ଓଡିଶା

ବସ୍‌ ନାଁ ‘ଇସ୍ରାଏଲ’ ରଖି ଅଡୁଆରେ ମାଲିକ

ସମାଜ ଡିଜିଟାଲ ଡେସ୍କ: ନିଜ ବସ ନାଁ ଇସ୍ରାଏଲ ରଖି ଅଡୁଆରେ ପଡ଼ିଛନ୍ତି ମାଲିକ। ଶେଷରେ ବାଧ୍ୟ ହୋଇ ବସ ନାଁକୁ ବଦଳାଇଛନ୍ତି। ବସ୍‌ ନାଁ ଇସ୍ରାଏଲ ପରିବର୍ତ୍ତେ ଜେରୁଜେଲମ ରଖିଛନ୍ତି। ଏହି ଘଟଣା ଏ​‌ବେ କର୍ଣ୍ଣାଟକରେ ଚର୍ଚ୍ଚାର ବିଷୟ ପାଲଟିଛି।

ମାଙ୍ଗାଲୁରୁରେ ଜଣେ ବସ ମାଲିକ ନିଜ ବସ ନାଁ ‘ଇସ୍ରାଏଲ ଟ୍ରାଭେଲ୍ସ’ ରଖିଥିଲେ।

ଏହି ବସଟି ମୁଡବିଦ୍ରି-କିନ୍ନିଗୋଲି-କଟୀଲ-ମୁଲକି ରୁଟରେ ଯାତାୟାତ କରୁଛି। କିଛି ଲୋକ ବସର ନାଁକୁ ଦେଖିବା ପରେ କୌତୁହଳର ସହିତ ତାହାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଶେୟାର କରିଦେଇଥିଲେ। ହେଲେ ସେମାନଙ୍କ କୌତୁହଳ ବସ ମାଲିକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ସାମାଜିକ ଗଣମାଧ୍ୟମରେ ବହୁ ଲୋକ ବସ ମାଲିକଙ୍କୁ ସମାଲୋଚନା କରିଥିଲେ।

ଇସ୍ରାଏଲ-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏପରି ନାମକରଣକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ନାପସନ୍ଦ କରିଥିଲେ। ଅନେକ ଲୋକ ବସ୍‌ ମାଲିକ ନାଁରେ ଥାନାରେ ଏତଲା ଦେବାକୁ ବି ଆଗେଇ ଆସିଥିଲେ। ଏସବୁ ଜାଣିବା ପରେ ବସ ମାଲିକ ତୁରନ୍ତ ନାଁ ବଦଳାଇ ଦେଇଥିଲେ। କୌଣସି ବିବାଦରେ ନ ପଡ଼ିବା ଲାଗି ସେ ବସ୍ ନାଁ ଦେଇଥିଲେ ‘ଜେରୁଜେଲମ’, ଯାହା ଏକ ଧାର୍ମିକ ସ୍ଥଳ। ତେବେ ବସ ମାଲିକଙ୍କ ଏପରି କାର୍ଯ୍ୟ ପଛରେ ବି ଗୋଟିଏ କାରଣ ରହିଛି। ସେ ୧୨ ବର୍ଷ ଧରି ଇସ୍ରାଏଲରେ କାମ କରିଆସୁଛନ୍ତି, ସେଥିପାଇଁ ନିଜ ବସ ନାଁକୁ ଇସ୍ରାଏଲ ନାଁ ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button