ନୀତି

ଭୂଗର୍ଭରୁ ହୀରା ଫୁଆର! – Utkal Mail


ପୃଥିବୀର ସୁପରକଣ୍ଟିନେଣ୍ଟ୍‌ ବା ଅଧିମହାଦ୍ବୀପ ଭାଙ୍ଗିଲେ ଭୂଗର୍ଭରୁ ବହୁଳ ପରିମାଣର ହୀରା ଫୁଆର ଆକାରରେ ନିର୍ଗତ ହୋଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। ଭୂପୂଷ୍ଠରୁ ପ୍ରାୟ ୯୩ ମାଇଲ୍‌ ବା ୧୫୦ କି.ମି. ଗଭୀରତାରେ ହୀରା ସୃଷ୍ଟି ହୋଇଥାଏ। ଏପରି ବିପୁଳ ପରିମାଣର ହୀରା ଶିଳାସ୍ତର ତଳେ ଶହ ଶହ କୋଟି ବର୍ଷ ତଳୁ ଗଚ୍ଛିତ ହୋଇ ରହିଛି। ‘କିମ୍ବରଲାଇଟ୍‌ସ’ ନାମକ ଆଗ୍ନେୟ ଉଦ୍‌ଗିରଣ ଆକାରରେ ସେହି ହୀରା ପୃଥିବୀପୃଷ୍ଠକୁ ନିର୍ଗତ ହୋଇଥାଏ। ଗବେଷକମାନେ ଗତ ୫୦ କୋଟି ବର୍ଷ ମଧ୍ୟରେ ହୋଇଥିବା ଏକ ବିଶେଷ ଭୂଚଳନ ପ୍ରକ୍ରିୟା ଆବିଷ୍କାର କରିଛନ୍ତି ଯେତେବେଳେ ଟେକ୍ଟୋନିକ୍‌ ପ୍ଳେଟ୍‌ଗୁଡ଼ିକ ଅଲଗା ହେବା ଆରମ୍ଭ କରିଥିଲେ। ତାହାର ପ୍ରାୟ ୩ କୋଟି ବର୍ଷ ପରେ କିମ୍ବରଲାଇଟ୍‌ସ ଉଦ୍‌ଗିରଣ ଶୀର୍ଷରେ ପହଞ୍ଚିଥିଲା। ହୀରା ସମେତ ବହୁ ପରିମାଣର ଜଳ, ଅଙ୍ଗାରକାମ୍ଳ ବାଷ୍ପ ଓ ଅନ୍ୟାନ୍ୟ କିମ୍ବରଲାଇଟ୍‌ସ ଖଣିଜ ମଧ୍ୟ ଏହି ଉଦ୍‌ଗିରଣରୁ ବାହାରିଥାଏ। ଏପରି ଉଦ୍‌ଗିରଣ ଘଣ୍ଟାପ୍ରତି ୧୮ରୁ ୧୩୩ କିଲୋମିଟର୍ ବେଗରେ ଗତି କରିଥାଏ ବୋଲି ଆକଳନ କରାଯାଇଛି। ଯେତେବେଳେ ଦୁଇଟି ଟେକ୍ଟୋନିକ୍‌ ପ୍ଲେଟ୍‌ ପରସ୍ପର ଠାରୁ ଦୂରେଇବା ଆରମ୍ଭ କରନ୍ତି ସେତେବେଳେ ଏଭଳି ଉଦ୍‌ଗିରଣର ସୂତ୍ରପାତ ହୋଇଥାଏ। ଏହି ପ୍ରକ୍ରିୟାର ଆବିଷ୍କାର ପରେ ଅନାବିଷ୍କୃତ ହୀରା ଭଣ୍ଡାର ଖୋଜିବା ସହଜ ହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button