ବିଚାର

ମହିଳାଙ୍କ ଶରୀରର ଏହି ବିଶେଷ ଅଙ୍ଗରେ କଳାଜାଇ କଣ ଦର୍ଶାଇଥାଏ ? କେଉଁ ସ୍ଥାନର କଳାଜାଇ କି ସୂଚନା ଦେଇଥାଏ

ଶରୀରରେ ରହିଥିବା କଳାଜାଇ ବ୍ୟକ୍ତିର ଭାଗ୍ୟ ବିଷୟରେ କହିଦେଇଥାଏ । ଆପଣଙ୍କ ଜୀବନରେ କେତେ ଦୁଃଖ ଓ କେତେ ସୁଖ ରହିଛି, ତାହା ମଧ୍ୟ ଜଣାଇ ଦେଇଥାଏ । ମହିଳା ମାନଙ୍କର ଶରୀରରେ ରହିଥିବା କଳାଜାଇ କହିଦେଇଥାଏ । ଯେ ସେହି ମହିଳା ନିଜ ଜୀବନରେ କେତେ ସଂଘର୍ଷ କରିବ କି ଜୀବନକୁ ସୁଖରେ ବିତାଇବ । ତେବେ ସାମୁଦ୍ରିକ ଶାସ୍ତ୍ରରେ ଏହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି ।

1- ଯେଉଁ ମହିଳାଙ୍କର ଅଣ୍ଟାରେ କଳାଜାଇ ରହିଥାଏ । ସେହି ମହିଳା ମାନେ ଧନୀ ହେବାର ଏହା ସୂଚନା ଦେଇଥାଏ । ଏହି ମହିଳା ମାନେ ଯେଉଁ କ୍ଷେତ୍ରରେ କାମ କରୁଥାନ୍ତୁ । ସେଠାରେ ତାଙ୍କୁ ବହୁତ ସୁନାମ ମିଳିଥାଏ । ଯେଉଁ ମହିଳା ମାନଙ୍କର ମଥାରେ କଳାଜାଇ ରହିଥାଏ । ଏହା ସେହି ମହିଳାଙ୍କର ଆତ୍ମବିଶ୍ବାସ ଓ ସଫଳତାକୁ ଦର୍ଶାଇ ଥାଏ । ଏମାନଙ୍କର ପରିଶ୍ରମ ଦ୍ଵାରା ଏମାନେ ନିଜ ଜୀବନରେ ବହୁତ ସୁଖ, ସୁବିଧା ପାଇପାରିଥାନ୍ତି ।

3- ବାମ ପଟ ମଥାରେ କଳାଜାଇ ଥିବା ମହିଳା ମାନେ ସାମାନ୍ୟ ସ୍ଵାର୍ଥୀ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପାଇଁ ଅଧିକ ଗୁରୁତ୍ଵ ଦେଇଥାନ୍ତି । 4- ମହିଳାଙ୍କର ଡାହାଣ ହାତରେ କଳାଜାଇ ରହିବା ଦ୍ଵାରା ସୁଖ ଓ ବୈଭବଶାଳୀ ଜୀବନକୁ ଦର୍ଶାଇଥାଏ । 5- ବାମ ପଟ ହାତରେ କଳାଜାଇ ରହିବା ଦ୍ଵାରା ଏହି ମହିଳା ମାନେ ନିଜ ପରିବାର ପ୍ରତି ବହୁତ ଯତ୍ନବାନ ହୋଇଥାନ୍ତି । ଏମାନେ ପରିବାର ସଦସ୍ୟଙ୍କର ବହୁତ ଯତ୍ନ ନେଇଥାନ୍ତି ।

6- ଯେଉଁ ମହିଳାଙ୍କର ବେକରେ କଳାଜାଇ ରହିଥାଏ । ସେହି ମହିଳାଙ୍କର ଏହା ବୁଦ୍ଧି ଓ ଧର୍ଯ୍ୟର ସୂଚକ ହୋଇଥାଏ । ଏମାନେ ନିଜ ସ୍ଵପ୍ନକୁ ପୁରା କରିବା ପାଇଁ ଅନେକ ପରିଶ୍ରମ ମଧ୍ୟ କରିଥାନ୍ତି । 7- ଯେଉଁ ମହିଳାଙ୍କର ଆଖିରେ କଳାଜାଇ ରହିଥାଏ । ଏମାନେ ସ୍ଵଭାବରେ ବହୁତ ଶାନ୍ତ ତଥା ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ।

8-ଯେଉଁ ମହିଳାଙ୍କର କାନ୍ଧରେ କଳାଜାଇ ରହିଥାଏ । ଏମାନଙ୍କର ଧନବାନ ଗୁଣକୁ ଏହା ସୁଚାଇ ଥାଏ । ଏମାନେ ନିଜ ଜୀବନରେ ବହୁତ ସୁଖରେ ରହି ଜୀବନକୁ ଉପୋଭୋଗ କରିବାର ସୁଯୋଗ ପାଇଥାନ୍ତି । 9- ଯେଉଁ ମହିଳାଙ୍କର ଓଠ ଉପରେ କଳାଜାଇ ରହିଥାଏ । ସେମାନେ ସୁନ୍ଦର ତଥା ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ଏମାନେ ବହୁ ସହଜରେ ପୁଅ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିପାରିଥାନ୍ତି ।

10- ଯେଉଁ ମହିଳାଙ୍କର ଓଠ ତଳ ଭାଗରେ କଳାଜାଇ ରହିଥାଏ । ଏହି ମହିଳା ମାନଙ୍କ ଜୀବନରେ କେବେ କିଛି ଅଭାବ ରହିନଥାଏ । ଏମାନେ ନିଜ ଜୀବନରେ ଅଧିକ ସଂଘର୍ଷ କରିନଥାନ୍ତି । ଏମାନଙ୍କର ପ୍ରେମ ବିବାହ ହେବାର ବହୁ ସମ୍ଭାବନା ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button