ପୁଣି ବିମାନ ବନ୍ଦରରେ ଏକତ୍ର ନଜର ଆସିଲେ କରଣ ଓ ତେଜସ୍ବୀ – Utkal Mail
ମୁମ୍ବାଇ: ‘ବିଗ୍ ବସ୍’ ହେଉଛି ଏକ ଏପରି ସୋ’ ଯେଉଁଠାରେ ପ୍ରତିଦ୍ବନ୍ଦ୍ବୀମାନେ ଭୋଟ୍ ପାଇବାକୁ ଏବଂ ଅଧିକ ସମୟ ତିଷ୍ଠି ରହିବାକୁ ନକଲି ବନ୍ଧୁତା କରିବାକୁ ଦ୍ୱିଧା କରନ୍ତି ନାହିଁ। କିନ୍ତୁ ଏଠାରୁ ଅନେକ ସତସତିକା ପ୍ରେମୀଯୁଗଳ ବି ବାହାରିଛନ୍ତି। ଯାହାର ଏକ ବଡ଼ ଉଦାହରଣ ହେଉଛନ୍ତି କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ। ‘ବିଗ୍ ବସ୍’ ଗୃହରେ ପ୍ରେମରେ ପଡ଼ିଥିବା ଏହି ପ୍ରେମପକ୍ଷୀ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସେମାନେ ଅଧିକାଂଶ ସମୟରେ ଏକତ୍ର ନଜର ଆସୁଥିବା ବେଳେ ତାଙ୍କୁ ପୁଣି ଥରେ ଏକାସାଥୀରେ ଦେଖିବାକୁ ମିଳିଛି।
ଏମାନେ ପ୍ରାୟତଃ ଏକତ୍ର କ୍ୟାମେରାରେ କଏଦ ହୁଅନ୍ତି। ଏମାନେ ଏକାଠି ହୋଇ ନିଜ ସଂପର୍କକୁ ନେଇ ଖୋଲିଖୋଲି କହିବାକୁ ବି କେବେ କୁଣ୍ଠା କରନ୍ତିନି। ନିକଟରେ ବି ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହୋଇଛନ୍ତି କରଣ ଓ ତେଜସ୍ୱୀ।
ଏକ କାଜୁଆଲ୍ ଲୁକରେ ମୁମ୍ବାଇ ବିମାନବନ୍ଦରରେ ଏହି ଦୁହିଁଙ୍କୁ ଦେଖିବାକୁ ମିଳିଛି। ସବୁଥର ଭ୍ରମଣ ସମୟରେ ତେଜସ୍ବୀ ଆରାମଦାୟକ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ହେଲେ ଏଥର ତାଙ୍କ ‘ଡ୍ରେସିଂ ସେନ୍ସ’ ରିପିଟ୍ (ବାରମ୍ବାର ସମାନ ପୋଷାକ) ହୋଇଥିବା କାରଣରୁ ତାଙ୍କୁ ଟ୍ରୋଲ୍ ବି ହେବାକୁ ପଡ଼ିଛି।
ସେ ଏକ ଡେନିମ୍ ଜିନ୍ସ ସହିତ ଅଧା ଖୋଲି ଡେନିମ୍ ଜ୍ୟାକେଟ୍ ପିନ୍ଧିଛନ୍ତି। ଧଳା ରଂଗର ଜୋଜା ସହ ଏକ ବ୍ରାଣ୍ଡେଡ୍ ବ୍ୟାଗ୍ ଧରି ନିଜ ଲୁକ୍କୁ ସଂପୂର୍ଣ୍ଣ କରିଛନ୍ତି। ତେବେ ଏଥର କିନ୍ତୁ ଜେତ୍ବସୀଙ୍କ ଅପେକ୍ଷା କରଣଙ୍କ ଉପରକୁ ସମସ୍ତଙ୍କ ନଜର ଅଧିକ ଯାଇଛି। କଳା ରଂଗର ଏକ ପ୍ୟାଣ୍ଟକୁ ଏକ ଫେଡେଡ୍ ଟି-ସାର୍ଟ ପିନ୍ଧି ଏକଦମ ନିଆରା ଦିଶୁଛନ୍ତି କରଣ।



