ସ୍ୱାସ୍ଥ୍ୟ

ନାଭୀରେ ଏହି ଚମତ୍କାରୀ ଜିନିଷ ଲଗେଇ ଶୋଇପଡନ୍ତୁ, ଆଉ ସକାଳୁ ଦେଖନ୍ତୁ ତାହାର ଚମତ୍କାର ! Baya Gita tips

ନାଭୀ ଆମ ଶରୀରର ଏକ ବିଶେଷ ଅଙ୍ଗ ହୋଇଥାଏ । ପିଲାଟି ଯେତେବେଳେ ନିଜ ମା’ ର ପେଟରେ ରହିଥାଏ । ସେତେବେଳେ ସେହି ନାଭୀ ମାଧ୍ୟମରେ ପିଲାଟିକୁ ପୋଷଣ ମିଳିଥାଏ । କାରଣ ନାଭୀ ମାଧ୍ୟମରେ ମା’ ତା’ ର ପିଲା ସହ ସଂଯୋଗ ହୋଇ ରହିଥାଏ । ଯେତେବେଳେ ମାଆ ଖାଦ୍ୟ ଖାଇଥାଏ । ସେତେବେଳେ ତାହା ରକ୍ତରେ ପରିଣତ ହୋଇ ପିଲାର ଶରୀରକୁ ଯାଇଥାଏ । ଯାହା ଫଳରେ ପିଲାକୁ ଖାଇବାକୁ ମିଳିଯାଇଥାଏ ।

ତେଣୁ ନାଭୀକୁ ଶରୀରର ବିଶେଷ ଅଙ୍ଗ ବୋଲି କୁହାଯାଇଥାଏ । ତେବେ ଏହି ନାଭୀରେ ଯଦି ଆପଣ ମାତ୍ର ଗୋଟିଏ ଜିନିଷ ଲଗାଇ ଦେଇ ରାତିରେ ଶୁଅନ୍ତି । ତେବେ ଆପଣଙ୍କୁ ସେଥିଦ୍ଵାରା ବହୁତ ଲାଭ ମଧ୍ୟ ମିଳିଥାଏ । ତେବେ ନାଭୀରେ କ’ଣ ଲଗାଇବା ଜରୁରୀ ହୋଇଥାଏ ଏବଂ ସେଥିରୁ କଣ ସବୁ ଲାଭ ମିଳିଥାଏ ଆସନ୍ତୁ ଏଠାରେ ଜାଣିବା । ଯେଉଁ ମାନଙ୍କର ମୁଣ୍ଡର ଚୁଟି ଧଳା ହେବାକୁ ଲାଗୁଥିବ ।

ତେବେ ଚୁଟିକୁ ମୂଳରୁ କଳା କରିବା ସହ ଚୁଟିକୁ ସୁସ୍ଥ ଓ ସୁନ୍ଦର କରି ରଖିବା ପାଇଁ ନାଭୀରେ ମାତ୍ର ଏହି ଗୋଟେ ଜିନିଷ ଲଗାଇ ଦେଖନ୍ତୁ । ଆପଣ ଦେଶୀ ଘିଅ କୌଣସି ନା କୌଣସି କାମରେ ତ ନିହାତି ଭାବେ ବ୍ୟବହାର କରିଥିବେ । ତେବେ ଆପଣ ଯଦି ନାଭୀରେ ସେହି ଦେଶୀ ଘିଅକୁ ଲଗାଇ ଥାନ୍ତି । ତେବେ ଏଥିଦ୍ଵାରା ଆପଣଙ୍କୁ ବହୁତ ଫାଇଦା ମିଳିଥାଏ ।

ସପ୍ତାହକୁ ଅତି କମ୍ ରେ 3 ଥର ଆପଣଙ୍କୁ ନିଜ ନାଭୀରେ ଦେଶୀ ଘିଅ ଲଗାଇବାକୁ ପଡିବ । ତେବେ ଆପଣ ନାଭୀରେ ଘିଅକୁ ଦିନ ପରେ ଦିନ ଛାଡି ଲଗାନ୍ତୁ । ଯେପରିକି ଆପଣ ସୋମବାର ଦିନ ଲଗାଇଥିଲେ । ମଙ୍ଗଳବାର ଛାଡି ପୁଣିଥରେ ବୁଧବାର ପୁଣି ଗୁରୁବାର ଛାଡି ଶୁକ୍ରବାର ଏହିପରି ଭାବରେ ସପ୍ତାହକୁ 3 ଥର ନିଜ ନାଭୀରେ ଦେଶୀ ଘିଅ ଲଗାନ୍ତୁ ।

ହାତରେ ସାମାନ୍ୟ ଦେଶୀ ଘିଅକୁ ନେଇ ନିଜ ନାଭୀ ମଧ୍ୟରେ ଲଗାନ୍ତୁ । ତେବେ ନାଭୀରେ ଦେଶୀ ଘିଅ ଲଗାଇବାର ଫାଇଦା ଗୁଡିକ ବିଷୟରେ ଚାଲନ୍ତୁ ଜାଣିବା । ଚୁଟିକୁ ମୂଳରୁ ଗୋଟି ଗୋଟି କରି କଳା କରିବା, ଆଖି ତଳର ଦାଗକୁ ଦୂର କରିବା, ଓଠ ଫଟା ସମସ୍ଯାକୁ ଠିକ କରିବା, ମୁହଁରୁ ଦାଗ, ବ୍ରଣ ହଟାଇ ଚେହେରାକୁ ଚମକ ପ୍ରଦାନ କରିବା ଭଳି ଅନେକ ଗୁଡିଏ ଫାଇଦା ନାଭୀରେ ଦେଶୀ ଘିଅ ଲଗାଇବା ଦ୍ଵାରା ମିଳିଥାଏ ।

ତେବେ ନାଭୀରେ ଦେଶୀ ଘିଅ ବଦଳରେ ଆପଣ ସୋରିଷ ତେଲ ମଧ୍ୟ ଲଗାଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button