ଓଡିଶା

ଠେକୁଆ ଚାଷରୁ ସ୍ବାବଲମ୍ବୀ

କେନ୍ଦ୍ରାପଡ଼ାଠେକୁଆ ଚାଷକରି ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହେଇପାରିଛନ୍ତି କେନ୍ଦ୍ରାପଡାର ପ୍ରଭାସିନୀ ବେହେରା। ଆଧୁନିକ ପ୍ରଣାଳୀରେ ଠେକୁଆ ଚାଷକରି ଭଲ ଦୁଇପାଇସା ରୋଜଗାର କରିପାରୁଛନ୍ତି ମହିଳା। ଆଉ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଠେକୁଆ ଚାଷକରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି କେନ୍ଦ୍ରାପଡ଼ା ମିରପାଟଣା ଗାଁର ପ୍ରଭାସିନୀ ବେହେରା । ସୋଭିଏତ ଚିନ ଚିଲା, ସୋଭିଏତ ବ୍ଲାକ, ନ୍ୟୁଜଲ୍ୟାଣ୍ଡ ଧଳା, ରେଡ୍ ଆଇ ଏବଂ ବ୍ଲାକ ଆଇ ଆଦି ବିଭିନ୍ନ ପ୍ରଜାତିର ଠେକୁଆ ଛୁଆ ଆଣି ଆଧୁନିକ ପ୍ରଣାଳୀରେ ଚାଷ କରିଛନ୍ତି। ପ୍ରଥମେ ପ୍ରଭାସିନୀ ନିଜସ୍ୱ ଖର୍ଚ୍ଚରେ ୪୦୦ ସ୍କୋୟାର ଫୁଟ ଘରେ ଦଶଟି ୟୁନିଟରେ ୭୦ଟି ଠେକୁଆ ଆଣି ଚାଷ ଆରମ୍ଭ କରିଥିଲେ। ତାହା ଏବେ ୨୦୦ ଠେକୁଆରେ ପହଁଚିଲାଣି। ଆଉ ଏହି ଠେକୁଆ ଚାଷକରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ବିଶେଷକରି ଓଡ଼ିଶାରେ ଠେକୁଆର ଚାହିଦା ନଥିବା ବେଳେ ଅନ୍ୟ ରାଜ୍ୟ କେରଳ, ଆନ୍ଧ୍ର ଓ ତାମିଲନାଡୁରେ ଗବେଷଣା ଓ ମାଂସର ରପ୍ତାନୀ ହେଉଛି। ଏବେ କିନ୍ତୁ ଓଡ଼ିଶାରେ କେତେକ ସ୍ଥାନରେ ଦେଖିବାକୁ ମିଳୁଛି ଠେକୁଆ ଚାଷ । ଠେକୁଆ ମାଂସ ବେଶ ମହଙ୍ଗା ହୋଇଥିବାରୁ ଚାଷ କରିବା ପ୍ରତି ଆକୃଷ୍ଟ ହୋଇ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଚାଷ ଆରମ୍ଭ କରିଥିଲେ ପ୍ରଭାସିନୀ। ଆଉ ମାତ୍ର କିଛି ଦିନ ଭିତରେ ଏସବୁ ଠେକୁଆକୁ ବିକ୍ରି କରାଯିବ। ସେନେଇ ଖୋର୍ଦ୍ଧାର ୱର୍ନେ ଆଗ୍ରୋ କମ୍ପାନୀ ପ୍ରଭାସିନୀଙ୍କ ସହିତ ଚୁକ୍ତି କରିଛି।

ଠେକୁଆ ଚାଷ ପାଇଁ ସରକାରୀ ସ୍ତରରେ ଆର୍ଥିକ ସହାୟତା ସହିତ ରପ୍ତାନୀ ପାଇଁ ବଜାରର ବ୍ୟବସ୍ଥା କରାଗଲେ ପ୍ରଭାସିନୀଙ୍କ ପରି ବହୁ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ।

ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button