ବିଚାର

ସାପ କାମୁଡ଼ିଲେ କଣ କରିବେ? ଶୀଘ୍ର ଶୀଘ୍ର କେଉଁ ପଦକ୍ଷପ ନେବେ…

ବନ୍ଧୁଗଣ ବେଳେବେଳେ ଦେଖାଯାଏ କିଛି ଲୋକଙ୍କୁ ସାପ କାମୁଡି ଦିଏ ଯେଉଁଲାଗି କିଛି ଅସାବଧାନତା ଯୋଗୁଁ ଜୀବନ ଯାଇଥାଏ।ସେଥିପାଇଁ ପ୍ରାଥମିକ ଚିକିତ୍ସା କରିବା ଦରକାର୍।ସହର ଠାରୁ ଗାଁ ଲୋକଙ୍କୁ ସାପ କାମୁଡିବା ଅଧିକ ହୋଇ ଥାଏ ଜୀବନ ଯିବା ବି ଅଧିକ ଥାଏ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମ ଦେଶରେ 550 ପ୍ରକାର ସାପରୁ ମାତ୍ର 10 ପ୍ରତିଶତ ସାପ ବିଷଧର ଥାଆନ୍ତି। ଯାହା କାମୁଡ଼ିଲେ ବିଷ ଚଢ଼ିଥାଏ ଏବଂ ଲୋକର ମୃତ୍ୟୁ ହୁଏ।

ତେଣୁ ଆଜି ଜାଣିବା ଆମେ ପ୍ରାଥମିକ ଚିକିତ୍ସା କିପରି କରିବା। ଯେଉଁ ବ୍ୟକ୍ତିକୁ ସାପ କାମୁ ବିଶେଷ କରି ଗାଁ ମାନଙ୍କରେ ଡ଼ାକ୍ତରଖାନା କୁ ନନେଇ ଗୁଣିଆ ପାଖକୁ ନିଅନ୍ତି।ସାପ କାମୁଡିବାର 3ଘଣ୍ଟା ଭିତରେ ମୃତ୍ୟୁ ହୋଇଥାଏ ତେଣୁ ପ୍ରଥମେ ଆପଣ ତାକୁ ଡ଼ାକ୍ତରଖାନା ନିଅନ୍ତୁ।ଜାଣି ରଖନ୍ତୁ କି ଯେଉଁ ବ୍ୟକ୍ତି କୁ ସାପ କାମୁଡେ ଗୋଡ଼ ହେଉ ଅବା ହାତ ବିଷ ଉପରକୁ ଅର୍ଥାତ୍ ହାର୍ଟ କୁ ଯାଇ ରକ୍ତରେ ମିସେ ଏବଂ ମୁଣ୍ଡକୁ ଚଢ଼ିଗଲେ ତାର ମୃତ୍ୟୁ ହୁଏ। ତେଣୁ ଆପଣ କାମୁଡିବା ସ୍ଥାନର ଉପରକୁ ଗାମୁଛା ଅବା ରଶିରେ ବାନ୍ଧି ଦିଅନ୍ତୁ ଏବଂ 3ଘଣ୍ଟା ଭିତରେ ଡ଼ାକ୍ତରଖାନା ନିଅନ୍ତୁ।

ଯଦି ସମ୍ଭବ ସାପର ଫଟୋ ନିଅନ୍ତୁ ଯାହାଦ୍ଵାରା ଜାଣିହେବ ଏହା କି ପ୍ରକାର ସାପ କାରଣ ଏହା ଦ୍ଵାରା ଭିନ୍ନ ଭିନ୍ନ ସାପ ପାଇଁ ମିଳୁଥିବା ଭିନ୍ନ ଭିନ୍ନ ଇଞ୍ଜେକସନକୁ ଦିଆ ଯାଇପାରିବ। ଯଦି କେଉଁ ସାପ ବୋଲି କହିନପାରିବେ ତେବେ ରକ୍ତ ପରୀକ୍ଷା କରି ଜାଣିବାକୁ ପଡେ ଏବଂ ବିଳମ୍ବ ହୋଇଥାଏ। ଏହା ଛଡ଼ା ବ୍ୟକ୍ତି କୁ କୌଣସି ଜିନିଷ ଖାଇବାକୁ ଦେବେ ନାହିଁ ଏହାଦ୍ବାରା ବିଷର ଅଧିକ ପ୍ରଭାବ ପଡ଼ିବ। ଏହା ସହିତ ଲୋକକୁ ଚଲେଇକି କୁଆଡେ ନେବେନାହି ଅବା ଚଲାବୁଲା କରିବାକୁ ଦେବେ ନାହିଁ। ସେହି ବ୍ୟକ୍ତିକୁ ଅଟୋ ଅବା ବାଇକରେ ଡ଼ାକ୍ତରଖାନା ନେଇଯିବେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button