ମନୋରଞ୍ଜନ

ପଞ୍ଚଭୂତରେ ଲୀନ ହେଲେ ସ୍ବରୂପ ନାୟକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ – Utkal Mail


କଟକ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ତଥା ଗୀତିକାର ଓ ଅଭିନେତା ସ୍ବରୂପ ନାୟକ। କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି। ପୂର୍ବରୁ ତାଙ୍କୁ ଏକ ଶୋଭାଯାତ୍ରାରେ ସତୀଚଉରାକୁ ଅଣାଯାଇଥିଲା। ସତୀଚଉରାରେ କଟକ ମେୟର ସୁବାସ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ, ଅଭିନେତା ସ୍ବରୂପ ନାୟକଙ୍କର ଗତକାଲି ଅପରାହ୍‌ଣ ୨ଟା ୪୫ରେ ପ‌ରଲୋକ ଘଟିଥିଲା। ଶ୍ରୀ ନାୟକ ଫୁସ୍‌ଫୁସ୍ କର୍କଟରେ ଆକ୍ରାନ୍ତ ‌ହୋଇ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୭୮ବର୍ଷ ହୋଇଥିଲା। ତାଙ୍କ ପାର୍ଥିବ ଶରୀରକୁ କଟକ ସିଡିଏ ସେକ୍ଟର-୮ସ୍ଥିତ ବାସଭବନରେ ‌ଶେଷଦର୍ଶନ ପାଇଁ ରଖାଯାଇଥିଲା। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ନିହାରିକା ନାୟକ, ବଡ଼ ଝିଅ ଡାକ୍ତର ନିବୃତ୍ତି ନାୟକ, ସାନଭାଇ ‌ସୌମିତ୍ର ନାୟକ, ସୌମେନ୍ଦ୍ର ନାୟକ, ପୁତୁରା ପାର୍ଥ ନାୟକ, ହିମାଂଶୁ ନାୟକଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ଘୋଷଣା କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button