ଘରେ ରଖାଯାଉଥିବା କିଛି ଜିନିଷ ଟଙ୍କାର ବର୍ଷା କରିଥାଏ। ଆପଣଙ୍କ ଘରେ ନାହିଁ ତ।

ଘରର ପୂଜା ଘରେ ଆମେ ପୂଜାପାଠ କରିଥାଉ ଏବଂ ପୂଜାପାଠ ମାଧ୍ୟମରେ କିଛି ଜିନିଷ ଦେଖିବା ଏବଂ ମନେଇବାକୁ କରିବାକୁ ଚେଷ୍ଟା କରିଥାଉ। ଯାହା ଦ୍ୱାରା ପୂଜାର ଫଳ ଆମକୁ ପ୍ରାପ୍ତ ହୋଇପାରିବ ଏବଂ ସେଥିପାଇଁ ଘରେ ଦେବୀ ଦେବତାଙ୍କ ଫୋଟ ଆଦି ରଖିଥାଉ। ଯାହା ଦ୍ୱାରା ତାଙ୍କର ସୁନ୍ଦର ରୂପ ଦେଖିପାରିବା ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିପାରିବା। ଯଦି ଆମେ ପୂଜା ଘରେ ଏହି ମୂର୍ତି ସହିତ ଅନ୍ୟ ମୂର୍ତି ବି ରଖିବା ତ ନିଶ୍ଚୟ ଆମର ଭାଗ୍ୟ ବଦଳି ଯାଇଥାଏ ଏବଂ ଆମ ଜୀବନରେ ସବୁ କାଙ୍ଗାଳୀ ଦୂର ହୋଇଥାଏ।
ଆସନ୍ତୁ ଜାଣିବା କେଉଁ ୨ ଟି ମୂର୍ତି ଏକା ସହିତ ରଖିବା ଉଚିତ। ଯାହା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇପାରିବ।
ଯଦି ଆପଣ ବାଳ ଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମା ରାଧାଙ୍କ ମୂର୍ତ୍ତି ବି ରଖିବା ଉଚିତ। ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରାଧାଙ୍କ ଫୋଟ ନିଶ୍ଚୟ ରହିବା ଉଚିତ। ଏହା ପ୍ରେମ ଏବଂ ଏକତାର ଏକ ଏମିତି ଅନୁଭୂତି ଯାହା ଯେଉଁ ଘରେ ଏମିତି ଫୋଟ ଥାଏ ତ ସେହି ଘରେ କୌଣସି ବି ପ୍ରକାରର ଗୃହ କ୍ଳେଶ ହୋଇନଥାଏ। ସ୍ୱାମୀ ସ୍ତ୍ରୀ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ପରସ୍ପର ଭିତରେ ଭଲ ସମ୍ବଦ୍ଧ ବନି ରହିଥାଏ। ଘରେ ଧନ ଧାନ୍ୟର ଅଭୁବୃଦ୍ଧି ହୋଇଥାଏ।
ମା ଲକ୍ଷ୍ମୀଙ୍କର ପୂଜା କରୁଥିଲେ ଭଗବାନ ବିଷ୍ଣୁଙ୍କର ବି ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଏକା ସହିତ ପୂଜା କରିବା ଉଚିତ। ଯଦି ଆପଣ ନିଜ ପୂଜା ଘରେ ଲକ୍ଷ୍ମୀନାରାୟଣଙ୍କର ପୂଜା କରନ୍ତି ତ ଆପଣଙ୍କ ଘରେ ୪ ଗୁଣା ଉନ୍ନତି ହେବ।
ଘରର ଗୋଟେ ସ୍ଥାନରେ ପୂଜା ଘର ନିଶ୍ଚୟ ବନାଯାଇଥାଏ ଏବଂ ଅନେକ ଥର ପୂଜାର ଫଳ ମିଳିନଥାଏ। ଯେଉଁଠାରେ ସକାରାତ୍ମକ ଉର୍ଜାର ନାଶ ହୋଇଥାଏ ଏବଂ ସେଠାରେ ଅସ୍ଥାୟୀ ଭାବରେ ନକରାତ୍ମକ ଉର୍ଜା ବାସ କରିଥାଏ। ଏପରି ଭାବେ ଗରିବତା ସେହି ଘରେ ବାସସ୍ଥାନ ବନେଇଥାଏ। ହିନ୍ଦୁ ଧର୍ମରେ ମନ୍ଦିରରେ ବିଶେଷ ମହତ୍ୱ ରହିଥାଏ। ତେବେ ଆସନ୍ତୁ କଣ ସବୁ ନିୟମ ରହିଛି ପୂଜା ଘରକୁ ନେଇ ପୂଜା ଘର କେଉଁ ସ୍ଥାନରେ ରହିବା ଉଚିତ ଏବଂ ପୂଜା ଘରେ କେଉଁ ସବୁ ଜିନିଷ ରଖିବା ଉଚିତ ନୁହେଁ।
ପୂଜା ଘର ବା ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଐଶ୍ଵନ୍ୟ କୋଣରେ ହେବା ଦରକାର। ଯଦି ପୂଜା ଘର ବାସ୍ତୁର ବିପରୀତରେ ହୁଏ କିମ୍ବା ଯେଉଁଠି ବି ଆପଣ ପୂଜା କରନ୍ତି ସେହି ପୂଜାରେ ଆପଣଙ୍କ ମନ ଲାଗିବ ନାହିଁ କି ତାର ଫଳ ମିଳିବ ନାହିଁ।
ଆପଣଙ୍କ ପୂଜା ଘରେ କେବଳ ଗୋଟିଏ ଭଗବାନଙ୍କର ଗୋଟିଏ ହିଁ ଫୋଟ ରହିବା ଉଚିତ। ଗୋଟେ ଭଗବାନଙ୍କର ୨ ଟି ଫୋଟ ରଖିବା ଉଚିତ ନୁହେଁ। ଏହାକୁ ବହୁତ ଅଶୁଭ ମାନଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କ ଫୋଟ ବ୍ୟତୀତ କୌଣସି ଗୁରୁ କିମ୍ବା କୌଣସି ପୁର୍ବଜ ମାନଙ୍କର ଫୋଟ କେବେବି ଲଗେଇବେ ନାହିଁ। ଏହା ଦ୍ବାରା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଏଥିପାଇଁ ଏମିତି ଭୁଲ କରିବେ ନାହିଁ।