ଦେଶ ବିଦେଶ

ଇସ୍ରାଏଲକୁ ସମର୍ଥନ କରିବା ଯୋଗୁଁ ଭାରତ ଉପରେ ପ୍ରତିଶୋଧ ନେଉଛି କି କତାର ? – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ କତାରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଭାରତକୁ ଚିନ୍ତାରେ ପକାଇଦେଇଛି । କତାର କୋର୍ଟ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଭାରତ ସରକାର ଏହି ରାୟରେ ଆଶ୍ଚର୍ଯ୍ୟ ହୋଇ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି। ଏଭଳି ସ୍ଥିତିରେ ଇସ୍ରାଏଲ-ହାମାସ ଯୁଦ୍ଧରେ ଇସ୍ରାଏଲକୁ ଭାରତର ସମର୍ଥନ କରିବାର ପ୍ରତିଶୋଧ କତାର ନେଇଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏହି ନୌସେନା ଅଧିକାରୀମାନଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ହେପାଜତରେ ରଖାଯାଇଥିଲା। କାତାର ହଠାତ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇସ୍ରାଏଲକୁ ସମର୍ଥନ କରିଥିବାରୁ କତାର ତରଫରୁ ଏଭଳି ତରବରିଆ ଭାବେ ଏହି ନିଷ୍ପତ୍ତି ନିଆଯାଇଥିଲା କି? ଏହି ପ୍ରଶ୍ନ ଉଠିବା ନିଶ୍ଚିତ। କାତାର ପକ୍ଷରୁ ଅତ୍ୟନ୍ତ କଠୋର ସ୍ୱରରେ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ କୁହାଯାଇଛି। କାତାର ତରଫରୁ କୁହାଯାଇଛି ଯେ ବିନା ସଂଯମରେ ଲୋକଙ୍କୁ ହତ୍ୟା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। କାତାର ଶାସକ କହିଛନ୍ତି ଯେ ଗାଜାରେ ବହୁତ ରକ୍ତ ପ୍ରବାହିତ ହୋଇଛି ଏବଂ ଇସ୍ରାଏଲକୁ ଏପରି ଗଣହତ୍ୟା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଭାରତୀୟ ନୌସେନାର ପୂର୍ବତନ ଅଧିକାରୀଙ୍କୁ ଦଣ୍ଡ ଦେବା ପଛରେ ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟ ରହିଛି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button