ଦେଶ ବିଦେଶ

୮ ବର୍ଷ ପୂର୍ତ୍ତି ଅବସରରେ ଜିଓର ଖାସ୍‌ ଅଫର; ସେପ୍ଟେମ୍ବର ୧୦ ଯାଏ ଶସ୍ତା ରିଚାର୍ଜ ସୁଯୋଗ

ମାଜ ଡିଜିଟାଲ ଡେସ୍କ: ଭାରତରେ ୮ ବର୍ଷ ପୂରଣ କରିଛି ଜିଓ। ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ ନିର୍ଦିଷ୍ଟ ରିଚାର୍ଜ ପ୍ଲାନ୍‌ ଉପରେ ମିଳୁଛି ଏହି ଅଫର। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଏହି ଅଫର୍‌ର ଲାଭ ଉଠାଇପାରିବେ ଜିଓ ଉପଭୋକ୍ତା। ୮୯୯ ଟଙ୍କା, ୯୯୯ ଟଙ୍କା ଏବଂ ୩୫୯୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ଉପରେ ଏହି ଅଫର ଉପଲବ୍ଧ।

ଜିଓର ୮୯୯ ପ୍ଲାନ୍:

ଏହି ପ୍ଲାନରେ ଉପଭୋକ୍ତାଙ୍କୁ ମିଳିବ ଦୈନିକ ୨ ଜିବି ଡାଟା। ଏହାର ବୈଧତା ୯୦ ଦିନ ଅର୍ଥାତ୍ ତିନି ମାସ।

ଜିଓ ୯୯୯ ପ୍ଲାନ୍:

ଏହି ପ୍ଲାନ୍‌ରେ ୯୮ ଦିନର ବୈଧତା ସହ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉଛି ଦୈନିକ ୨ ଜିବି ଡାଟା।

୩୫୯୯ ପ୍ଲାନ୍‌:

ଏହି ପ୍ଲାନରେ ଉପଭୋକ୍ତାଙ୍କୁ ମିଳିବ ଦୈନିକ ୨.୫ ଜିବି ଡାଟା। ଏହା ଏକ ବାର୍ଷିକ ପ୍ଲାନ୍‌, ଯାହାର ବୈଧତା ୩୬୫ ଦିନ।

ମିଳିବ ଏହି ମାଗଣା ଅଫର:

ଏହି ୩ ପ୍ଲାନର ରିଚାର୍ଜ ଉପରେ ମିଳୁଛି ୨୮ ଦିନ ପାଇଁ ୧୦ଟି ଓଟିଟି ଆପ୍‌ର ସବ୍‌ସ୍କ୍ରିପ୍ସନ। ଏଥିସହ ୧୦ ଜିବି ମାଗଣା ଡାଟା ମଧ୍ୟ ଦିଆଯାଉଛି, ଯାହାର ମୂଲ୍ୟ ପ୍ରାୟ ୧୭୫ ଟଙ୍କା। ଏହା ବ୍ୟତୀତ ୩ ମାସ ପାଇଁ ମିଳିବ ଜୋମାଟୋ ଗୋଲ୍ଡ ମେମ୍ବରସିପ୍‌। ୫୦୦ ଟଙ୍କାର ଆଜିଓ ଭାଉଚର ମଧ୍ୟ ଦିଆଯାଉଛି, କିନ୍ତୁ ଏଥିପାଇଁ ଆପଣଙ୍କୁ ୨୯୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କାର ଜିନିଷ କିଣିବାକୁ ପଡ଼ିବ। ଜିଓ କହିଛି ଯେ, ଏହି ତିନୋଟି ରିଚାର୍ଜରେ ପ୍ରାୟ ୭୦୦ ଟଙ୍କା ମୂଲ୍ୟର ମାଗଣା ସୁବିଧା ଉପଭୋଗ କରିପାରିବେ ଉପଭୋକ୍ତା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button