ଦେଶ ବିଦେଶ

ଅହମଦାବାଦ ରାସ୍ତା କଡ଼ରେ ଶୋଇଥିବା ଲୋକଙ୍କୁ ଟଙ୍କା ବାଣ୍ଟିଲେ ଆଫଗାନି କ୍ରିକେଟର – Utkal Mail



ଅହମଦାବାଦ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି। ତଥାପି ସେମି ରେସରୁ ଆଫଗାନିସ୍ତାନ ବାଦ୍ ପଡିବା ସତ୍ତ୍ୱେ ଟିମ୍ ପ୍ଲେୟରଙ୍କ ପ୍ରଦର୍ଶନକୁ ମିଳିଛି କୋଟି କୋଟି କ୍ରିକେଟ ପ୍ରେମୀଙ୍କ ପ୍ରଶଂସା। ଏହାରି ମଧ୍ୟରେ ସ୍ୱଦେଶ ଫେରିଯିବା ପୂର୍ବରୁ ଆଫଗାନିସ୍ତାନ ଓପନର୍ ରହମୁଲ୍ଲା ଗୁରବାଜ୍ କିଣି ନେଇଛନ୍ତି ଭାରତୀୟଙ୍କ ମନ। ଅହମଦାବାଦର ରାସ୍ତାକଡରେ ଶୋଇଥିବା କିଛି ଲୋକଙ୍କୁ ଅରବାଜ୍ ପାଞ୍ଚ ଶହ ଟଙ୍କିଆ ନୋଟ୍ ଦାନ କରୁଥିବାର ଭିଡିଓ ସୋଲିଆଲ ମିଡିଆରେ ଭାଇରାଲ ହୋଇଛି।

ଆଜି ପବିତ୍ର ଦୀପାବଳିରେ ସବୁଠି ଆନନ୍ଦର ମାହୋଲ ଚାଲିଥିବା ବେଳେ ଦୁଃଖି-ରଙ୍କିଙ୍କ ମନ କଥା ବୁଝିଛନ୍ତି ଗୁରବାଜ୍। ଗୁରବାଜ୍ ରାସ୍ତାକଡରେ ଶୋଇଥିବା ଲୋକଙ୍କୁ ରାତି ଅଧରେ ଯାଇ ପାଞ୍ଚ ଶହ ଟଙ୍କିଆ ନୋଟ୍ ଦେଇ ଚୁପ୍ ଚାପ୍ ନିଜ ଗାଡିକୁ ଫେରିଯାଇଥିଲେ। ଏହି ସମୟରେ ଜଣେ ସାଧାରଣ ଲୋକ ଗୁରୁବାଜଙ୍କୁ ଚିହ୍ନିଥିଲେ ଏବଂ ତାଙ୍କୁ ଟଙ୍କା ବାଣ୍ଟୁଥିବା ଦେଖିଥିଲେ। ଦୂରରୁ ଏକ ଭିଡିଓ ମଧ୍ୟ କରିଥିଲେ। ଗୁରୁବାଜ ସେଠାରୁ ଚାଲିଯିବା ପରେ ସେ ଗରିବ ଲୋକଙ୍କ ନିକଟକୁ ଯାଇ ଦେଖିଲେ ଯେ ଶୋଇଥିବା ସମସ୍ତ ଗରିବଙ୍କ ପାଖରେ ଟଙ୍କା ବାଣ୍ଟିଛନ୍ତି। ଯେଉଁ ଟଙ୍କା ନେଇ ଏହି ଗରିବ ଲୋକେ ସକାଳୁ ଉଠି ଦିପାବଳି ପାଳନ କରିପାରିବେ।

ତେବେ ଏଠାରେ ସବୁଠାରୁ ବଡ଼ କଥା ହେଲା ଗୁରୁବାଜ ଦିବାଲୋକରେ କି ଦାନ କରୁଥିବା ଲୋକଙ୍କୁ ଜଣାଇ ଟଙ୍କା ଦେଇନାହାଁନ୍ତି, ବରଂ ସମସ୍ତେ ଶୋଇ ପଡିଥିବା ସମୟରେ ନିଶବ୍ଦ ରାତି ପ୍ରାୟ ତିନି ଟାରେ ଅର୍ଥ ଦାନ କରିଛନ୍ତି। ଗୁରବାଜଙ୍କ ଏହି ମହାନତା କୋଟି କୋଟି ଲୋକଙ୍କ ମନ କିଣିନେଇଛି।






Related Articles

Leave a Reply

Your email address will not be published. Required fields are marked *

Back to top button