ସ୍ୱାସ୍ଥ୍ୟ

ପାଟିରୁ ଦୁର୍ଗନ୍ଧ ବାହାରୁଛି କି ? ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ

ବନ୍ଧୁଗଣ ବର୍ତ୍ତମାନ ଆପଣ ଦେଖୁଥିବେ କି ଅନେକ ଲୋକଙ୍କ ର ପାଟି ରୁ ଦୁର୍ଗନ୍ଧ ବାହାରିଥାଏ। ଏହା ଭିତରେ ଆପଣ ମୁଁ ଆମେ ସମସ୍ତେ ମଧ୍ୟ ରହିଥାଇ ପାରୁ କାରଣ ଏହା କୌଣସି ବଡ଼ କଥା ନୁହେଁ ଅନେକ ଲୋକଙ୍କ ପାଖରେ ଏହିପରି ଦେଖିବା କୁ ମିଳିଥାଏ। କିନ୍ତୁ ଯେତେବେଳେ ଆପଣ ନିଜ କୁ ଅନ୍ୟ ମାନଙ୍କ ମଧ୍ୟରେ ପାଇଥାନ୍ତି ସେତେବେଳେ ଏହା ଆମକୁ ବହୁତ ସମସ୍ୟା ରେ ପକାଇ ଥାଏ। ସାଙ୍ଗ ସାଥୀ ରେ ଥିଲେ ଯଦି ଆପଣ ଙ୍କର ପାଟି ରୁ ଦୁର୍ଗନ୍ଧ ବାହାରିଥାଏ ତେବେ ଆମ ସହ କେହି ମିଶିବା କୁ ପସନ୍ଦ କରନ୍ତି ନାହିଁ ଏହା ଆମକୁ ବହୁତ ଖରାପ ଲାଗିଥାଏ ମଧ୍ୟ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହିପରି କାହିଁକି ହୋଇଥାଏ ବୋଲି। କାରଣ ଏହି ପାଟିରୁ ଦୁର୍ଗନ୍ଧ ବାହାରିବା ତ ସମସ୍ତ ଙ୍କ ପାଖରେ ଦେଖାଯାଏ ନାହିଁ। ଆଉ ଏହାର କାରଣ କଣ ରହିଛି ଏହାକୁ ଆମେ କିପରି ଭାବରେ ଉପଚାର କରିବା ଇତ୍ୟାଦି ବିଷୟରେ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯେ ପାଟିରୁ ଦୁର୍ଗନ୍ଧ ବାହାରିବା ର କଣ ସବୁ କାରଣ ରହିଛି ବୋଲି ଏବଂ ଏହାର ଉପଚାର ପାଇଁ ଆପଣ କଣ ସବୁ କରିପାରିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ।

ପାଟିରୁ ଦୁର୍ଗନ୍ଧ ବାହାରିବାର କାରଣ:-

ବନ୍ଧୁଗଣ ପାଟିରୁ ବାହାରିବା ର ଅନେକ କାରଣ ରହିଛି , ସେହି ଗୁଡିକ ହେଉଛି:-
୧.ଯଦି ଆପଣ ଙ୍କର ପେଟ ରେ ଗ୍ୟାସ ରହୁଛି ବା ଆପଣ ଙ୍କୁ ଏସିଡିଟି ର ସମସ୍ୟା ରହିଥାଏ , ତେବେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ।

୨.ଅନେକ ଲୋକଙ୍କ ପାଖରେ ଏହା ମଧ୍ୟ ଲକ୍ଷଣ ଦେଖାଯାଏ କି ଯଦି ଆପଣ ଙ୍କର ଦାନ୍ତ ମାଡିରେ ରକ୍ତ ବାହାରୁଚି ତାହା ଥଣ୍ଡା ପାଇଁ ହେଉ କିମ୍ବା ଅନ୍ୟ କୌଣସି ପାଇଁ ଏହା କାରଣ ରୁ ମଧ୍ୟ ପାଟିରୁ ଖରାପ ଦୁର୍ଗନ୍ଧ ବାହାରିଥାଏ।

୩.ଡାକ୍ତର ମାନଙ୍କ ମତରେ ଯଦି ଆପଣ ବହୁତ କମ ପାଣି ପିଉଛନ୍ତି ତେବେ ଦୁର୍ଗନ୍ଧ ବାହାରିବା ନିଶ୍ଚିତ କାରଣ ଆପଣ ଙ୍କର ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ହଜମ ହେଉନାହିଁ।

ଉପଚାର କଣ ରହିଛି:-

ବନ୍ଧୁଗଣ ଆମେ ଆପଣ ଙ୍କୁ ପାଟିରୁ ଦୁର୍ଗନ୍ଧ ବାହାରିବା ର କାରଣ ଗୁଡ଼ିକ ବିଷୟ ରେ ଜଣେଇଲୁ ତେଣୁ ଆପଣ ଏହିସବୁ କାର୍ଯ୍ୟ ଉପରେ ଧ୍ୟାନ ଦେଲେ ତଥା ପାଣି ଠିକ ଭାବରେ ସେବନ କଲେ , ମାଢିରୁ ବାହାରୁ ଥିବା ରକ୍ତ ର ଚିକିତ୍ସା କରିବା ଦ୍ୱାରା ପାଟିରେ ଆଉ ଦୁର୍ଗନ୍ଧ ହେବ ନାହିଁ। କିନ୍ତୁ ଏହା ସହ ଆପଣ ଗୋଟିଏ ଦିନରେ ଦୁଇ ଥର ଦାନ୍ତ ରେ ବ୍ରସ କରନ୍ତୁ ଏହା ଦ୍ଵାରା କୌଣସି ଖାଦ୍ୟ ପଦାର୍ଥ ପାଟିରେ ରହିବ ନାହିଁ ଆଉ କୌଣସି ଦୁର୍ଗନ୍ଧ ମଧ୍ୟ।

କିନ୍ତୁ ଯଦି ଆପଣ ସମସ୍ତ ପ୍ରକାରର ସାବଧାନତା ରହିବା ସତ୍ୱେ ଆପଣ ଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଛି ତେବେ ଆପଣ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ କାରଣ ଏହି ସମସ୍ୟା ଆପଣ ଙ୍କୁ ବହୁତ ବଡ଼ ବିପଦ ରେ ପକାଇ ଦେଇ ପାରେ।ତେଣୁ ସୁରକ୍ଷିତ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button