ଜୀବନଶୈଳୀ

ପେଟକୁ ସଫା ରଖିବ ଏହି ୫ଟି ଜିନିଷ

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ପେଟ ସମସ୍ୟା ଲାଗି ରୁହେ । ସେମାନଙ୍କର ପେଟ ସଫା ରୁହେ ନାହିଁ । ଏହା ଫଳରେ ମାଂସପେଶୀ କମଜୋର ହୋଇଯାଏ । ପାଚନ ଶକ୍ତି ବି କମଜୋର ହୁଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପେଟ ପୁରା ସଫା ରୁହେ ତେବେ ଆପଣଙ୍କୁ କିଛି ଜିନିଷ ସକାଳୁ ପିଇବାକୁ ପଡିବ । ଆସନ୍ତୁ ଜାଣିବା ..
ପାଣି-ସକାଳ ସମୟରେ ପେଟ ସଫା ରହିବା ନିହାତି ଜରୁରୀ । ଯଦି ଆପଣଙ୍କ ପେଟ ସଫା ନ ରୁହେ ତେବେ ଆପଣ ସକାଳ ସମୟରେ ଅଧିକରୁ ଅଧିକ ପାଣି ପିଇବା ଉଚିତ । ଏହା ଦ୍ୱାରା ପେଟର ମଇଳା ସବୁ ବାହାରି ଯିବ ।
ଲୁଣ ପାଣି-ସକାଳ ସମୟରେ ପେଟ ସଫା କରିବା ପାଇଁ ଲୁଣ ପାଣି ପିଇପାରିବେ । ଏହା ଦ୍ୱାରା ଗ୍ୟାସ ଏବଂ ପେଟ ଫୁଲିବା ସମସ୍ୟା ଦୂର ହେବ ।
ଫଳ ଜୁସ-ଆପଣଙ୍କୁ ସକାଳ ସମୟରେ ଫଳ ଏବଂ ପନି ପରିବା ଜୁସ ପିଇବା ଉଚିତ । ଏହା ଦ୍ୱାରା ଆପଣ ପୁରା ଦିନ ଫିଟ ଅନୁଭବ କରିବେ । ପେଟ ମଧ୍ୟ ସଫା ରହିବ ।
ପୁଦିନା ପାଣି -ଯଦି ସକାଳୁ ଆପଣଙ୍କ ପେଟ କାଟୁଛି ତେବେ ଆପଣ ପୁଦିନା ପାଣି ପିଅନ୍ତୁ । ଏହା ଦ୍ୱାରା ପେଟ ସଫା ରୁହେ ଏବଂ କ୍ୟାନସର ବିପଦ ମଧ୍ୟ କମ ଥାଏ ।
ହେଙ୍ଗୁ ପାଣି-ହେଙ୍ଗୁ ପାଉଡର ପାଣିରେ ମିଶାଇ ଆପଣ ସକାଳୁ ପିଇ ପାରିବେ । ଏହା ଦ୍ୱାରା ଆପଣଙ୍କ ପେଟ ସଫା ଏବଂ ଥଣ୍ଡା ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button