ସ୍ୱାସ୍ଥ୍ୟ

ପିଠି ଦରଜ ହେଉଥିଲେ, ଏହି ସମସ୍ଯାକୁ ହାଲୁକାରେ ନିଅନ୍ତୁନି, ଡାକ୍ତର କ’ଣ କହୁଛନ୍ତି ଜାଣନ୍ତୁ –

ବନ୍ଧୁଗଣ ଆଜିକାଲି ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଯୁବପିଢୀ ପର୍ଯ୍ୟନ୍ତ ଅନେକ ଲୋକ ପିଠି ଦରଜ ପ୍ରୋବ୍ଲେମରେ ପୀଡିତ ଅଛନ୍ତି । ପିଠି ଦରଜ ସମସ୍ଯା ପାଇଁ ପ୍ରାୟ ଲୋକ ପେନକିଲର ଖାଇ ତାହାକୁ ଠିକ କରିଦେବେ ବୋଲି ଭାବନ୍ତି । ହେଲେ ଯଦି ପିଠି ଦରଜ ଭଳି ସମସ୍ଯା ଆପଣଙ୍କର ବି ରହିଛି । ତେବେ ଆପଣଙ୍କୁ କହିବୁ କି ଏହାକୁ ଆପଣ ଅଣଦେଖା କରନ୍ତୁ ନାହିଁ । କାରଣ ଅନେକ ବିଶେଷଜ୍ଞ ଓ ଡାକ୍ତରଙ୍କ କହିବାନୁସାରେ ପିଠି ଦରଜ ପରି ଅନେକ ବଡ ରୋଗ ବାହାରିବାର ସମ୍ଭାବନା ରହିଛି ।ପିଠି ଦରଜ ହେଲେ ସାଧାରଣତଃ ଲୋକେ ଭାବନ୍ତି କି ଅଧିକ ସମୟ ଗାଡି ଚଳାଇବା ଦ୍ଵାରା କିମ୍ବା ଅଫିସରେ ଅଧିକ ସମୟ ଚେୟାରରେ ବସିବା ଦ୍ଵାରା ଏଭଳି ହେଉଛି । ହେଲେ ଆପଣଙ୍କ ପିଠି ଦରଜ ହେଉଥିଲେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ପିଠି ଦରଜ କ୍ୟାନ୍ସରର ମଧ୍ୟ କାରଣ ହୋଇପାରେ । ଯଦି ବୋନ ଟିବିରେ ପୀଡିତ ହୋଇଛନ୍ତି ତେବେ ସେଥିପାଇଁ ମଧ୍ୟ ପିଠି ଦରଜ ହୋଇପାରେ ।

ସେହିପରି ସ୍ପଣ୍ଡିଲାଇଟିସ ଭଳି ସମସ୍ଯା ହେଲେ ମଧ୍ୟ ଆପଣଙ୍କ ପିଠି ଖୁବ ଜୋରରେ ଦରଜ ହୋଇପାରେ । ଆଜିକାଲି ଦେଖିବାକୁ ମିଳୁଛି ପିଠି ଦରଜ ହେଉଥିବା 20% ଲୋକଙ୍କ ବୟସ 20 ରୁ 28 ବର୍ଷ ମଧ୍ୟରେ ରହୁଛି । ଏଭଳି ହେଉଥିଲେ ମନଇଛା କୌଣସି ଔଷଧ ନ ଖାଇ ମେଡ଼ିସିନ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ । ପିଠି ଦରଜ ହେଉଥିଲେ ଆପଣ ଗୋଟିଏ ରୁ ଦୁଇଦିନ କୌଣସି ଔଷଧ ବ୍ୟବହାର କରି ଏହା ଭଲ ହେଉଛି କି ନାହିଁ ଦେଖନ୍ତୁ ।

ଯଦି ଏହା ଭଲ ହେଉନାହିଁ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ପିଠି ଦରଜକୁ ଏକ ସାଧାରଣ ସମସ୍ଯା ନଭାବି ପ୍ରତିଦିନ ଏଥିପାଇଁ ବ୍ୟାୟାମ କରନ୍ତୁ ଓ ସୁଷମ ଖାଦ୍ଯ ଖାଆନ୍ତୁ । ସବୁଠୁ ଖାସ କଥା ହେଲା ବସୁଥିବା ସ୍ଥାନରେ 108 ଡିଗ୍ରୀ କିମ୍ବା 360 ଡିଗ୍ରୀ କରି ବସନ୍ତୁ । ଆଗକୁ ଝୁଙ୍କିକି ବସିବା ଏବଂ ଭଲ ଚେୟାରରେ ନ ବସିବା ପିଠି ଦରଜର ସାଧାରଣ କାରଣ ହୋଇପାରେ । କିନ୍ତୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଏହାକୁ ହାଲୁକାରେ ନେବା ଉଚିତ ନୁହେଁ ।

କାରଣ ଏହି ବୟସରୁ ହିଁ ଆଥ୍ରାଇଟିସ ରୋଗ ଆରମ୍ଭ ହୁଏ । ଯଦି ଆପଣଙ୍କ ପିଠି ଭୟଙ୍କର ଭାବେ ଦରଜ ହେଉଛି ଓ ଏହା ଗୋଡରେ ପ୍ରଭାବ ପକାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହାସହ ପିଠି ଦରଜ ସହ ଯଦି ଜ୍ଵର ହେଉଛି, ଓଜନ ହ୍ରାସ ପାଉଛି କିମ୍ବା ସକାଳେ ଶୋଇକି ଉଠିବା ପରେ ବେଶୀ ଦରଜ ହେଉଛି ତେବେ ଶୀଘ୍ର ଡାକ୍ତରଙ୍କୁ ଦେଖାଇବା ଉଚିତ ।

 

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button