ଦେଶ ବିଦେଶ

ହସ୍ପିଟାଲ୍‌ରେ ଆହତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗା‌ନ୍ଧୀ ଆଜି ଶ୍ରୀନଗର ଗସ୍ତ କରି   ଭାରତୀୟ ସେନା ହସ୍ପିଟାଲ୍‌ରେ ଚିକିତ୍ସା ହେଉଥିବା ପହଲଗାମ ଆହତଙ୍କୁ ଭେଟିଛନ୍ତି।  ରାହୁଲ ଗାନ୍ଧୀ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ପହଲଗାମ ଆକ୍ରମଣ ସମାଜରେ ବିଭାଜନ ଉଦ୍ଦେଶ୍ୟରେ କରାଯାଇଛି। ତେବେ ଏଭଳି ଘୃଣ୍ୟ କାର୍ଯ୍ୟ ବିରୋଧରେ ଲଢ଼େଇ ପାଇଁ ଏବଂ ଆତଙ୍କବାଦକୁ ପରାସ୍ତ କରିବାପାଇଁ ଦେଶବାସୀ ଏକଜୁଟ ହେବାକୁ ସେ ଅନୁରୋଧ କରିଛନ୍ତି।

ରାହୁଲ କହିଛନ୍ତି,  ମୁଁ ଏଠାକାର ସ୍ଥିତି ସଂକ୍ରାନ୍ତରେ ଜାଣିବାପାଇଁ ଏବଂ ସହଯୋଗ କରିବାକୁ ଆସିଛି। ଜମ୍ମୁ କାଶ୍ମୀରର ସମସ୍ତ ଲୋକ ଏଭଳି ଭୟଙ୍କର କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଏଭଳି ସମୟରେ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ରାହୁଲ ମଧ୍ୟ ଆଜି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ତାଙ୍କ ଶ୍ରୀନଗର ସ୍ଥିତ ବାସଭବନରେ ଭେଟିଛନ୍ତି। ଗତକାଲି ସର୍ବଦଳୀୟ ବୈଠକରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି।  ଏହି ପ୍ରସଙ୍ଗରେ ରାହୁଲ କହିଛନ୍ତି,  ସରକାର ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆମେ ସମର୍ଥନ କରିବୁ। ସମାଜକୁ ବିଭାଜନ କରିବା ଏହି ଆକ୍ରମଣ ପଛର ମୂଳ ଉଦ୍ଦେଶ୍ୟ। ଆତଙ୍କବାଦୀ ସେମାନଙ୍କ କାର୍ଯ୍ୟରେ ସଫଳ ହୋଇପାରିବେନି ବୋଲି ରାହୁଲ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button