ଧର୍ମ

ଭଗବାନ କୃଷ୍ଣ କୁହନ୍ତି, ଏହି ଗଛ ଘରେ ଆପେ ଆପେ ଉଠିଲେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ସେହି ଘରର ଲୋକେ

ବନ୍ଧୁଗଣ  ଭଗବାନ କୃଷ୍ଣ କହିଛନ୍ତି ଯେଉଁ ଘରେ ଏହି ଗଛ ଆପେ ଆପେ ଉଠିଯାଏ ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏହି ଗଛ କୌଣସି ଗ୍ଝାରେ ଆପେ ଆପେ ଉଠିଗଲେ ସେହି ବ୍ଯକ୍ତିର ଦାରିଦ୍ରତାର ନାସ ହୋଇଥାଏ । ଏହି ଗଛକୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ମାନାଯାଇଛି । ଏହି ଗଛ ଯେଣୁଠି ରହିଥାଏ ସେଠାରେ ପଜେଟିଭ ବାତାବରଣ ରହିଥାଏ । ଆଉ ଯେଉଁଠି ଏହି ଗଛ ଶୁଖିଯାଏ ସେଠାରେ ନେଗେଟିଭ ଊର୍ଜାର ବାସ ହୋଇଥାଏ । ତେଣୁ ଏହି ଗଛ ଘରେ ରହିବା ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରର ଆଖାପାଖରେ କେଉଁ ଗଛ ଉଠିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

୧- ତୁଳସୀ ଗଛ : ଭଗବାନ କୃଷ୍ଣ କୁହନ୍ତି ତୁଳସୀ ଗଛ ସବୁଠାରୁ ପବିତ୍ର ହୋଇଥାଏ । ଏହା ଯେଉଁ ଠାରେ ହୋଇଥାଏ ସେଠାରେ ଖରାପ ଶକ୍ତି ବାସ କରନ୍ତି ନାହି । ତୁଳସୀରେ ସାକ୍ଷାତ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାର ନିତ୍ୟ ପୂଜା କରିଲେ ଘରେ ସୁଖ ଶାନ୍ତି ରହିଥାଏ । କିନ୍ତୁ ତୁଳସୀ ଗଛ ଆପେ ଆପେ ଉଠିଗଲେ ଅତ୍ୟନ୍ତ ଶୁଭ ହେବା ସହ ମା ଲକ୍ଷ୍ମୀ ଘରେ ଆସିବାର ସୂଚନା ମିଳିଥାଏ । ଏହା ସହ ଧନ ଆଗମନର ସୂଚନା ଦେଇଥାଏ ।

୨- କଦଳୀ ଗଛ : କଦଳୀ ଗଛରେ ଭଗବାନ ବିଶୁଣୁଙ୍କ ବାସ ହୋଇଥାଏ । ଏହି ଗଛ ଘରେ ଲଗାଇଲେ ସବୁ ଦୁଖର ନାସ ହୋଇଥାଏ । ଗୁରୁବାର ଦିନ କଦଳୀ ଗଛ ପୂଜା କରିଲେ ଭଗବାନ ବିଶୁଣୁ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଏହି ଗଛ ଆପେ ଆପେ ଉଠିଗଲେ ଶୁଭ ହେବ ସହ ବ୍ୟକ୍ତି ଅନେକ ଦିନରୁ ରୋଗରେ ପଡିଥିଲେ ଭଲ ହୋଇଥାନ୍ତି । ଏହି ଗଛ ଘରେ ଥିଲେ ଅକାଳ ମୃତ୍ୟୁ ହୁଏ ନାହି ।

୩- ଅଶୋକ ଗଛ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୋକ ଗଛ ଶୋକର ନାସ କରିବାର ପ୍ରତେକ ହୋଇଥାଏ । ଏହି ଗଛ ଘରେ ଲଗାଇବା ଦ୍ଵାରା ବହୁତ ଅଶୁଭ ସଂକେତ ଦେଇଥାଏ । ଯଦି ଘରେ ପାଖରେ ଥିବା ଶୋକ ଗଛ ଶୁଖିଯାଏ ତେବେ ଜାଣିବେ ଘରେ ଖାରପ ନଜର ଲାଗିଛି । କିନ୍ତୁ ଯଦି ଏହି ଗଛ ଆପେ ଆପେ ଉଠିଯାଏ ତେବେ ସଂକେତ ମିଳିଥାଏ କି ଦୁଖର ଅନ୍ତ ହୋଇ ଶୁଭ ଘଡି ଆସିବାକୁ ଯାଉଛି ।

୪- ନିମ ଗଛ : ନିମ ଗଛ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛ ରୋଗ ତଥା ଶୋକର ବିନାଶ କରିଥାଏ । ଏହି ଗଛ ଘରେ ଆପେ ଆପେ ଉଠିଗେଲ ଶୁଭ ସଂକେତ ଦେଇଥାଏ । ଏହି ଗଛକୁ ନିତ୍ୟ ଜଳ ଅର୍ପଣ କରିବା ସହ ପୂଜା କରିବା ଉଚିତ ।

୫- ଅରଖ ଗଛ : ଶାସ୍ତ୍ର ଅନୁଯାୟୀ ଅରଖ ଗଛ ଘରେ ଆପେ ଆପେ ଉଠିଲେ ଶୁଭ ସଂକେତ ମାନା ଯାଇଥାଏ । ଏହା ଦ୍ଵାରା ଜୀବନରୁ ଦୁଖ ଦାରିଦ୍ରତା ନାସ ହୋଇଥାଏ । ଏହାର ପାତ୍ର ହନୁମାନଙ୍କୁ ଅର୍ପଣ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button