ଧର୍ମ

ତୁଳସୀ ଗଛର ମାଟିକୁ ନେଇ କରନ୍ତୁ ଏହି ଉପାୟ, ଅଳ୍ପ ଦିନ ମଧ୍ୟରେ ହୋଇଯିବେ କୋଟିପତି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ରହିଥାଏ ଏବଂ ପୂଜା ପାଇଥାଏ। ହିନ୍ଦୁ ଧର୍ମ ଗ୍ରନ୍ଥରେ ତୁଳସୀ ଗଛକୁ ଦେବୀଙ୍କ ସ୍ୱରୂପ ବୋଲି ମାନା ଯାଇଛି। ପ୍ରତ୍ୟେକ ଯଜ୍ଞ, ଅନୁଷ୍ଠାନ ଆଦିରେ ତୁଳସୀ ପତ୍ର ପୂଜାରେ ଲାଗିବା ଦ୍ଵାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେଠାକୁ କେବେବି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ। ତେଣୁ ନିଜ ଘରେ ନିଶ୍ଚିତ ଭାବରେ ତୁଳସୀ ଗଛ ଲଗାନ୍ତୁ।

ଯେତେବେଳେ ଆପଣ ତୁଳସୀ ଗଛକୁ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କରିବେ, ତାହେଲେ ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିବ।ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ତୁଳସୀ ପତ୍ର ନିଶ୍ଚିତ ଭାବରେ ପକାଇବା ଉଚିତ। କାରଣ ତୁଳସୀ ପତ୍ର ନପକାଇ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କଲେ ପୂଜା ଅପୂର୍ଣ୍ଣ ମାନା ଯାଇଥାଏ। ଯଦି ଆପଣଙ୍କ ଜୀବନରେ ଅଧିକ ସମସ୍ୟା ଲାଗି ରହୁଛି, ତାହେଲେ ମାଆ ତୁଳସୀଙ୍କୁ ପୂଜାର୍ଚ୍ଚନା କରି ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ।

ତୁଳସୀ ଗଛକୁ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ରହିଥାଏ ଏବଂ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ। ଘରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ତୁଳସୀ ଗଛକୁ ପୂଜା କରିବା ଦ୍ୱାରା କେଉଁ ପ୍ରକାରର ସାବଧାନ ରହିବା ଆବଶ୍ୟକ। ତୁଳସୀ ଗଛରେ ଜଳ ଅର୍ପଣ କରିବା ସମୟରେ ତିନିଥର ଅର୍ପଣ କରିବା ଆବଶ୍ୟକ। ତୁଳସୀ ଗଛରେ ଜଳ ଅର୍ପଣ କରି ସାରି ସୂର୍ଯ୍ୟଙ୍କୁ ମଧ୍ୟ ଜଳ ଅର୍ପଣ କରିବା ଆବଶ୍ୟକ।

ପ୍ରତ୍ୟେକଦିନ ସକାଳ ଓ ସନ୍ଧ୍ୟାରେ ଘିଅର ଦୀପ ପ୍ରଜ୍ବଳନ କରିବା ଉଚିତ। ଏହାଦ୍ବାରା ଦେବୀ ବୃନ୍ଦାବତି ପ୍ରସନ୍ନ ହୋଇଥାନ୍ତି। ସନ୍ଧ୍ୟା ସମୟରେ କେବେବି ତୁଳସୀ ଗଛରୁ ପତ୍ର ତୋଳିବା ଉଚିତ ନୁହେଁ। ଯଦି ଆପଣ ସ୍ନାନ କରି ନାହାନ୍ତି, ତାହେଲେ ତୁଳସୀ ଗଛକୁ ସ୍ପର୍ଶ କରନ୍ତୁ ନାହିଁ। ତୁଳସୀ ଗଛ ପାଖରେ କେବେବି ଦୂଷିତ ପାଣି ପକାନ୍ତୁ ନାହିଁ। ଦେବୀ ବୃନ୍ଦାବତୀ ରୁଷ୍ଟ ହେଲେ ଦେବୀ ଲକ୍ଷ୍ମୀଙ୍କର କୋପ ସହିବାକୁ ପଡ଼ିଥାଏ। ସର୍ବଦା ତୁଳସୀ ଚଉରାକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ଘର ପରିବାର ସୁଖ ସମୃଦ୍ଧିରେ ଭରି ଯାଇଥାଏ।

ତୁଳସୀ ଗଛର ମାଟିକୁ ମଥାରେ ଲଗାଇଲେ ପାପ କ୍ଷୟ ହୋଇଥାଏ। ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖନ୍ତୁ, ଏହା ଅତ୍ୟନ୍ତ ଶୁଭ ଅଟେ। ଯେଉଁ ଘରେ ତୁଳସୀ ଗଛ ସହିତ ଶାଳଗ୍ରାମ ରଖା ଯାଇଥାଏ, ସେହି ଘରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀର ବାସ ହୋଇଥାଏ। ସେଠାରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହାସହିତ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button