ୍ଥାନକୁ ଯାଆନ୍ତୁ

ଆଉ କିଛି ଦିନ ପରେ ନୂଆ ବର୍ଷ। ଆଉ ସମସ୍ତେ ଏଇ ବର୍ଷକୁ ମନେ ରଖିବା ପାଇଁ ଅନେକ ଜାଗାକୁ ବୁଲିବାକୁ ଯାଉଛନ୍ତି। ଏମିତି ଜାର ଥଣ୍ତାରେ ପିକନିକ ଯିବାକୁ ମନ ହେବା ସ୍ବାଭାବିକ କଥା। ତେବେ ଏହାରି ଭିତରେ  ଅନେକ ଲୋକ ବୁଝିପାରନ୍ତିନି କି ସେମାନେ ଏହି ଦିନରେ କେଉଁଠିକି ବୁଲିବାକୁ ଯିବେ।

ତେବେ ଯଦି ଆପଣଙ୍କର ବୁଲିବା ପାଇଁ ପ୍ଲାନ କରୁଛନ୍ତି ତେବେ ଏଥର କାଶ୍ମୀର ଯିବା ପାଇଁ ଯୋଜନା କରନ୍ତୁ। କାରଣ ସେଠାରେ ଆପଣ ସ୍ନୋ ଫଲ ଦେଖିପାରିବେ। ନିଜ ପରିବାର କିମ୍ବା ନିଜ ଫ୍ୟାମିଲ ସହ ତୁଶାର ପାତର ମଜା ନେବାକୁ ଚାହୁଁଛନ୍ତି ତେବେ କାଶ୍ମୀର ଆପଣଙ୍କ ପାଇଁ ସର୍ବୋତ୍ତନ ସ୍ଥାନ ହୋଇ ପାରିବ। ଶୀତଦିନେ କାଶ୍ମୀରକୁ ସ୍ବର୍ଗ ବୋଲି କୁହାଯାଏ। ଏଠାରେ ଆପଣଙ୍କୁ ସୁନ୍ଦର ଏବଂ ଆର୍କଶଣୀୟ ଦୃଶ୍ୟ ଦେଖିବାକୁ ମିଳିବ।

ଯଦି ଆପଣ କାଶ୍ମୀର ଯିବାକୁ ପ୍ଲାନ କରୁଛନ୍ତି ତେବେ, ନିହାତି ଶ୍ରୀନଗରକୁ ଆପଣଙ୍କ ପ୍ନାନରେ ସାମିଲ କରନ୍ତୁ। କାରଣ ଶୀତଦିନେ ଏଇ ସ୍ଥାନ ସ୍ବର୍ଗଭଳି ଲାଗିବ।  ଏହି ଦିନରେ ଡାଲ ହ୍ରଦରେ ବରଫ ଜମି ରହିଥାଏ। ଫଳରେ ଆପଣ ଏକ ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ। କେବଳ କାଶ୍ମୀର ନୁହେଁ ଶ୍ରନଗରରେ ମଧ୍ୟ ତୁଷାରପାତ ହୁଏ।

କାଶ୍ମୀର ଓ ଶ୍ରୀନଗର ଭଳି ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ଗୁଲମାର୍ଗରେ ତୁଷାରପାତ ହୋଇଥାଏ। ସେଥିପାଇଁ ଶୀତଦିନେ ସେଠାରେ ଲୋକଙ୍କ ଭିଡ ପ୍ରବଳ। ଏହି ସମୟରେ ଆପଣ ଏଠି ସ୍ନୋବୋର୍ଡିଂ ଏବଂ ସ୍କିଙ୍ଗ ଉପଭୋଗ କରିପାରିବେ। ଯଦି ଆପଣ କାଶ୍ମୀର ଯାଉଛନ୍ତି ତେବେ ଗୁଲମାର୍ଗ ନିଶ୍ଚିନ୍ତ ଯାଆନ୍ତୁ। ଯଦ୍ବାର ଆପଣଙ୍କ 2024 ବର୍ଷ ଖାସ ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button