ବିଚାର

ଜାଣନ୍ତୁ କିପରି ମହିଳାଙ୍କ ବସିବା ଭଙ୍ଗୀ ଖୋଲିବ ଅନେକ ରାଜ୍

ଫାଷ୍ଟ ଇମ୍ପ୍ରେସନ ହିଁ ଲାଷ୍ଟ ଇମ୍ପ୍ରେସନ୍’। ଏହି କଥା ତ ଆପଣ ନିଶ୍ଚିତ ଶୁଣିଥିବେ। ଆପଣଙ୍କ ସାମ୍ନା ବ୍ୟକ୍ତି ଜଣଙ୍କ ସ୍ବଭାବ କିପରି ଏହା ତାଙ୍କର ଶରୀରର ଭଙ୍ଗୀରୁ ଜଣାପଡିଥାଏ। ଆପଣ ଜାଣିଛନ୍ତି କି, ଜଣେ ମହିଳାଙ୍କ ବସିବା ଭଙ୍ଗୀରୁ ଆପଣ ତାଙ୍କ ବିଷୟରେ ଅନେକ କଥା ଜାଣିପାରିବେ। ତେବେ ଆସନ୍ତୁ ଜାଣିବା କିପରି ମହିଳାଙ୍କ ବସିବା ଭଙ୍ଗୀ ବଖାଣିବ ତାଙ୍କ ସମ୍ଭନ୍ଧୀୟ ଅନେକ ରାଜ୍ ।

-ଯେଉଁ ମହିଳା ଦୁଇ ଗାଲରେ ହାତ ରଖି ବସିଥାନ୍ତି, ସେମାନେ ତାଙ୍କ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି। ସେମାନେ ତାଙ୍କ ଜୀବନରେ ଆସିଥିବା ସମସ୍ତ ସମସ୍ୟାକୁ ନଜରଅନ୍ଦାଜ କରିଥାନ୍ତି। କହିବାକୁ ଗଲେ ଏପରି ବସିଥିବା ମହିଳା ଖାଲି ସବୁବେଳେ ମଉଜ ମସ୍ତି କରିବାକୁ ପସନ୍ଦ କରିଥାନ୍ତି।

siting

-ଯେଉଁ ମହିଳା ଗୋଡ ଉପରେ ଗୋଡ ପକାଇ ବସିଥାନ୍ତି ସେମାନେ ସ୍ବଭାବରେ ଖୁବ ଚଞ୍ଚଳ ହୋଇଥାନ୍ତି। ଏପରିକି ତାଙ୍କ ମନରେ କୌଣସି କଥା ନଥାଏ। ସେମାନେ ଯାହା ଭାବିଥାନ୍ତି ତାହା କହିଦେଇଥାନ୍ତି। ଫଳରେ ପଛରେ ଖୁବ ପଶ୍ଚତାପ କରିବାକୁ ପଡିଥାଏ। ଖାମଖିଆଲି ସ୍ବଭାବ ଯୋଗୁଁ ଏହି ମହିଳା ମାନେ ଅନେକ ସଂପର୍କ ହରାଇଥାନ୍ତି।

-ସିଧା ବସିବା ମହିଳା ଖୁବ ଭଲ ସ୍ବଭାବର ରହିଥାନ୍ତି। ଏମାନଙ୍କୁ ଜୀବନରେ ଚ୍ୟାଲେଞ୍ଜ ନେବା ଖୁବ୍ ପସନ୍ଦ। ଏପରି ମହିଳା ସମସ୍ତଙ୍କ ସହ ଖୁବ ଶୀଘ୍ର ମିଶିଥିବା ବେଳେ ସମସ୍ତଙ୍କ ମନ ଜିତିନେଇଥାନ୍ତି। ଏପରି ବସିଥିବା ମହିଳାଙ୍କ ଖୁବ ସାଙ୍ଗ ରହିଥିବା ବେଳେ ଏମାନଙ୍କୁ କଥା ହେବା ଖୁବ ପସନ୍ଦ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button