ଓଡିଶା

ରୋଗ ଭଲ କରିବାକୁ ଆସିଥିଲେ ହସ୍ପିଟାଲ; ଜୀବନ ନେଲା କେବୁଲ ତାର

ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଚିକିତ୍ସା ପରେ ସୁସ୍ଥ ବି ହୋଇ ଆସୁଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। ପିଲାଛୁଆଙ୍କ ସହ ଖୁସିରେ ଦିନ କଟାଇଥାନ୍ତେ। ପିଲାମାନେ ମଧ୍ୟ ବାପାର ଫେରିବା ବାଟକୁ ଅନାଇ ବସିଥିଲେ। ହେଲେ ସବୁ ଓଲଟପାଲଟ ହୋଇଯାଇଥିଲା। ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ଚାଲିଯାଇଥିଲା ଜୀବନ।

ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲରୁ। ମୃତକ ହେଲେ ଆମ୍ବଝର ଗାଁ ର କରଣ ସିଂ।

ଅସୁସ୍ଥତା ଯୋଗୁ ୫ ଦିନ ତଳେ କରଣ ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ସେ ଶୌଚ ହେବା ପାଇଁ ଯାଇଥିଲେ। ମେଡିକାଲ ଭିତରେ ଶୌଚାଳୟ ଅପରିଷ୍କାର ଥିବାରୁ କରଣ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ। ଶୌଚାଳୟ ନିକଟରେ କେବୁଲ ତାର
ବିଛା ହୋଇଥିଲା। ପଡ଼ିଥିବା କେବୁଲ ତାରରେ କରଣଙ୍କ ଗୋଡ଼ ଛନ୍ଦି ହୋଇଯାଇଥିଲା। ସେ ତଳେ ପଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରୋଗୀଙ୍କ ସଂପର୍କୀୟ ଏହା ଦେଖି କରଣଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ଷ୍ଟ୍ରେଚର ଉଠାଇ ତାଙ୍କୁ ମେଡିକାଲ ଭିତରକୁ ଆଣିଥିଲେ। ସେଠାରେ ଡାକ୍ତର କରଣଙ୍କୁ ମୃତ ଘୋଷଣା କରିଥିଲେ।

ରୋଗୀଙ୍କ ସଂପର୍କୀୟ କହିଛନ୍ତି, ମେଡିକାଲରେ ପରିସରରେ ତାର ଗୁଡ଼ିକ ଚାରିଆଡେ ପଡ଼ି ରହିଛି। ମେଡିକାଲ ପରିସରରେ ମୁକୁଳା ଡ୍ରେନ ରହିଛି। ଡ୍ରେନରେ ସ୍ଲାପ ପଡ଼ିନାହିଁ। ରୋଗୀଙ୍କ ପାଇଁ ମେଡିକାଲରେ କୌଣସି ସୁବିଧା ନାହିଁ।

ନୀଳଗିରି ଏସଡିଏମଓ ସରୋଜିନୀ ପ୍ରଧାନ କହିଛନ୍ତି, କେଉଁ ପରିସ୍ଥିତିରେ ୱାର୍ଡ ବାହାରର ଶୌଚାଳୟକୁ ଗଲେ, ତାହାର ତଦନ୍ତ କରାଯିବ। କାମ ଚାଲିଥିଲା। ଠିକାଦାରକୁ ତାର ଗୁଡ଼ିକ ନେଇ ଯିବାକୁ କୁହାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button