କ୍ରୀଡା

ଏସୀୟ କ୍ରୀଡ଼ା : କୋରିଆକୁ ୫-୩ ଗୋଲରେ ପରାସ୍ତ କରି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ – Utkal Mail


ହାଙ୍ଗଝୁ : ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୫-୩ ଗୋଲରେ ଶକ୍ତିଶାଳୀ କୋରିଆକୁ ପରାସ୍ତ କରିଛି । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି।

ଅନ୍ୟପପକ୍ଷରେ ଏସୀୟ କ୍ରୀଡ଼ାରେ ଭାରତର ମହିଳା କବାଡି ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଭାରତୀୟ ଦଳ ଥାଇଲାଣ୍ଡକୁ ୫୪-୨୨ରେ ପରାସ୍ତ କରିଛି। ଏହା ସହ ଭାରତ ମଧ୍ୟ ସେମିଫାଇନାଲକୁ ଟିକେଟ୍ ହାସଲ କରିଛି।

ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ପଞ୍ଚମ ପଦକ ମିଳିଛି। ମହିଳା ୭୫ କେଜି ବର୍ଗରେ ଲଭଲିନା ବୋର୍ଗୋହେନ ରୌପ୍ୟ ପଦକ ଜିତିଛନ୍ତି। ଲଭଲିନା ଫାଇନାଲ ମ୍ୟାଚରେ ପରାଜିତ ହୋଇଥିଲେ ଏବଂ ପରେ ସେ ରୌପ୍ୟ ପଦକ ପାଇଥିଲେ ।

ଅନ୍ୟପକ୍ଷରେ ସ୍କ୍ୱାଶର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଦୀପିକା ପଲ୍ଲିକଲ ଓ ହରିନ୍ଦର ପାଲ ସିଂହ । ସେମିଫାଇନାଲରେ ହଂକଂ ବିପକ୍ଷ ପ୍ରଥମ ସେଟ୍ ହାରିବା ପରେ ଭାରତୀୟ ଯୋଡ଼ି ଦମଦାର ପ୍ରତ୍ୟାବର୍ତ୍ତନ କରି ପଦକ ନଶ୍ଚିତ କରିଛନ୍ତି ।




Related Articles

Leave a Reply

Your email address will not be published. Required fields are marked *

Back to top button