ଦେଶ ବିଦେଶ

ପିଏମ ମୋଦୀ ଙ୍କର ଏହି 6ଟି ଫୋଟୋ ଯାହା ବିଷୟରେ ସବୁବେଳେ ମିଛ କୁହାଯାଇ ଥାଏ, ଦେଖନ୍ତୁ

ଭାରତର ସବୁଠୁ ପ୍ରଭାବଶାଳି ପ୍ରଧାନମନ୍ତ୍ରୀ ମାନଙ୍କ ମଧ୍ୟରୁ ଜେଣ ନରେନ୍ଦ୍ର ମୋଦୀ, ସେ ନିଜର ବ୍ୟକ୍ତିତ୍ଵ ପାଇଁ ପୁରା ଦୁନିଆରେ ଚ୍ଚର୍ଚିତ । ଯେବେଠୁ ସେ ସତ୍ତାରେ ଆସିଛନ୍ତି ସେବେଠୁ ତାଙ୍କ ସହିତ ଜଡିତ ଖବର ଏବଂ ଫଟୋ ଚର୍ଚ୍ଚାର ବିଷୟ ହୋଇଛି ଏବଂ ବିପକ୍ଷ ଦଳର ନେତାମାନେ ବି ତାଙ୍କର ବହୁତ ଆଲୋଚନା କରିଥାନ୍ତି ।

୧୭ ଡିସେମ୍ବର, ୧୯୫୦ରେ ଗୁଜୁରାଟରେ ବାଡନଗର ରେ ଜନ୍ମ ଗ୍ରହଣ କରିଥିବା ନରେନ୍ଦ୍ର ମୋଦୀ ୨୦୦୧ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କର ପଦ ସମ୍ଭାଳି ଥିଲେ, ଏବଂ ୨୦୧୪ରେ ଭାରତର ପ୍ରଧାନ ମନ୍ତ୍ରୀ ହେଲେ । ଏହା ପରେ ସୋସିୟାଲ ମିଡିୟାରେ ତାଙ୍କର ବହୁତ ଫଟୋ ଭାଇରାଲ ହେବାକୁ ଲାଗିଲା । ଏଠି ଏମିତି ବହୁତ ଫଟୋ ଅଛି ଯାହା ବିଷୟରେ ଆପଣଙ୍କୁ ମିଛ କୁହାଯାଇଛି ।

ନରେନ୍ଦ୍ର ମୋଦୀଙ୍କର କିଛି ଫଟୋ ଏମିତି ଅଛି ଯାହାକୁ ଫୋଟୋଶପ୍ଡ କରି ଭାଇରାଲ କରାଯାଉଛି । ଲୋକମାନଙ୍କୁ ଲାଗୁଛି ଯେ ଏହି ଫଟୋ ଅସଲି ଅଟେ । ପିଏମ ମୋଦୀଙ୍କର ୬ଟି ଫଟୋ ଯାହା ବିଷୟରେ ସବୁବେଳ ମିଛ କୁହାଯାଏ, କଣ ଆପଣ ଜାଣିଛନ୍ତି ଏହି ଫୋଟ ଗୁଡ଼ିକର ସତ୍ୟତା ? ଦେଖନ୍ତୁ ସେହି ସବୁ ଫୋଟୋ –

ପିଏମ ମୋଦୀଙ୍କର ୬ ଟି ଫଟୋ ଯାହା ବିଷୟରେ କୁହାଯାଏ ସବୁବେଳ ମିଛ

୧. ଯେତେବେଳେ ନରେନ୍ଦ୍ର ମୋଦୀ ନୂଆ ନୂଆ ପ୍ରଧାନ ମନ୍ତ୍ରୀ ହୋଇଥିଲେ ସେହି ସମୟରେ ତାଙ୍କର ସଙ୍ଘର୍ଷ ବିଷୟ ସାମ୍ନାକୁ ଆସିଲା । ସେହି ସମୟରେ ଗୋଟିଏ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଝାଡୁ ମାରୁଛନ୍ତି କିନ୍ତୁ ପରେ ଜଣା ପଡିଲା ଯେ ଏହି ଫଟୋଟିକୁ ଫୋଟୋଶପ୍ଡ କରାଯାଇଛି ।

୨. ବର୍ଷ ୨୦୧୪ରେ ନରେନ୍ଦ୍ର ମୋଦୀ ଲୋକସଭା ଇଲେକ୍ସନ ଜିତିବା ପରେ କିଛି ମାସ ପରେ ଏକ ଫଟୋ ବହୁତ ଜଲ୍ଦି ଭାଇରାଲ ହୋଇଥିଲା । ଯେତେବେଳେ ସେ ତୁର୍କମେନିସ୍ତାନ ଯାଇଥିଲେ । ସେଠିକାର ପ୍ରଥମ ପ୍ରେସିଡେନ୍ଟଙ୍କର କବର ପାଖରେ କିଛି ଲୋକ ଏବଂ ମୋଦୀ ବି ଯାଇଥିଲେ । ସେଠି ସମସ୍ତେ ନମାଜ ପଢୁଛନ୍ତି ଏବଂ ମୋଦୀ ହାତ ବାନ୍ଧି ଛିଡା ହୋଇଛନ୍ତି କିନ୍ତୁ ଭାଇରାଲ ହେଉଥିବା ଫଟୋରେ ସେ ହାତ ଯୋଡି ନମାଜ ପଢିବାର ଦେଖାଯାଉଛନ୍ତି  ।

୩. ନରେନ୍ଦ୍ର ମୋଦୀ ପିଏମ ହେବା ପରେ ଓବାମାଙ୍କର ଏହି ଫୋଟକୁ ଭାଇରାଲ କରାଗଲା । ଏଥିରେ ଓବାମା ସହିତ ମୋଦୀ ଦେଖା ଯାଉଛନ୍ତି କିନ୍ତୁ ଫଟୋକୁ ଫୋଟୋଶପ୍ଡ କରାଯାଇଛି । ଏଥିରେ ମୋଦୀଙ୍କର ଫଟୋକୁ ପେଷ୍ଟ ଜରାଯାଇଛି ।

୪. ଏହା ପରେ ଆଉ ଏକ ଫୋଟ ଭାଇରାଲ ହୋଇଥିଲା । ଯେଉଁଥିରେ ୱ୍ହାଇଟ ହାଉସର ବାହାରେ ଓବାମା ନିଜ ପତ୍ନୀଙ୍କ ସହ ବୁଲୁଛନ୍ତି କିନ୍ତୁ ତାହାକୁ ଫୋଟୋଶପ୍ଡ କରି ତାଙ୍କର ପତ୍ନୀଙ୍କ ଜାଗାରେ ନରେନ୍ଦ୍ର ମୋଦୀଙ୍କର ଫୋଟ ଲଗାଯାଇଛି ।

୫. ବର୍ଷ ୨୦୧୪ରେ ଲୋକସଭା ଇଲେକସନର ପ୍ରଚାର ସମୟରେ ମୋଦୀଙ୍କର ସ୍ପୀଚର ପ୍ରଭାବକୁ ସୋସିୟାଲ ମିଡିୟାରେ ବଦଳାଇ ଦିଆ ଯାଇଥିଲା । ଟିଭି ସ୍କ୍ରିନରେ ବରାକ ଓବାମା କିଛି ଅନ୍ୟ ବିଷୟବସ୍ତୁ ଦେଖୁଛନ୍ତି କିନ୍ତୁ ଫୋଟକୁ ଫୋଟୋଶପ୍ଡ କରାଯାଇଛି ଏବଂ ଯେଉଁଥିରେ ସେ ମୋଦୀଙ୍କ ସ୍ପୀଚ ଦେଖୁଛନ୍ତି ।

୬. ବର୍ଷ ୨୦୧୫ରେ ଏହି ଫୋଟ ଚେନ୍ନାଇରେ ଥିବା ସମୟରେ ଉଠା ଯାଇଥିଲା । ଯେଉଁ ସମୟରେ ସେ ଚେନ୍ନାଇର ବନ୍ୟା ଅଞ୍ଚଳକୁ ବୁଲି ଦେଖୁଛନ୍ତି । କିନ୍ତୁ ଫୋଟୋଶପ୍ଡ କରି ତାହକୁ ଅନ୍ୟ ରୂପରେ ଦେଖା ଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button