ଜୀବନଶୈଳୀ

ପ୍ରେମିକାକୁ ପାଇବା ପାଇଁ ପ୍ରେମୀ ହୋଇଗଲା ISIର ଏଜେଣ୍ଟ, ତା ପରେ ଯାହା ହେଲା…

୧୯ ଜାନୁୟାରୀ ୨୦୨୦ରେ ଚଂଦୌଲୀ ଜିଲ୍ଲାର ମୁଗଲସରାୟ ଥାନାର ଚୌରହଟ ପଡ଼ାୱ ନିବାସୀ ରାଶିଦ ଅହମଦକୁ ୟୁପୀ ଏଟୀଏସ ଆଇଏସଆଇ ପାଇଁ ଜାସୁସି କରିବାର ଆରୋପରେ ଗିରଫ୍ତାର କରିଥିଲା । ୬ ଏପ୍ରିଲ ୨୦୨୦କୁ ଏନଆଇଏର ଲଖନଊ ଶାଖା ରାଶିଦ ବିରୁଦ୍ଧରେ ଏକ ନୂଆ କେସ ଦର୍ଜ କରି ଯାଞ୍ଚ ଆରମ୍ଭ କରିଲେ । ଯାଞ୍ଚ ପାଇଁ ରାଶିଦକୁ ଏନଆଇଏ ଅଦାଲତ ଦ୍ଵାରା କସ୍ଟଡୀ ରିମାଣ୍ଡରେ ବି ନିଆଗଲା ।

ରାଶିଦ ଗିରଫ୍ତାରୀ ସମୟରେ ଏଟିଏସକୁ କହିଲା କି ସେ ନିଜର ପ୍ରେମିକାକୁ ପାଇବା ପାଇଁ ଆଇଏସଆଇର ଏଜେଣ୍ଟ ହୋଇ ଥିଲା । କହିବାକୁ ଗଲେ ରାଶିଦ ପାକିସ୍ତାନରେ ରହୁଥିବା ନିଜ ମାମୁଁର ଝିଅକୁ ପ୍ରେମ କରୁଥିଲା । କିନ୍ତୁ ରାଶିଦର ଘର ଲୋକମାନେ ଏହି ସମ୍ପର୍କକୁ ପସନ୍ଦ କରୁ ନ ଥିଲେ । ଏହା ପରେ ପାକିସ୍ତାନର ଜାସୁସି ଏଜେନ୍ସିକୁ ଏହି କଥାର ସୂଚନା ମିଳିଗଲା । ଏହା ପରେ ଆଇଏସଆଇ ଓ ଡିଫେନ୍ସର ଅଧିକାରୀ ରାଶିଦର ବିବାହ ତାହାର ପ୍ରେମିକା ସହ କରିବାର ପ୍ରତିଜ୍ଞା ଦେଇ ଭାରତର ଗୋପନିୟ ସୂଚନା ହାସଲ କରିବାକୁ ଲାଗିଲା ।

ସୂଚନା ଅନୁସାରେ ରାଶିଦ ୨୦୧୭ ଓ ୨୦୧୮ରେ ଦୁଇ ଥର ପାକିସ୍ତାନରେ ନିଜର ମାଉସୀ ହସୀନା ବେଗମ ପାଖକୁ ଯାଇ ଥିଲା ଓ କିଛି ଦିନ କରାଚିରେ ବି ରହିଥିଲା । ଅନ୍ୟ ପଟେ ରାଶିଦର ମାମୁଁ ନଜୀର ବି ସେଠି ରହୁଥିଲା, ଏହା ମଧ୍ୟରେ ରାଶିଦ ତାଙ୍କର ଝିଅକୁ ଭଲ ପାଇ ବସିଲା । କିନ୍ତୁ ମାମୁଁକୁ ବି ଏହି ସମ୍ପର୍କ ପସନ୍ଦ ଆସିଲା ନାହିଁ । ରାଶିଦର ଜଣେ ଦାଦା ପୁଅ ଶାହଜେବକୁ ରାଶିଦର ଏହି ପ୍ରେମ କାହାଣୀ ବିଷୟରେ ଜଣା ପଡିଲା ଓ ଶାହଜେବ ହିଁ ରାଶିଦର ଏହି ପ୍ରେମ କାହାଣୀ ବିଷୟରେ ଆଈଏସଆଈ ଓ ପାକିସ୍ତାନୀ ଡିଫେନ୍ସର ଅଧିକାରୀ ଆସିମ ଓ ଆମଦକୁ କହିଦେଲା ।

ଆପଣଙ୍କୁ କହିଦେଉଛୁ କି ଶାହଜେବର ପୂର୍ବରୁ ହିଁ ଆଈଏସଆଈ ଓ ପାକିସ୍ତାନୀ ଡିଫେନ୍ସ ସହ ଲିଙ୍କ ଥିଲା । ଏହା ପରେ ଶାହଜେବ ହିଁ ରାଶିଦକୁ ଏହି ଦୁଇ ଆଇଏସଆଇ ଏଜେଣ୍ଟ ସହ ରାଶିଦର ସାକ୍ଷାତ କରାଇଲା । ଆସିମ ଓ ଆମଦ ତାହାର ପ୍ରେମିକା ସହ ବିବାହ କରିଦେବେ ବୋଲି କହିଲେ ଓ ଏହା ବଦଳରେ ତାଙ୍କୁ ଭାରତର କିଛି ମହତ୍ଵପୂର୍ଣ ଓ ସମ୍ବେଦନଶୀଳ ସ୍ଥାନ ଗୁଡିକର ଫଟୋ, ନକ୍ସା ଓ ସେନାର ବତିବିଧିର ସୂଚନା ମାଗିଲା ।

 

ଏହା ବଦଳରେ ତାକୁ ଟଙ୍କା ବି ମିଳିବ ବୋଲି କୁହାଗଲା । ଏହା ପରେ ରାଶିଦ ଭାରତ ଫେରି ଆସି ଆଇଏସଆଇ ଓ ପାକିସ୍ତାନ ଡିଫେନ୍ସ ପାଇଁ କାମ କରିବାକୁ ଲାଗିଲା । ସେ ବହୁତ ମହତ୍ଵପୂର୍ଣ ସ୍ଥାନ ଓ ଧାର୍ମିକ ସ୍ଥାନର ଫଟୋ ସବୁ ପାକିସ୍ତାନରେ ବସିଥିବା ଆଇଏସଆଇ ଓ  ଡିଫେନ୍ସ ଅଧିକାରୀମାନଙ୍କୁ ପଠାଇଲା । ରାଶିଦ ଦୁଇଟି ଫୋନ ନମ୍ବରକୁ ବି ଏକ୍ଟିବ କରି ପାକିସ୍ତାନରେ ଆସିମ ଓ ଆମଦକୁ ୱ୍ହାଟ୍ସ ଏପ ଚଳାଇବା ପାଇଁ ଓଟିପି ବି ପଠାଇ ଥିଲା ।

ଅର୍ଥାତ ନମ୍ବର ଭାରତର ଥିଲା କିନ୍ତୁ ସେହି ନମ୍ବର ଉପରେ ୱ୍ହାଟ୍ସ ଏପ ପାକିସ୍ତାନରେ ଚାଲିଥିଲା । ଏହା ବଦଳରେ ରାଶିଦକୁ ପାଞ୍ଚ ହଜାର ଟଙ୍କା ବି ମିଳିଥିଲା । ରାଶିଦ ଏହି ୱ୍ହାଟ୍ସ ଏପ ନମ୍ବର ଉପରେ ସଂବେଦନଶୀଳ ସ୍ଥାନ ଗୁଡିକର ଫଟୋ, ନକ୍ସା ପାକିସ୍ତାନକୁ ପଠାଉ ଥିଲା । ଏନଆଇଏ ରାଶିଦର ସମ୍ପର୍କୀୟମାନଙ୍କ ଠାରୁ କିଛି ସୂଚନା ହାସଲ କରିଛି । ଯେଉଁ ପେଟିଏମ ଆକାଉଣ୍ଟ ଦ୍ଵାରା ଟଙ୍କା ପଠା ଯାଇଥିଲା । ସେହି ମୋବାଇଲ ମାଲିକକୁ ବି ଜଲ୍ଦି ହିଁ ପୁଛତାଛ କରାଯିବ ।

କିନ୍ତୁ ଏଟିଏସର ଯାଞ୍ଚ ପରେ ଏହା ସାମ୍ନାକୁ ଆସିଲା କି ଯେଉଁ ଲୋକମାନଙ୍କ ନାମରେ ସିମ କାର୍ଡ କ୍ରୟ କରାଯାଇଥିଲା ଓ ଯାହାର ପେଟିଏମ ବ୍ୟବହାର କରାଯାଇଥିଲା, ତାଙ୍କୁ ରାଶିଦ ଦ୍ଵାରା ପାକିସ୍ତାନ ପାଇଁ କରୁଥିବା ଜାସୁସି ବିଷୟରେ କିଛି ବି ଜଣା ନ ଥିଲା  । ଏହି ଆଧାରରେ ଏଟିଏସ ପୁଛତାଛ ପରେ ସମସ୍ତଙ୍କୁ ଛାଡି ଦେଇଥିଲା । ରାଶିଦ ଅହମଦକୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିର ଟିମ ବାରାଣସୀ ଓ ଚଂଦୌଲୀର ବିଭିନ୍ନ ସ୍ଥାନକୁ ବି ନେଇ ଯାଇ ଥିଲେ ।

୧୫ ଜଣ ସଦସୀୟ ଏନଆଇଏ ଟିମ ପାଖାପାଖି ୧୬ ଘଣ୍ଟା ସେହି ସମସ୍ତ ସ୍ଥାନ ବୁଲିଲେ ଯାହାର ଫଟୋ ଓ ଭିଡିଓ ସେ ଆଇଏସଆଇ ଏଜେଣ୍ଟକୁ ପଠାଇ ଥିଲା । ଏହି ସମୟରେ ଏନଆଇଏ ରାଶିଦର ମାତା, ପିତା ଓ ତାଙ୍କର ବନ୍ଧୁମାନଙ୍କ ବି ବୟାନ ଦର୍ଜ କରିବା ପରେ ସମସ୍ତଙ୍କୁ ଛାଡି ଦେଇଛନ୍ତି । ବର୍ତ୍ତମାନ ବି ଏନଆଇଏ ନିଜର ଯାଞ୍ଚ ଜାରି ରଖିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button