ଓଡିଶା

ଦଶହରା ଉପଲକ୍ଷେ ପ୍ରଶ୍ନ ଓ ଉତ୍ତର: ମା ଦୂର୍ଗା ଙ୍କ ସହ ଜଡିତ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର…

ବନ୍ଧୁଗଣ ନବରାତ୍ରି ବା ଦୂର୍ଗା ପୂଜାର ପାବନ ପର୍ବ ଆରମ୍ଭ ହୋଇସାରିଛି । ହିନ୍ଦୁ ଧର୍ମରେ ନବରାତ୍ରିକୁ ବହୁତ ଧୂମ ଧାମ ରେ ପାଳନ କରାଯାଏ । ଏମିତିକି ବିଦେଶରେ ମଧ୍ୟ ନବରାତ୍ରି କୁ ବହୁତ ହର୍ଷ ଉଲ୍ଲାସ ସହକାରେ ପାଳନ କରାଯାଏ । ମାନ୍ୟତା ଅଛି କି ନବରାତ୍ରିରେ ଯେଉଁ ବ୍ୟକ୍ତି ମା ଦୂର୍ଗାଙ୍କର ପୂଜା ସହ ବ୍ରତ ରଖିଥାଏ ସବୁ ଇଚ୍ଛା ପୂରଣ ହୋଇଥାଏ । ଏହି 9 ଦିନ ଯାଏଁ ମା ଦୂର୍ଗା ଧରିତ୍ରିକୁ ଆସିଥାନ୍ତି ।

9 ଦିନରେ ମା ଦୂର୍ଗାଙ୍କର 9ଟି ସ୍ୱରୂପ କୁ ବିଶେଷ ଭାବେ ପୂଜା କରାଯାଏ । ଏହି ସବୁ ପ୍ରଶ୍ନ ଆପଣଙ୍କର ଜୀବନରେ ବେଶ ପ୍ରଭାବ ପକାଇବ । ମା ଦୂର୍ଗା ଙ୍କ କୃପା ପାଇବା ପାଇଁ ପ୍ରତେକ ବ୍ୟକ୍ତି ଇଚ୍ଛା ରଖିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ମା ଦୂର୍ଗାଙ୍କୁ ନେଇ କିଛି ଜଣା ଅଜଣା ପ୍ରଶ୍ନ ରହିଛି ଯାହାର ଉତ୍ତର ଖୁବ କମ ଲୋକ ଜାଣିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଦୂର୍ଗା ପୂଜା ସମ୍ବଧିତ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ।

1- ଦଶହରା ର ଅନ୍ୟ ନାମ କଣ ?

ଉତ୍ତର- ବିଜୟା ଦଶମୀ ।

2- ଦଶହରା ବା ଦୂର୍ଗା ପୂଜା ଓଡିଶାରେ କେଉଁ ମାସରେ ପାଳନ କରାଯାଏ ?

ଉତ୍ତର- ଆଶ୍ଵିନ ମାସ ଶୁକ୍ଳ ପକ୍ଷ ।

3- ମା ଦୂର୍ଗା କେଉଁ ଅସୁରକୁ ବଦ୍ଧ କରିଥିଲେ ?

ଉତ୍ତର- ମହିଷାସୁର ।

4- ମା ଦୂର୍ଗାଙ୍କର ମୂର୍ତ୍ତି ତିଆରି କରିବା ପାଇଁ କେଉଁ ଦିନ ନଦୀ ରୁ ମାଟି ଉଦ୍ଧାର କରାଯାଏ ?

ଉତ୍ତର- ଜନ୍ମାଷ୍ଟମୀ ।

5- ମା ଦୂର୍ଗାଙ୍କର ବାହନ କିଏ ?

ଉତ୍ତର- ସିଂହ ।

6- କେଉଁ ଦିନ ଠାରୁ ପ୍ରକୃତ ଦୂର୍ଗା ପୂଜା ଆରମ୍ଭ ହୋଇଥାଏ ?

ଉତ୍ତର- ମହାଳୟା ।

7- କେଉଁ ଦିନ ଠାରୁ ମା ଦୂର୍ଗାଙ୍କର ପୂଜା ବିଧି ଆରମ୍ଭ ହୋଇଥାଏ ?

ଉତ୍ତର- ଷଷ୍ଠୀ ଠାରୁ ।

8- ନବରାତ୍ରର ପ୍ରଥମ ଦିବସରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- ଶୈଳପୁତ୍ରୀ ।

9- ନବରାତ୍ରର ଦ୍ଵିତୀୟ ଦିବସରେ କେଉଁ ଦେବୀ ଙ୍କୁ ପୂଜା କରାଯାଏ ?

ଉତ୍ତର- ବ୍ରହ୍ମଚାରିଣୀ ।

10- ନବରାତ୍ରର ତୃତୀୟ ଦିବସରେ କେଉଁ ଦେବୀ ଙ୍କୁ ପୂଜା କରାଯାଏ ?

ଉତ୍ତର- ଚନ୍ଦ୍ରଘଣ୍ଟା ।

11- ନବରାତ୍ରର ଚତୁର୍ଥ ଦିବସରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- କୁଷ୍ମାଣ୍ଡା ।

12- ନବରାତ୍ରର ପଞ୍ଚମ ଦିବସରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- ସ୍କନ୍ଧମାତା ।

13- ନବରାତ୍ରର ଷଷ୍ଠ ଦିନରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- କାତ୍ୟାୟନୀ ।

14- ନବରାତ୍ରର ସପ୍ତମ ଦିନରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- କାଳରାତ୍ରି ।

15- ନବରାତ୍ରର ଅଷ୍ଟମ ଦିନରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- ମହାଗୌରୀ ।

16- ନବରାତ୍ରର ନବମ ଦିନରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- ସିଦ୍ଧିଦାତ୍ରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button