ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହଳଦୀ, ଖାଇଲେ ଜାଣିବେ ଫାଇଦା

Turmeric Benefits: ସାଧାରଣତଃ ଅଦା ପରି ଦେଖାଯାଉଥିବା କଞ୍ଚା ହଳଦୀରେ ଅନେକ ଔଷଧୀୟ ଗୁଣ ଏବଂ ଉପକାରିତା ରହିଛି । ହଳଦୀ ଆପଣଙ୍କ ସ୍ବାସ୍ଥ୍ୟକୁ ଫିଟ୍ ରଖିବାରେ ଖୁବ ଉପଯୋଗୀ। କଞ୍ଚା ହଳଦୀ ଖାଇବା ଦ୍ୱାରା ଅନେକ ରୋଗ ଆପଣଙ୍କଠାରୁ ଦୂରରେ ରହିଥାଏ ।

ଯେମତି କି ମଧୁମେହ ହେଉ କିମ୍ବା ମେଦବହୁଳତା ସମସ୍ତ ପାଇଁ ବେଶ ଲାଭପ୍ରଦ । ହଳଦୀରେ ଔଷଧୀୟ ଗୁଣ ମିଳିଥାଏ ଏଥିରେ କ୍ୟାଲସିୟମ, ଆଇରନ, ସହ ଅନେକ ଭିଟାମିନ ଥାଏ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

କଞ୍ଚା ହଳଦୀର ସ୍ବାଦ ଟିକେ କ଼ଡା କିନ୍ତୁ ଏହାକୁ ଖାଇବା ଟିକେ କଷ୍ଟକର ହୋଇଥାଏ କିନ୍ତୁ ଆପଣ ଯଦି କଞ୍ଚା ହଳଦୀ ସେବନ କରୁଛନ୍ତି ତେବେ ବହୁ ଉପକାରିତା ପାଇପାରିବେ । ତେବେ ଆସନ୍ତୁ ଜାଣିବା କଞ୍ଚା ହଳଦୀ ଖାଇବାର ଲାଭ କଣ ରହିଛି ?

ହଳଦୀରେ ଥିବା ଆଣ୍ଟିସେପ୍ଟିକ୍‌ ଓ ଆଣ୍ଟିବାୟୋଟିକ୍‌ ଗୁଣ ପାଇଁ ପରିଚିତ। ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ। କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ। ହଳଦୀ କେବଳ ତ୍ବଚା ପାଇଁ ନୁହେଁ , ଏହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।

ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଫଳରେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଓ ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ।

ଯଦି ଶରୀରର କୌଣସି ଅଂଶ ଖଣ୍ଡିଆ ହୋଇଯାଏ, ସାଙ୍ଗେସାଙ୍ଗେ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ଆରାମ ଲାଗିଥାଏ। ଏହା ଖଣ୍ଡିଆକୁ ଶୀଘ୍ର ଶୁଖିବାରେ ସାହାଯ୍ୟ କରିଥାଏ। ଦେହହାତ ଦରଜ ହେଉଥିଲେ କିମ୍ବା ରାତିରେ ନିଦ ହେଉ ନଥିଲେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

ଥଣ୍ଡା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ହଳଦୀରେ ଏପରି ପୋଷକ ତତ୍ତ୍ୱ ରହିଛି , ଯାହା ମସ୍ତିଷ୍କକୁ ସୁସ୍ଥ ରହିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ପିଲାମାନଙ୍କୁ ନିୟମିତ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦେଲେ ସେମାନଙ୍କର ଶାରିରୀକ ଓ ମାନସିକ ବିକାଶ ହୋଇଥାଏ। ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ହଳଦୀକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button