ଦେଶ ବିଦେଶ

ଅକ୍ଟୋବରକୁ ‘ହିନ୍ଦୁ ଐତିହ୍ୟ ମାସ’ ଘୋଷଣା କଲା ଆମେରିକୀୟ ପ୍ରଦେଶ ଜର୍ଜିଆ – Utkal Mail


ଆଟ୍‌ଲାଣ୍ଟା: ରାଜ୍ୟର ପ୍ରଗତି ପ୍ରତି ଉଦ୍‌ଯୋଗୀ ହିନ୍ଦୁ-ଆମେରିକୀୟଙ୍କ ଅବଦାନକୁ ମାନ୍ୟତା ଦେଇ ଆମେରିକୀୟ ପ୍ରଦେଶ ଜର୍ଜିଆ ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ’ ରୂପେ ଘୋଷଣା କରିଛି।

ଏକଥା ଘୋଷଣା କରି ଜର୍ଜିଆର ଗଭର୍ଣ୍ଣର୍‌ ବ୍ରିୟାନ୍‌ କେମ୍ପ୍‌ କହିଛନ୍ତି ଯେ, ଭାରତରେ ବିକଶିତ ହୋଇଥିବା ହିନ୍ଦୁ ଐତିହ୍ୟ ଓ ବିବିଧତାଭରା ଆଧ୍ୟାତ୍ମିକ ପରମ୍ପରା ଉପରେ ଧ୍ୟାନ ଦିଆଯାଇ ଅକ୍ଟୋବର ମାସକୁ ସମ୍ମିଳିତ ଭାବେ ପାଳନ କରାଯିବ।

ଉଲ୍ଲେଖଯୋଗ୍ୟ, ନବରାତ୍ରୀ ଓ ଦୀପାବଳି ଭଳି ପ୍ରମୁଖ ହିନ୍ଦୁ ପର୍ବପର୍ବାଣି ପଡୁଥିବାରୁ ହିନ୍ଦୁଧର୍ମ ଲାଗି ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ ଅଟେ। ହିନ୍ଦୁ ଐତିହ୍ୟ, ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧ ହିନ୍ଦୁଧର୍ମୀମାନଙ୍କୁ ଜୀବନର ଅନେକ ସମସ୍ୟାର ସମାଧାନ ଯୋଗାଇ ଦେବା ସହିତ  ମାର୍ଗଦର୍ଶିକା ଭାବେ ହିନ୍ଦୁ ଧର୍ମବାଣୀ ଅସଂଖ୍ୟ ବ୍ୟକ୍ତିଙ୍କ ପ୍ରେରଣା, ଚିନ୍ତନ ଓ ବିବେଚନାର ଉତ୍ସ ହୋଇ ପାରିଛି ବୋଲି ଉକ୍ତ ଘୋଷଣାନାମାରେ ଜର୍ଜିଆର ଗଭର୍ଣ୍ଣର୍‌ କହିଛନ୍ତି।

Image Courtesy of Business Standard

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଉଦ୍‌ଯୋଗୀ ହିନ୍ଦୁ-ଆମେରିକୀୟ ସମ୍ପ୍ରଦାୟ ରାଜ୍ୟର ନାଗରିକମାନଙ୍କ ଜୀବନକୁ ସମୃଦ୍ଧ କରି ଜର୍ଜିଆ ରାଜ୍ୟରେ ପ୍ରାଣସ୍ପନ୍ଦନ ଭରିବାରେ ବିଶେଷ ଅବଦାନ ଦେଇଛନ୍ତି।

ଆମେରିକୀୟ ହିନ୍ଦୁ ସଙ୍ଗଠନ ‘କୋଆଲିସନ୍‌ ଅଫ୍‌ ହିନ୍ଦୁ ଅଫ୍‌ ନର୍ଥ ଆମେରିକା’ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ହିନ୍ଦୁ ସମ୍ପ୍ରଦାୟର ଅବଦାନକୁ ସ୍ବୀକୃତି ଦେଇଥିବାରୁ ଗଭର୍ଣ୍ଣର୍‌ କେମ୍ପ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button