ବ୍ୟବସାୟ

ଚାକିରି ଛାଡି ଏକ ଏକରରୁ ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି ଶିବ ଶଙ୍କର, ଦେଖନ୍ତୁ ତାଙ୍କୁ କେମିତି ମିଳିଲା ଏହି ସଫଳତା

ଭାରତରେ ସରକାର କେତେଥର ବଦଳି ଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର କୃଷକ ମାନଙ୍କର ସମସ୍ୟାର ସମାଧାନ କରି ପାରି ନାହାନ୍ତି । ଏହିଥର କେନ୍ଦ୍ର ସରକାର ଚାଷୀମାନଙ୍କର ଆମଦାନୀକୁ ଦୁଇଗୁଣା କରିବା ପାଇଁ ୨୦୨୨ ପର୍ଯ୍ୟନ୍ତ ଲକ୍ଷ ରଖିଛନ୍ତି । କିନ୍ତୁ ଏହି କୃଷକ ଜଣକ ନିଜର ଆମଦାନୀକୁ ଦୁଇ ଗୁଣା ନୁହେଁ ପାଞ୍ଚ ଗୁଣା କରି ଦେଖାଇ ଦେଇଛନ୍ତି । ଏହିଭଳି କରିଥିବା ଗ୍ରାମ ପ୍ରଭୁବାଲାର କୃଷକ ଶିବ ଶଙ୍କର ଅଟନ୍ତି ।

ପାରମ୍ପାରିକ ଚାଷ ଛାଡି ଆପଣାଇ ଥିଲେ ବଗିଚାକାମ

ସେ କେବଳ ପାରମ୍ପାରିକ ଚାଷ ନୁହେଁ ନିଜର ଚାକିରି ଛାଡି ଏକ ରିସ୍କ ନେଲେ ଏବଂ ବଗିଚାକାମକୁ ନିଜର ଆୟର ସାଧନ କରିନେଲେ । ବଗିଚାକାମ ଅନୁସାରେ ପ୍ରତି ଏକରରୁ ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି ଶିବ ଶଙ୍କର । ଏତିକି ନୁହେଁ ଶିବ ଶଙ୍କର କୃଷକମାନଙ୍କୁ ବଗିଚାକାମ ଆପଣାଇବା ପାଇଁ ଏବଂ ବୈଜ୍ଞାନିକ ଉପାୟରେ ଚାଷ କରିବା ପାଇଁ ମଧ୍ୟ ପ୍ରେରିତ କରୁଛନ୍ତି ।

ଶିବ ଶଙ୍କର କହିଲେ କି ସେ ୨୦୦୫ରେ ପାରମ୍ପାରିକ ଉପାୟରେ ଗହମ ଚାଷ କରିବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ଅଧିକ କଷ୍ଟ କରିବାକୁ ପଡିଥିଲା ଏବଂ ଲାଭ ବି କମ ମିଳୁଥିଲା । ଏହା ପରେ ସେ କୃଷକ ସମୂହରେ ମିଶି ଗଲେ । ଏବଂ କେନ୍ଦ୍ର ସରକାରଙ୍କର ଏନଏଚ ସ୍କୀମ ସହ ମିଶିଲେ ଏବଂ ପୁଣି ବଗିଚାକାମର ଚାଷ ବୈଜ୍ଞାନିକ ଉପାୟରେ କରିବା ଆରମ୍ଭ କରିଲେ । ସେ ନିଜର ୨୫ ଏକର ଜମିରେ ଚାଷ କରୁଛନ୍ତି ।

ଏମିତି ବଞ୍ଚାଇଲେ ଟଙ୍କା ଏବଂ ପାଣି

ଶିବ ଶଙ୍କର କହିଲେ କି ତାଙ୍କୁ ଚାଷ ଜମିରେ ପାଣି ଦେବା ପାଇଁ ଟ୍ଯୂବୱେଲ ଚଳାଇବାକୁ ପଡୁଥିଲା ଏବଂ ଯେଉଥିରେ ତାଙ୍କର ଅଧିକ ଟଙ୍କା ଖର୍ଚ ହେଉଥିଲା । ଏହା ପରେ ସେ ସରକାରଙ୍କର ସ୍କିମ ଦ୍ଵାରା ନିଜ ଚାଷ ଜମିରେ ୮୦ ଫୁଟର ସାମୁଦାୟିକ ଟ୍ୟାଙ୍କ କରିଲେ ଏବଂ ସେଥିରେ ନିଜ କେନାଲରେ ପାଣି ଢାଳିବା ଆରମ୍ଭ କରିଲେ । ଏହା ପରେ ପାରମ୍ପରିକ ସିଚାଇ କରିବା ପରିବର୍ତ୍ତେ ଟପକା ସିଚାଇ ଆରମ୍ଭ କରିଦେଲେ । ଏଥିରେ ପାଣି ଏବଂ ଟଙ୍କା ଉଭୟ ବଞ୍ଚି ଥାଏ ।

ପ୍ରଥମେ ପ୍ରତି ଏକର ଜମିରୁ ସେ ୨୦ – ୨୫ ହଜାର ଟଙ୍କା ହିଁ ଆୟ କରି ପାରୁଥିଲେ, କିନ୍ତୁ ଯେବେଠୁ ସେ ବଗିଚାକାମ ଆପଣାଇ ଛନ୍ତି ସେବେଠୁ ତାଙ୍କୁ ୨.୫ ଲକ୍ଷ ଟଙ୍କା ବାର୍ଷିକ ଲାଭ ହେଉଛି । କହି ଦେଉଛୁ ଯେ ଶିବ ଶଙ୍କର ପିଜୁଳି, କମଳା, ବେଦେନା, ବର କୋଳି, ଖରବୁଜା ଇତ୍ୟାଦି ଚାଷ କରୁଛନ୍ତି ଯେଉଁଥିରୁ ତାଙ୍କୁ ଅଧିକ ଲାଭ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button