ବ୍ୟବସାୟ

ଫୋକସ୍‌ରେ ଗ୍ୟାଜେଟ୍: ଏସସ୍‌ର ନୂଆ ୬୫ ଵାଟ୍‌ ଚାର୍ଜର

ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍‌ ସରଞ୍ଜାମ ନିର୍ମାଣ କରୁଥିବା ତାଇଵାନୀ କମ୍ପାନି ‘ଏସସ୍‌’ ଲାପ୍‌ଟପ୍‌ ଓ ସ୍ମାର୍ଟଫୋନ୍‌ ଚାର୍ଜ କରିବା ପାଇଁ ଏକ ଛୋଟ ୬୫ ଵାଟ୍‌ ଚାର୍ଜର ବଜାରକୁ ଛାଡ଼ିଛି। କମ୍‌ ଉତ୍ତପ୍ତ ହୋଇ ସୁଦକ୍ଷ ଭାବରେ ବୈଦ୍ୟୁତିକ ସରଞ୍ଜାମ ଚାର୍ଜ କରି ପାରୁଥିବା ଗାଲିଅମ୍‌ ନାଇଟ୍ରାଇଡ୍‌ ବା ‘ଗାନ୍‌’ ଜ୍ଞାନକୌଶଳ ଉପରେ ଆଧାରିତ ଏହି ଚାର୍ଜର୍‌ର ଅନେକ ଆକର୍ଷଣୀୟ ବୈଶିଷ୍ଟ୍ୟ ରହିଛି।

ଏଥିରେ ଦୁଇଟି ୟୁଏସ୍‌ବି ସି-ପୋର୍ଟ ରହିଛି, ଯାହା ମାଧ୍ୟମରେ ଏକା ସାଙ୍ଗରେ ଦୁଇଟି ବୈଦ୍ୟୁତିକ ଉପକରଣ ଦ୍ରୁତ ବେଗରେ ଚାର୍ଜ ହୋଇପାରିବ। ଏହା ସହିତ ୫ ଆମ୍ପିଅର୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସ୍ରୋତ ସମ୍ଭାଳି ପାରୁଥିବା ଏକ ଦେଢ଼ ମିଟରର ତାର ମଧ୍ୟ ମିଳିବ। ସବୁଠୁ ବଡ଼ କଥା ହେଲା, ଏହା ପାରମ୍ପରିକ ଚାର୍ଜରଠାରୁ ଯଥେଷ୍ଟ ଛୋଟ। ତେଣୁ ଏହାକୁ ସହଜରେ ପକେଟ୍‌ ଭିତରେ ରଖିହେବ। ୩୨x୬୪.୧x୩୦ ମି.ମି. ଆକାର ବିଶିଷ୍ଟ ଏହି ଚାର୍ଜରର ଓଜନ ହେଉଛି ମାତ୍ର ୧୨୦ ଗ୍ରାମ୍‌।

କୌଣସି ବିଦ୍ୟୁତ୍‌ ସକେଟ୍‌ରେ ଲାଗିଥିଲା ବେଳେ ଏହାର ବର୍ଗାକୃତି କଳେବର ପାଖରେ ଲାଗିଥିବା ଅନ୍ୟ ଚାର୍ଜର ଉପରେ ଆଦୌ ହସ୍ତକ୍ଷେପ କରେନାହିଁ। ଏହି ଚାର୍ଜରଟି ୩,୦୦୦ ଥର କେବଲ୍‌ ବେଣ୍ଡିଂ ଓ ୧୦,୦୦୦ ଥର ପୋର୍ଟରେ ଭର୍ତ୍ତି କରିବା ଓ ବାହାର କରିବା ପରୀକ୍ଷାରେ ସଫଳ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ମାତ୍ର ୩୦ ମିନିଟ୍‌ରେ ଏହା କୌଣସି ଉପକରଣକୁ ୫୦ ପ୍ରତିଶତ ଚାର୍ଜ କରିପାରୁଛି। ବର୍ତ୍ତମାନ ପାଇଁ ଏସସ୍‌-ଇ-ଷ୍ଟୋର୍‌ରେ ଉପଲବ୍‌ଧ ଏହି ଚାର୍ଜରର ଦାମ୍‌ ୨,୭୯୯ ଟଙ୍କା ରଖାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button