ଦେଶ ବିଦେଶ

ଭଲ ଲୋକଙ୍କ ସହିତ ସର୍ବଦା ଖରାପ କାହିଁକି ହୋଇଥାଏ ? ଜାଣନ୍ତୁ କଣ କୁହନ୍ତି ଭଗବାନ ଶ୍ରୀ କୃଷ୍ଣ

। ସୂଚନା ଅନୁସାରେ ଭଗବାନଙ୍କର ଉପରେ ସମସ୍ତଙ୍କର ଆସ୍ଥା ଓ ଭରସା ରହିଥାଏ । ତେଣୁ ମନୁଷ୍ୟ ନିଜ ଜୀବନର ସମସ୍ତ ଭଲ ଓ ଖରାପ ପରିସ୍ଥିତି ସେ କାହାକୁ କହୁ ଅବା ନକହୁ ଭଗବାନଙ୍କୁ ନିଶ୍ଚୟ ଭାବରେ ନିଜ ମନ କଥା କହିଥାଏ । ତେଣୁ ଅର୍ଜୁନ ଥରେ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ । ହେ ପ୍ରଭୁ ସବୁବେଳେ ଭଲ ମଣିଷଙ୍କୁ ହିଁ କଣ ପାଇଁ ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ । ସେତେବେଳେ ଶ୍ରୀକୃଷ୍ଣ କହିଥିଲେ ।

 

ଅର୍ଜୁନ ତୁମର ଧାରଣା ସଂପୂର୍ଣ୍ଣ ଭାବରେ ଭୁଲ୍ କାରଣ ଭଗବାନ କେବେ ମଧ୍ୟ କାହା ସହିତ ଅନ୍ୟାୟ କରନ୍ତି ନାହିଁ । ଯାହା କରନ୍ତି ପ୍ରାଣୀର  ଭଲ ପାଇଁ ହିଁ କରିଥାନ୍ତି । କାରଣ ସେ ମନୁଷ୍ୟ ମାନଙ୍କର କର୍ମ ଅନୁସାରେ ହିଁ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି । ତାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ କହିଲେ । ଯେଉଁ ମନୁଷ୍ୟ ଗତ ଜନ୍ମରେ ପୂଣ୍ୟ କର୍ମ ତଥା ଦାନଧର୍ମ କରିଥାଏ ।

ସେ ସେହି ସଞ୍ଚିତ ପୂଣ୍ୟ ସହ ଯଦି ଏହି ଜନ୍ମରେ ଆହୁରି ମଧ୍ୟ ପୂଣ୍ୟ କରିଥାଏ । ତେବେ ସେ ବ୍ୟକ୍ତି ବହୁ ସୁଖରେ ଜୀବନଯାପନ କରିଥାଏ । ଯେଉଁ ବ୍ୟକ୍ତି ଗତ ଜନ୍ମରେ ଖରାପ କାର୍ଯ୍ୟ କରିଥାଏ । ସେହି ବ୍ୟକ୍ତି ଏହି ଜନ୍ମରେ ଯେତେ ମଧ୍ୟ ଭଲ କାର୍ଯ୍ୟ କରିଥାଉ । ତା’ ର ସଞ୍ଚିତ ଖରାପ କର୍ମର ଫଳ ନସରିବା ପର୍ଯ୍ୟନ୍ତ ବ୍ୟକ୍ତି ଏହିପରି ହିଁ କଷ୍ଟ ଯନ୍ତ୍ରଣା ପାଇଥାଏ।

 

ଯେଉଁ ବ୍ୟକ୍ତି ଗତ ଜନ୍ମର ପୂଣ୍ୟକୁ ପାଇବା ସହିତ ଏହି ଜନ୍ମରେ ଆଉ ଭଲ କର୍ମ ନକରି ଖରାପ କର୍ମରେ ନିଜକୁ ଲିପ୍ତ କରି ରଖିଥାଏ । ତେବେ ସେହି ବ୍ଯକ୍ତିର ଧୀରେ ଧୀରେ କରି ଯେତେବେଳେ ସମସ୍ତ ପୂଣ୍ୟଫଳ ସରିଯାଇଥାଏ । ତେବେ ସେହି ବ୍ୟକ୍ତିକୁ ତା’ ର ଖରାପ କର୍ମର ଫଳ ମିଳିବାକୁ ହିଁ ଆରମ୍ଭ କରିଥାଏ । ତେଣୁ ଆମ ଏହି ଦୁନିଆରେ ଯାହା ଘଟୁଛି।

ତାହାକୁ ଦେଖି ତା’ ପଛର ସଠିକ କଥା ନଜାଣି ନବୁଝି ଯଦି ଅନ୍ୟକୁ ଦେଖି ନିଜ ମନ ଊଣା କରିବା ତେବେ ତାହା ଠିକ କଥା ହୋଇନଥାଏ । ତେଣୁ ଭଗବାନ ମନୁଷ୍ୟକୁ ଏହି ଧରା ପୃଷ୍ଠରେ ଜନ୍ମ ଦେଇଥାନ୍ତି ସତ କିନ୍ତୁ କାହାକୁ କର୍ମ ଦେଇନଥାନ୍ତି । ବ୍ୟକ୍ତି ନିଜ କର୍ମ ଅନୁସାରେ ନିଜର ଭାଗ୍ୟକୁ ନିର୍ଧାରିତ କରିଦେଇଥାଏ ।

 

ଭଗବାନ ସମସ୍ତ ପାପ ଓ ପୂଣ୍ୟକୁ ମିଶାଇ ଯେଉଁ ବ୍ୟକ୍ତି ଯେଉଁ ଫଳ ପ୍ରାପ୍ତ ଦରକାର । ସେହି ବ୍ୟକ୍ତିକୁ ସେହି ଫଳ ହିଁ ପ୍ରଦାନ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button