ପାଣି ଭିତରେ ଗରବା ନୃତ୍ୟ : ଜୟଦୀପଙ୍କ ଭିଡିଓ ହେଲା ଭାଇରାଲ୍ – Utkal Mail
ସାରା ଦେଶରେ ନବରାତ୍ରି ଉତ୍ସବର ଉତ୍ସାହ ଭରି ରହିଥିବା ବେଳେ ବିଶେଷ କରି ଜୀବନ୍ତ ଧୂନ ସହିତ ଗରବା ଓ ଦାଣ୍ଡିଆ ନୃତ୍ୟର ତାଳେ ତାଳେ ନୃତ୍ୟଶିଳ୍ପୀମାନଙ୍କ ପ୍ରଦର୍ଶନ ସମଗ୍ର ପରିବେଶକୁ ଜୀବନ୍ତ କରି ପକାଇଛି। ତେବେ ଏହି ପାରମ୍ପରିକ ଉତ୍ସବର ମଧ୍ୟଭାଗରେ ଏକ ଅନନ୍ୟ ପ୍ରଦର୍ଶନ ଦେଶର କୋଣ ଅନୁକୋଣରୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ହୃଦୟ ଓ କଳ୍ପନାକୁ ବିମୋହିତ କରିଛି। ନବରାତ୍ରି ଏକ ପାରମ୍ପରିକ ଉତ୍ସାହପୂର୍ଣ୍ଣ ଉତ୍ସବ ଯାହା କଠିନ ଭୂମି ଉପରେ ପରିବେଷଣ କରାଯାଇଥାଏ। ତେବେ ଏହି ପରମ୍ପରାକୁ ଅମାନ୍ୟ କରି ଏକ ଉଲ୍ଲେଖନୀୟ ମୋଡ଼ରେ ଜଣେ ନୃତ୍ୟଶିଳ୍ପୀ ଗରବା କଳାକୁ ପାଣି ଭିତର ଭଳି ଏକ ନିଆରା ସ୍ତରକୁ ନେଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଜଳର ପୃଷ୍ଠତଳେ ବୁଡ଼ି ରହି ପାରମ୍ପରିକ ଗରବା ନୃତ୍ୟ ପରିବେଷଣ କରୁଥିବା ଦେଖାଯାଇଛି। ଲାଗୁଛି, ଏଥିରେ ଅଭିନୟ କରୁଥିବା ସଂପୃକ୍ତ ବ୍ୟକ୍ତି ଜଣକ ନିଜ କଳାର ଶ୍ରେଷ୍ଠତ୍ବ ପ୍ରଦର୍ଶନ ପାଇଁ ଖୁବ୍ ପରିଶ୍ରମ ଓ ଅଭ୍ୟାସ କରିଛନ୍ତି ନିଶ୍ଚୟ। ପାଣି ଭିତରେ ତାଙ୍କ ନୃତ୍ୟର ଛନ୍ଦ ଦ୍ବାରା କଳା ପ୍ରତି ରହିଥିବା ତାଙ୍କ ଉତ୍ସର୍ଗୀକୃତ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି। ଆଉ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ପାଇଁ ନବରାତ୍ରି ପର୍ବ ଆଗକୁ ବଢ଼ିବା ସହ ଏହି ଜଳଭିତର ଗରବା ନୃତ୍ୟ ଉତ୍ସବରେ ଏକ ନୂଆ ଖୁସିର ସ୍ତର ଯୋଡ଼ିଦେଇଛି। ସଂପୃକ୍ତ ନୃତ୍ୟଶିଳ୍ପୀ ଜଣକ ହେଉଛନ୍ତି ଜୟଦୀପ ଗୋହିଲ। ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ସେ ଗର୍ବର ସହ ନିଜକୁ ଭାରତର ପ୍ରଥମ ପାଣି ଭିତର ନୃତ୍ୟଶିଳ୍ପୀ ବୋଲି ଦାବି କରିଛନ୍ତି। ଏହି ଭିଡିଓକୁ ପ୍ରଶଂସାର ସୁଅ ଛୁଟିବା ସହ ତାହା ପ୍ରତିଭାବାନ ଜୟଦୀପଙ୍କର ଅନନ୍ୟ ପ୍ରଦର୍ଶନ ସହ ମଧ୍ୟ ଯୋଡ଼ିହୋଇଯାଇଛି। ସେ ସେୟାର କରିଥିବା ତାଙ୍କର ପୂର୍ବ ଭିଡିଓଗୁଡ଼ିକରେ ମଧ୍ୟ ସେ କ୍ରମାଗତ ଭାବେ ଦର୍ଶକଙ୍କ ହୃଦୟ ଓ ପ୍ରଶଂସା ଜିଣିପାରିଛି।



