ଭୁଲରେ ବି ଦିନ ଆରମ୍ଭ ରେ କରନ୍ତୁ ନାହିଁ ଏହି ସବୁ କାମ ଗୁଡିକ, ପୁରା ଦିନ ହୋଇଯିବ ଖରାପ

ଦିନ ଆରମ୍ଭ ଭଲ ହେଲେ ପୁରା ଦିନ ଭଲ ଯାଏ ବୋଲି କୁହା ଯାଇଛି, ଆପଣ କେବେ ଚାହିଁବେନି ଯେ ଆପଣଙ୍କ ଦିନ ଅସୁବିଧା ରେ ଯାଉ ବୋଲି । କିନ୍ତୁ ଆପଣ କେବେ ଏମିତି ଅନୁଭବ ନିଶ୍ଚୟ କରିଥିବେ ଯେ ଦିନେ ନା ସମୟରେ ଭୋଜନ ପାଇଲେ ନା ମନ ଶାନ୍ତି ହୋଇ ପାଇଲା । ପ୍ରାଚୀନ ମାନ୍ୟତା ଅନୁଯାଇ ଓ ଶାସ୍ତ୍ର ଅନୁସାରେ ଏହାର ଅସଲ କାରଣ ସକାଳ ସମୟରେ ହୋଇଥିବା ଭୁଲ ହୋଇ ପାରେ ।
ତେବେ କଣ ସେହି ସବୁ ଭୁଲ ଆସନ୍ତୁ ସେ ବିଷୟରେ ବିସ୍ତାର ଭାବେ ଜାଣିବା-
ଶାସ୍ତ୍ର ଅନୁଯାଇ ସକାଳେ ଉଠି କେବେ ବି ଆଗ ଅଇନା ଦେଖିବା ଉଚିତ ନୁହେଁ, ଏହା ଦ୍ଵାରା ପୁରା ଦିନ ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ । ସକାଳେ ଉଠୁ ଉଠୁ କାହା ଚେହେରା ଦେଖିବାରୁ ବଞ୍ଚନ୍ତୁ । ଏହାର କାରଣ ଅଛି ଯେ ସମସ୍ତ ବ୍ୟକ୍ତିଙ୍କ ଭିତରେ ଗୋଟେ ଊର୍ଜା ଅଛି, ସକାଳେ ଆପଣ ଯେତେବେଳେ ନିଦ ଖୋଲି ଉଠନ୍ତି ସେତେବେଳେ ଆପଣଙ୍କ ଶରୀର ଶିଥିଳ ହୋଇଥାଏ ଏବଂ ଆପଣ ଅଲଗା କାହା ଊର୍ଜାରୁ ଶୀଘ୍ର ପ୍ରଭାବିତ ହୋଇଥାନ୍ତି ।
ଯଦି କେହି ନକାରାତ୍ମକ ଊର୍ଜା ପ୍ରଭାବରେ ଅଛି ତେବେ ଆପଣ ମଧ୍ୟ ଏହି ପ୍ରଭାବର ଶିକାର ହୋଇ ପାରିବେ । ସେଥିପାଇଁ ସର୍ବ ପ୍ରଥମ ନିଜ ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ ଏବଂ ତାଙ୍କ ଦର୍ଶନ କରନ୍ତୁ । ଯଦି ଏହା ସମ୍ଭବ ନୁହେଁ ତେବେ ନିଜ ହାତ ଦେଖି ଭଗବାଙ୍କ ଧ୍ୟାନ କରନ୍ତୁ ।
ଏହା କଲେ ଆପଣଙ୍କ ଆତ୍ମ ବଳ ବଢିବ ଏବଂ ସକାରାତ୍ମକ ଊର୍ଜା ସଂଚାର ହେବ । ଆହୁରି ଗୋଟେ କଥା ସୁବୁବେଳେ ଧ୍ୟାନ ରଖିବା ଉଚିତ, ସକାଳ ସମୟ କୌଣସି ପଶୁ ବା ଗାଁ ନା ଧରିବା ଉଚିତ ନୁହେଁ, ଏହା ଦ୍ଵାରା ଦିନ ପ୍ରତିକୂଳ ହୋଇଯାଏ ଏବଂ ବିଶେଷ କରି ମାଙ୍କଡ ନା ଜମା ବି ଧରନ୍ତୁ ନାହିଁ ।
ରାମଚରିତ୍ର ମାନସ ରେ ଭଗବାନ ଶ୍ରୀ ହନୁମାନ କହିଥିଲେ ମୁ ଯେଉଁ କୁଳ ରୁ ଆସିଛି ସେହି କୁଳ ନା ସକାଳେ ସକାଳେ ଧରିଲେ ଦିନ ଯାକ ଭୋଜନ ସମୟରେ ପ୍ରାପ୍ତ ହେବ ନାହିଁ । ସେଥିପାଇଁ ସକାଳେ ମାଙ୍କଡ ନା ଧରନ୍ତୁ ନାହିଁ ହନୁମାନଙ୍କ ନା ପୂଜା ଅର୍ଚନା ପାଇଁ ଧରି ପାରିବେ ।