ସ୍ୱାସ୍ଥ୍ୟ

ସାବଧାନ! ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର କରିଲେ ହୋଇପାରନ୍ତି ଏହି ଭୟଙ୍କର ଅସୁବିଧାର ଶିକାର

ଆଜିକାଲି ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି। ମନୋରଞ୍ଜନ ଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ଏହା ଆମ ଜୀବନକୁ ଅତି ସରଳ କରି ଦେଉଛି। କିନ୍ତୁ, ଅନ୍ୟପକ୍ଷରେ ଏହାର ବ୍ୟବହାର ମଧ୍ୟ ଆମ ଜୀବନ ଉପରେ କିଛି କୁପ୍ରଭାବ ପକାଉଛି।

୧. ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ଲୋକଙ୍କ ଠାରେ ଅନିଦ୍ରତା ଭଳି ସମସ୍ୟା ସୃଷ୍ଟି କରୁଅଛି। ଗବେଷଣା ଅନୁଯାଇ ରାତିରେ ଦୀର୍ଘ ସମୟ ଧରି ଫୋନ ଚଲାଇବା ଦ୍ୱାରା ଏହା ସିଧାସଳଖ ନିଦରେ ବ୍ୟାଘାତ ସୃଷ୍ଟି କରୁଛି।

୨. ଦୀର୍ଘଦିନ ଧରି ଅନିଦ୍ରତାର ଶିକାର ହେଉଥିବା ବ୍ୟକ୍ତିଙ୍କ ଠାରେ ମାନସିକ ରୋଗର ଲକ୍ଷଣ ଅଧିକ ଦେଖିବାକୁ ମିଳୁଛି। ଦୀର୍ଘସମୟ ଧରି ଫୋନ ବ୍ୟବହାର କରିବା ଏବଂ ଗେମ୍ ଆଦି ଖେଳିବା ଯୁବପିଢ଼ିଙ୍କ ମାନସିକ ସ୍ଥିତିକୁ ବିଗାଡୁଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି।

୩. ସେହିପରି ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ମଣିଷ ଚକ୍ଷୁକୁ ମଧ୍ୟ ପ୍ରଭାବିତ କରିଥାଏ। ଏଥିରୁ ବାହାରୁଥିବା ହାନିକାରକ ବ୍ଲୁ ଲାଇଟ୍ ଏବଂ ବିଭିନ୍ନ ରଙ୍ଗର ଲାଇଟ୍ ଆପଣଙ୍କ ଦୃଷ୍ଟିଶକ୍ତି ଉପରେ କୁ ପ୍ରଭାବ ପକାଇଥାଏ।

୪. ସାଧାରଣତଃ ଆମ୍ଭେ ସ୍ମାର୍ଟଫୋନକୁ ସାଥିରେ ସବୁଆଡେ ନେଇକରି ଯାଇଥାଏ। ଫଳରେ ଏହା ମାଧ୍ୟମରେ ଜୀବାଣୁ ଏବଂ ଭୂତାଣୁ ସଂକ୍ରମଣ ହେବାର ମଧ୍ୟ ଭୟ ରହିଛି।

୫. ଅନ୍ୟପକ୍ଷରେ ମାତ୍ରାଧିକ ସ୍ମାର୍ଟଫୋନ ବ୍ୟବହାର ଆମ୍ଭର ସାମାଜିକ ସମ୍ପର୍କ ଉପରେ କୁପ୍ରଭାବ ପକାଉଛି। ପରିବାର ଲୋକେ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ସ୍ମାର୍ଟଫୋନ ସମ୍ପର୍କର ବାଧା ସୃଷ୍ଟି କରୁଅଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button