ଧର୍ମ

ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ୫ଟି ପୁରୁଣା ଜିନିଷ, ନହେଲେ ରାଗିଯିବେ ମା ଲକ୍ଷ୍ମୀ ପଡ଼ିବନି କୃପାଦୃଷ୍ଟି

ଆଲୋକର ପର୍ବ ଦୀପାବଳୀ, ସବୁଆଡେ ଏବେ ଉତ୍ସବ ମୁଖର।
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଇଥାଏ। ଏହି ଖାସ୍‌ ଉତ୍ସବରେ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା ସହିତ ପୂରା ଘରକୁ ଦୀପରେ ସଜା ଯାଇଥାଏ। କୁହାଯାଏ, ଏହିଦିନ ମା’ ଲକ୍ଷ୍ମୀ ଧରାପୃଷ୍ଠରେ ଅବତରଣ କରିଥାନ୍ତି। ତେଣୁ ଏହିଦିନ ଘରକୁ ସଫାସୁତରା ରଖିଲେ ମା’ଙ୍କ ଶୁଭଦୃଷ୍ଟି ପଡ଼ିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

ତେଣୁ ଘରେ ଥିବା ଭଙ୍ଗାଦଦରା ସାମଗ୍ରୀ ବାହାରକୁ ଫିଙ୍ଗି ଦେବା ଉଚିତ୍‌। କାରଣ ଏହା ଘରେ ନକରାତ୍ମକ ପ୍ରଭାବ ପକାଇଥାଏ। ଯେଉଁଥିପାଇଁ ଲକ୍ଷ୍ମୀଙ୍କ ଆଗମନ ହୋଇ ନ ଥାଏ। ଘରେ ଚିରା, ଫଟା, ଭଙ୍ଗା ଜିନିଷ ରହିଲେ ଲକ୍ଷ୍ମୀ କୋପ କରିଥାନ୍ତି ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ଯଦି ସନ୍ତୁଷ୍ଟ କରିବାକୁ ଚାହୁଁଥାନ୍ତି ତେବେ କିଛି ଭଙ୍ଗା ଜିନିଷକୁ ଘରୁ ବାହାର କରିଦିଅନ୍ତୁ।

ଭଙ୍ଗା ବାସନ : ବାସ୍ତୁ ଅନୁସାରେ ଘରେ ଥିବା ଭଙ୍ଗାରୁଜା ବାସନକୁ ଏହିଦିନ ବାହାରକୁ ଫିଙ୍ଗି ଦିଅନ୍ତୁ।

ଭଙ୍ଗା କାଚ : ଭଙ୍ଗା କାଚ ଘରେ ରହିଲେ ଦୁର୍ଭାଗ୍ୟକୁ ଡାକି ଆଣିଥାଏ। ଏଥିପାଇଁ କାଚରେ ତିଆରି ହୋଇଥିବା ଝରକା, କବାଟ କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ତୁରନ୍ତ ଘରୁ ହଟାଇ ଦିଅନ୍ତୁ।

ବନ୍ଦ ଘଣ୍ଟା : କୁହାଯାଏ, ବନ୍ଦ ଘଣ୍ଟା ଘରେ ଥିଲେ ପରିବାରର ଅମଙ୍ଗଳ ହୋଇଥାଏ। ଅର୍ଥାଭାବ ଦେଖାଦିଏ। ତେଣୁ ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ। ସେହିପର ଭଙ୍ଗା ମୂର୍ତ୍ତି, ଅଚଳ ଇଲେକ୍ଟ୍ରିକାଲ୍‌ ସାମଗ୍ରୀ ଆଦିକୁ ଘରକୁ ବାହାର କରିଦିଅନ୍ତୁ। ଦେଖିବେ ଲକ୍ଷ୍ମୀ ଆପଣଙ୍କ ସଦା ପ୍ରତି ପ୍ରସନ୍ନ ରହିବେ।

ପୁରୁଣା ଚପଲ ଜୋତା: ଘରେ ପୁରୁଣା ଜୋତା ଓ ଚପଲ ଯାହା ଆପଣ ବ୍ୟବହାର କରୁ ନାହାନ୍ତି ତାକୁ ଫିଙ୍ଗି ଦିଅନ୍ତୁ ଏହି ପୁରୁଣା ଜିନିଷ ଘରେ ନକାରାତ୍ମକ୍ତା ଓ ଦୁର୍ଭାଗ୍ୟ ଆଣିଥାଏ।

ଭଙ୍ଗା ଆଇନା: ଏହାକୁ ରଖିଲେ ଘରେ ନକାରାତ୍ମକ ଊର୍ଜା ଆସିଥାଏ ଏବଂ ଘର ଲୋକଙ୍କୁ ମାନସିକ ପୀଡା ହୋଇଥାଏ ଏହା ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button