କ୍ରାଇମ

ମା’ଙ୍କ ଅସଦାଚରଣ ସହି ପାରିଲେ ନାହିଁ ସଲମାନଙ୍କ ଅଙ୍ଗରକ୍ଷୀ, ଥାନାରେ ରୁଜୁ କଲେ ମାମଲା – Utkal Mail


ନୂଆଦିଲ୍ଲୀ: ସଲମାନ ଖାନଙ୍କ ଅଙ୍ଗରକ୍ଷୀ ସେରା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତାଙ୍କ ଅଙ୍ଗରକ୍ଷୀଙ୍କ ମା’ ପ୍ରିମତ କୌରଙ୍କ ସହିତ ଅସଦାଚରଣ ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି, ଏହାପରେ ସେରା  ସୋସାଇଟି ସଦସ୍ୟଙ୍କ ବିରୋଧରେ ଡିଏନ ନଗର ପୁଲିସ ଷ୍ଟେସନରେ ଧାରା ୫୦୯ ଏବଂ ୫୦୦ଅନୁଯାୟୀ  ମାମଲା ରୁଜୁ କରିଛନ୍ତି।

ସେରା ଥାନାରେ ଅଭିଯୋଗ କରି କହିଛନ୍ତି। ମୋର ମା’ ପ୍ରୀତମ କୌର ଜଲିଙ୍କ ସହ ସୋସାଇଟିର ଜଣେ ସଦସ୍ୟ ସର୍ବସାଧାରଣ ସ୍ଥଳରେ ଖରାପ ଭାଷା ବ୍ୟବହାର କରିଥିଲେ। ମୋ ମା’ ଏହି ସୋସାଇଟିର ସଭାପତି ଥିବା ବେଳେ ଜୟନ୍ତୀଲାଲ ପଟେଲ ସଚିବ ଥିଲେ।

୨୦୧୬ ରେ ବିଲଡିଂ ନବୀକରଣ କାର୍ଯ୍ୟ ଚାଲିଥିଲା, ଏଥିପାଇଁ ୬୦ ଲକ୍ଷ ଟଙ୍କାର ବଜେଟ୍ ହୋଇଥିଲା କିନ୍ତୁ ଏହା କମ ପଡ଼ି ଯାଇଥିଲା। ଏହାପରେ ମୋ ମା’ ୨୦୨୧ ରେ ଏହି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ସେବେଠାରୁ ଜୟନ୍ତୀଲାଲ ପଟେଲ ମୋ ମା ଉପରେ କ୍ରୋଧିତ ହୋଇ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ ମୋ ବାପାଙ୍କ ସାମ୍ନାରେ ମୋ ମା ପ୍ରତି ଅଶାଳୀନ ଭାଷା ବ୍ୟବହାର କରିଥିଲେ। ଏଭଳି ବ୍ୟବହାର ଦ୍ବାରା ମୋର ମା’ଙ୍କ ସମ୍ମାନହାନୀ ହୋଇଛି ସେ ଦୁଃଖୀ ହୋଇପଡ଼ିଛନ୍ତି।

ଏହି ଘଟଣାକୁ ନେଇ ସେରାଙ୍କ ମା’ ଅଭିଯୋଗ କରି କହିଛନ୍ତି କି,  ‘ସୋସାଇଟି ସଦସ୍ୟ ଜୟନ୍ତୀଲାଲ ପଟେଲ ତାଙ୍କୁ ବଦନାମ କରୁଛନ୍ତି ଏବଂ ତାଙ୍କ ବିରୋଧରେ ଖରାପ ଭାଷା ମଧ୍ୟ ବ୍ୟବହାର କରୁଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ପଟେଲ ପ୍ରୀତମ କୌରଙ୍କୁ କହିଥିଲେ, ‘ତୁମେ ନିଜକୁ କ‘ଣ ବୋଲି ଭାବୁଛ? ବର୍ତ୍ତମାନ ଏଜିଏମରେ ଦେଖନ୍ତୁ, ମୁଁ କିପରି ସମସ୍ତଙ୍କ ସାମ୍ନାରେ ତୁମର ପର୍ଦ୍ଦାଫାଶ କରିବି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button