କ୍ରାଇମ

କୁନି ଝିଅକୁ କାନ୍ଧରେ ବସାଇ ବୁଲାଇବାକୁ ନେଉଥିଲେ ଯୁବକ, ଏତିକି ବେଳେ ମୁଣ୍ଡରେ ବାଜିଲା ଗୁଳି – Utkal Mail


ନୂଆଦିଲ୍ଲୀ: କୁନି ଝିଅକୁ କାନ୍ଧରେ ବସାଇ ବୁଲାଇବାକୁ ନେଉଥିଲେ ଯୁବକ। ଏତିକି ବେଳେ ମୁଣ୍ଡରେ ବାଜିଲା ଗୁଳି। ଉତ୍ତରପ୍ରଦେଶର ଶାହାଜାହାନପୁରରେ ଘଟିଛି ଏଭଳି ହୃଦୟ ଥରାଇ ଦେବା ଭଳି ଘଟଣା। ଶାହାଜାହାନପୁରରେ ରହୁଥିବା ଜଣେ ଯୁବକ ନିଜ ଝିଅକୁ ଧରି ବୁଲିବାକୁ ବାହାରିିଥିଲେ, ହେଲେ ବାଟରେ ଏଭଳି କିଛି ଘଟିଯିବ ବୋଲି ତାଙ୍କୁ ଜଣାନଥିଲା। ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହେଉଥିବା ବେଳେ ସେଥିରେ ମୋଟରସାଇକେଲରେ ବନ୍ଧୁକଧାରୀ ଦୁର୍ବୃତ୍ତମାନେ ଆସି ଯୁବକଙ୍କ ମୁଣ୍ଡକୁ ଗୁଳି ମାରୁଥିବା ଦେଖାଯାଇଛି।

ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ ୨୮ବର୍ଷିୟ ଶୋଏବ ବୋଲି ଚିହ୍ନଟ କରାଯାଇଛି। ଆକ୍ରମଣ ପରେ ଶୋଏବଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଚିକିତ୍ସା ପାଇଁ ତାଙ୍କୁ ବରେଲି ପଠାଯାଇଛି।

ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ରାସ୍ତାରେ ଝିଅକୁ ଧରି ଚାଲି ଚାଲି ଯାଉଛନ୍ତି ଶୋଏବ। ଏହି ସମୟରେ ୨ଜଣ ବାଇକରେ ତାଙ୍କ ଆଡକୁ ଆସୁଛନ୍ତି। ଦୁହେଁ ଶୋଏବଙ୍କୁ ଆକ୍ରମଣ ନକରି ଆଗକୁ ଚାଲିଯାଉଛନ୍ତି। କିଛି ବାଟ ଯାଇ ଦୁହେଁ ଗାଡ଼ି ଅଟକାଇ ଦେଉଛନ୍ତି। ଏହା ପରେ ଶୋଏବଙ୍କ ସାମ୍ନାରୁ ଚାଲି ଚାଲି ଆସୁଥିବା ଆଉ ଜଣେ ଯୁବକ ତାଙ୍କ ମୁଣ୍ଡକୁ ଗୁଳି ମାରୁଛନ୍ତି। ଗୁଳି ମାରିବା ପରେ ଅଭିଯୁକ୍ତ ଆଗରେ ଅପେକ୍ଷା କରିଥିବା ଅନ୍ୟଜଣକ ସହ ବାଇକରେ ବସି ସେଠାରୁ ଫେରାର ହୋଇଯାଉଛନ୍ତି। ଗୁୁଳି ବାଜିବା ପରେ ତଳେ ପଡ଼ିଯାଉଛନ୍ତି ଶୋଏବ। ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘର ବାହାରକୁ ଆସିବା ପରେ ଶୋଏବଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button