କ୍ରୀଡା

T20 World Cup 2022: ମ୍ୟାଚ ପାଇଁ ରହିଛି ମାସେରୁ ଅଧିକ ସମୟ, ବିକ୍ରି ହୋଇଗଲା ୫ ଲକ୍ଷ ଟିକେଟ

T-20 ବିଶ୍ୱକପ୍‌ ଆରମ୍ଭ ହୋଇ ନାହିଁ। ଏବେଠାରୁ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକଟ ସରି ଯାଇଛି। ଏହି ମ୍ୟାଚ୍‌ ପାଇଁ ସବୁ ଟିକେଟ୍‌ ବିକ୍ରି ହୋଇ ସାରିଛି। କେବଳ ସେତିକ ନୁହଁ ଅତିରିକ୍ତ ଷ୍ଟାଣ୍ଡିଂ ରୁମ୍‌ ପାଇଁ ମଧ୍ୟ ଟିକେଟ ମାତ୍ର କେଇ ମିନିଟ ଭିତରେ ବିକ୍ରି ହୋଇ ଯାଇଥିଲା। ସୁପର ୧୨ରେ ଅକ୍ଟୋବର ୨୩ ତାରିଖ ଦିନ ଭାରତ-ପାକିସ୍ତାନ ମୁକାବିଲା ହେବ। ମ୍ୟାଚ୍‌ ପାଇଁ ମାସେରୁ ଅଧିକ ସମୟ ରହିଛି। ମ୍ୟାଚ୍‌ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। T-20 ବିଶ୍ୱକପ୍‌ ପାଇଁ ୮୨ଟି ଦେଶରୁ ଲୋକେ ଟିକେଟ୍‌ କିଣିଛନ୍ତି। ବିଶ୍ୱକପ୍‌ ପାଇଁ ଆଜି ଭିତରେ ୫ ଲକ୍ଷ ଟିକେଟ ବିକ୍ରୀ ସରିଛି।

ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ବିଶ୍ୱକପ୍‌ ଆରମ୍ଭ ହେବ। ମେଲବର୍ଣ୍ଣରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ୍‌ ପାଇଁ ପୂର୍ବରୁ ଭାରତୀୟ ଦଳ ଘୋଷଣା ସରିଥିଲା। ଗତକାଲି ପାକିସ୍ତାନ ବିଶ୍ୱକପ୍‌ ପାଇଁ ସ୍କ୍ଵାଡ୍‌ ଘୋଷଣା କରିଛି। ଭାରତୀୟ ଟିମ୍‌କୁ ଯଶପ୍ରୀତ ବୁମରା ଫେରିଥିବା ବେଳେ ପାକିସ୍ତାନ ଫାଷ୍ଟ ବୋଲର ଶାହିନ ଆଫ୍ରିଦି ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button