ହୋଲିରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଗୁଜିଆ ମିଠା… March 23, 2021

ସାଧାରଣତଃ ହୋଲିରେ ଘରେ ବିଭିନ୍ନ ପ୍ରକାରର ମିଠା ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ପ୍ରତିବର୍ଷ କିଛି ଭିନ୍ନ କରିବାର ସମସ୍ତଙ୍କ ଇଚ୍ଛାଥାଏ । ତେଣୁ ଆଜି ଆପଣମାନଙ୍କ ପାଇଁ ଚଳିତ ବର୍ଷର ହୋଲି ପାଇଁ ଏକ ସ୍ୱାଦିଷ୍ଟ ମିଠା ପ୍ରସ୍ତୁତ ଜାଣିବା । ଯାହାକୁ ଚକଲେଟ ଗୁଜିଆ ବୋଲି କୁହାଯାଇଥାଏ ।
ଚକଲେଟ୍ ଗୁଜିଆ ପାଇଁ ଉପାଦାନ…
- ଏକ କପ୍ ମଇଦା
- ଦୁଇ କପ୍ ମାୱା
- ଦେଢ କପ୍ ଚିନି
- ଅଧା ଟେବୁଲ ଚାମଚ୍ ଅଳେଇଚ ପାଉଡ଼ର
- ଶହେ ଗ୍ରାମ ଚକଲେଟ୍ ଚିପ୍ସ
- ଘିଅ
- ପାଣି
- ଫ୍ରେସ କ୍ରିମ୍
ଚକଲେଟ୍ ଗୁଜିଆ ପ୍ରସ୍ତୁତ ପ୍ରଣାଳୀ…
ପ୍ରଥମେ ମଇଦାରେ ଘିଅ ଏବଂ ପାଣି ମିଶାଇ ଭଲଭାବେ ଗୋଳାନ୍ତୁ । ଗୋଳାଇ କିଛି ସମୟ ରଖନ୍ତୁ । ମଇଦା ନରମ ହେବା ପର୍ଯ୍ୟନ୍ତ ଧ୍ୟାନ ଦିଅନ୍ତୁ । ଏହାପରେ ଅଳ୍ପ ଉତ୍ତାପରେ ପ୍ୟାନ କୁ ଗରମ କରନ୍ତୁ । ଗରମ ହେଲା ପରେ ମାୱା ମିଶାଇ ଭାଜନ୍ତୁ । ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଏହାକ୍ୁ ଭାଜନ୍ତୁ । ମାୱା ବାଦାମୀ ରଙ୍ଗ ହେବା ପରେ ଚିନି ଏବଂ ଅଳେଇଚ ପାଉଡ଼ର ପକାଇ କିଛି ସମୟ ଭାଜନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଚକଲେଟ ଚିପ୍ସକୁ ଭଲଭାବେ ମିଶାନ୍ତୁ । ଏହାପରେ ଶୁଦ୍ଧ ମଇଦା ସହ ପୁ୍ୟରିସ୍ ମିଶାନ୍ତ୍ୁ । ଏବଂ ଗୋଲା କରି ପ୍ରସ୍ତୁତ ହୋଇଥିବା ମିଶ୍ରକୁ ଭର୍ତ୍ତି କରନ୍ତୁ ଆଉ ଗୁଜିଆର ଆକୃତି ଦିଅନ୍ତୁ । ପରେ ଘିଅକୁ ଗରମ କରନ୍ତୁ । ତାହା ଗରମ ହେବା ପରେ ଗୁଜିଆକୁ ପକାନ୍ତୁ ହାଲକା ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତ୍ୁ । ବର୍ତ୍ତମାନ ଏହା ପ୍ରସ୍ତୁତ ହୋଇଗଲା । ଏଥିରେ ଚକଲେଟ୍ ଏବଂ କ୍ରିମ୍ ସହିତ ସଜାଇ ପରିବେଷଣ କରନ୍ତୁ ।