କ୍ରାଇମ

ଅଫିସ ଯାଉଥିବା ବେଳେ ଆକ୍ରମଣର ଶିକାର ହେଲେ ଇସ୍ରୋ ବୈଜ୍ଞାନିକ – Utkal Mail


ବେଙ୍ଗାଲୁରୁ: ଆକ୍ରମଣର ଶିକାର ହେଲେ ଇସ୍ରୋ ବୈଜ୍ଞାନିକ। ନିଜ ଅଫିସକୁ ଯାଉଥିବା ସମୟରେ ଇସ୍ରୋର ଜଣେ ବୈଜ୍ଞାନିକଙ୍କ ଉପରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାଯାଇଛି। ବୈଜ୍ଞାନିକଙ୍କ ନାମ ଆଶିଷ ଲାମ୍ବା ବୋଲି ଜଣାପଡ଼ିଥିବା ବେଳେ ‌ସେ ‘ଏକ୍ସ’ରେ ପୋଷ୍ଟ କରି ଏହି ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି।

କାରର ଡ୍ୟାସବୋର୍ଡ କ୍ୟାମେରା ଦ୍ୱାରା କଏଦ ହୋଇଥିବା ଭିଡିଓ ଏବଂ ଫଟୋ ସେୟାର କରି ଆଶିଷ କହିଛନ୍ତି ଯେ ଅଗଷ୍ଟ ୨୯ରେ ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡରେ ନିର୍ମିତ ଏଚଏଏଲ ଅଣ୍ଡରପାସ୍ ନିକଟରେ ଏହି ଘଟଣା ଘଟିଥିଲା। ହେଲମେଟ ପିନ୍ଧିନଥିବା ଏକ ସ୍କୁଟର ଆରୋହୀ ତାଙ୍କ କାର ଆଗକୁ ହଠାତ୍ ଆସିବାରୁ ଆଶିଷ ଗାଡ଼ିର ବ୍ରେକ ମାରିଥିଲେ। ଏହା ପରେ ସ୍କୁଟରରେ ଥିବା ଯୁବକ ଆଶିଷଙ୍କ ଗାଡ଼ି ଆଗରେ ସ୍କୁଟର ରଖି ଗାଳି କରିବା ଆରମ୍ଭ କରିଥିଲେ। ଏହା ପରେ ଆଶିଷ କିଛି ନକହିବାରୁ ସେ ରାଗରେ ଦୁଇ ଥର କାରର ଟାୟାରକୁ ଗୋଇଠା ମାରି ସେଠାରୁ ଚାଲି ଯାଇଥିଲେ।

ଏବେ ଏକ୍ସରେ ପୂରା ଘଟଣା ବିଷୟରେ ଜଣାଇ ଆଶିଷ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button