ମନୋରଞ୍ଜନ

ଶେଷରେ ଭଉଣୀ ବିବାହକୁ ନେଇ ମୁହଁ ଖୋଲିଲେ ଭାଇ ଲଭ୍ ; ସୋନାକ୍ଷୀଙ୍କ ବାହାଘରରେ ସାମିଲ ନହେବାର କହିଲେ ପ୍ରକୃତ କାରଣ

ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଯେ କି ଜୁନ୍ ୨୩ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ପ୍ରେମିକ ଜହିର୍ ଇକବାଲଙ୍କୁ ବିବାହ କରିଥିବେ ବେଳେ ବର୍ତ୍ତମାନ ସେ ନିଜ ହନିମୁନ୍ ଉପବୋଗ କରୁଥିବା ଜଣାପଡିଛି । ତେବେ ସୋନାକ୍ଷୀଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚ ହେଉ ନଥିବା ବିବାହରେ ଭାଇଙ୍କ ଅନୁପସ୍ଥିତିକୁ ନେଇ ତା ଠାରୁ ଅଧିକ ଆଲୋଚନା ହେଉଥିଲା । ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀଙ୍କ ଭାଇ ଲଭ୍ । ଏଥିସହିତ ଭଉଣୀ ବିବାହରେ ସାମିଲ ନହେବାର କହିଛନ୍ତି ପ୍ରକୃତ କାରଣ । ଯାହାକୁ ଜଣାବା ପରେ ପ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ତେବେ ମିଲିଥିବା ସୂଚନା ଅନୁଯାୟୀ, ସୋନାକ୍ଷୀ ଏବଂ ଜହୀର ଧର୍ମ ପୁରା ଭିନ୍ନ ହୋଇଥିବାରୁ ଇଭୟ ରେଜେଷ୍ଟି ମ୍ୟାରେଜ କରିଥିଲେ । ଯେଉଁଥିରେ ଉଭୟଙ୍କ ପରିବାର ଏବଂ ବନ୍ଧୁବାନ୍ଧବ ସାମିଲ ଥିଲେ । କିନ୍ତୁ ସୋନାକ୍ଷୀଙ୍କ ଦୁଅ ଭାଇ ଲଭ୍ ଏବଂ କୁଶ ଏହି ବିବାହରେ ନ୍‌ଜର ଆସି ନଥିଲେ । ଯଯାହାଫଳରେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଆଉ ଶେଷରେ ଲଭ୍ ଭଉଣୀ ବିବାହରେ ସାମିଲ ନହେବାର କାରଣ କଣ ବୋଲି କହିବା ବଦଳରେ ଫ୍ୟାନ୍ସ ଏବଂ ମିଡିଆଙ୍କୁ କିଛି ସମୟ ମାଗିଥିଲେ । ଆଉ କହିଥିଲେ ସମୟ ଆସିଲେ ମୁଁ ସବୁ କଥା ସମମ୍‌ତଙଅକ ମାମ୍ନାରେ ରଖିବି । ତେବେ ଶେଷରେ ଆଜି ଏହି କଥାକୁ ନେଇ ମୁହଁ ଖଲିଛନ୍ତି ଲଭ୍ ।

ଟୁଇଟରକୁ ନେଇ ଲଭ ସିହ୍ନା ତାଙ୍କ ନିରବତାକୁ ଭାଙ୍ଗି ଦେଇଛନ୍ତି ଏବଂ ନିଶ୍ଚିତ କରିଛନ୍ତି ଯେ ସେ ସୋନାକ୍ଷୀ ସିହ୍ନା ଏବଂ ଜହିରଙ୍କ ବିବାହର ଅଂଶ ନୁହଁନ୍ତି। ସେ ପ୍ରଥମେ ଏକ ଆର୍ଟିକିଲ୍ ସେୟାର କରିଥିଲେ, ଯେଉଁଥିରେ ଜଣେ ରାଜନେତାଙ୍କ ସହ ଜହିର ଇକବାଲଙ୍କ ପିତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଲେଖାଥିଲା – ‘ବୋଧହୁଏ ଚିନ୍ତାର କାରଣ ହେଉଛି ବର ବିଷୟରେ ଗୁଜବ। ତାଙ୍କ ପାରିବାରିକ ବ୍ୟବସାୟ ବିଷୟରେ କାହାଣୀ ଗୁଡିକ ଯତ୍ନର ସହିତ ତିଆରି କରାଯାଇଥିଲା।

ବରଙ୍କ ବାପା ରାଜନେତାଙ୍କ ସହ ସମ୍ପର୍କ ଅଛି, କେହି ସେ ବିଷୟରେ ଧ୍ୟାନ ଦେଇନାହାନ୍ତି। ଯାହାଙ୍କର ଇଡି ସହ ପଚରାଉଚରା କରାଯାଉଛି। ବରଙ୍କ ବାପା ଦୁବାଇରେ ଥିବା ଜଣା ନ ଥିଲା।ଏଣୁ ବିବାହରେ କାହିଁକି ସାମିଲ ହେଲି ନାହିଁ ତାହା ବହୁତ ସ୍ପଷ୍ଟ। କିଛି ବି ହେଲେ ମୁଁ ସେହି ଲୋକଙ୍କ ସହ ସମ୍ପର୍କ ରଖିବି ନାହିଁ। ବହୁତ ଖୁସି ଯେ ଗଣମାଧ୍ୟମର ଜଣେ ସଦସ୍ୟ ପିଆର୍ ଟିମର କାହାଣୀ ନୁହେଁ ବରଂ ନିଜେ ସେ ନେଇ ଖୋଜ ଖବର ନେଇଥିଲେ ବୋଲି ସେ କହିଛନ୍ତି। ସୋନାକ୍ଷୀ ସିହ୍ନା ତାଙ୍କ ଭାଇ ଲୁଭ ସିହ୍ନା ତାଙ୍କ ବିବାହରେ ଯୋଗଦେବା ଏବଂ କାର୍ଯ୍ୟର ଅଂଶ ନହେବା ଉପରେ ନୀରବତା ବଜାୟ ରଖିଛନ୍ତି। ଏପରି କି ଭାଇ ଲଭ୍‌ଙ୍କ ବୟାନ ଉପରେ ମଧ୍ୟ ସୋନାକ୍ଷୀ କୌଣସି ପ୍ରତିକ୍ରୀୟା ରଖି ନାହାଁନ୍ତି । ବରଂ ସେ ତାଙ୍କ ସ୍ୱାମୀ ଇକବ୍ଲଙ୍କ ସହ ହନିମୁନର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ବେଶ ଖୁସିଥିବା ଦର୍ଶାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button