ମନୋରଞ୍ଜନ

ଜୀବନରେ କେବେ ବି ଅଲଗା ହୁଅନ୍ତି ନାହିଁ ଏହି 5 ଟି ନାମର ଯୋଡି- Numerology

ପ୍ରେମର ଅନେକ ପରିଭାଷା ରହିଛି। କୁହାଯାଏ ଜୀବନରେ ପ୍ରେମ ଲାଭ କରିବା ଯେତେ ମୁସ୍କିଲ ତାକୁ ଠିକ୍ ଭାବେ ନିଭାଇବା ମଧ୍ୟ ତା ଠୁ ମୁସ୍କିଲ। ତନ୍ମଧ୍ୟରୁ ଏକ ଖାସ୍ ସମ୍ପର୍କ ହେଉଛି ଆପଣଙ୍କର ନିଜ ଜୀବନସାଥି ସହ। ପୁଅ ହୁଅନ୍ତୁ ଅବା ଝିଅ ସମସ୍ତେ ସ୍ବପ୍ନ ଦେଖନ୍ତି କି ତାଙ୍କ ଜୀବନସାଥି ତାଙ୍କୁ ଖୁବ୍ ପ୍ରେମ କରନ୍ତୁ ଓ ଜୀବନର ପ୍ରତିଟି ପରିସ୍ଥିତିରେ ତାଙ୍କ ସହ ଠିଆ ହୁଅନ୍ତୁ। ଆଜି ଆମେ ଆପଣଙ୍କୁ କିଛି ଏପରି ନାମର ଯୋଡ଼ି ବିଷୟରେ ଜଣାଇବୁ ଯେଉଁ ମାନଙ୍କ ମଧ୍ୟରେ ଅତୁଟ ପ୍ରେମ ରହିଥାଏ ବୋଲି କୁହାଯାଏ। ଆଉ ଏହି ଯୋଡ଼ି ମାନେ କେବେ ମଧ୍ୟ ପରସ୍ପର ଠୁ ଅଲଗା ହୁଅନ୍ତି ନାହିଁ।

A ଓ S ନାମର ଯୋଡ଼ି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ A ଓ S ନାମର ଯୋଡ଼ି ସ୍ଵର୍ଗରୁ ଗଢ଼ି ହୋଇ ଆସିଥାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ କି ଏହି ଯୋଡ଼ି ମଧ୍ୟରେ ଅତୁଟ ଓ ଗଭୀର ସମ୍ପର୍କ ରହିଥାଏ। ଏହି ନାମର ଯୋଡ଼ି ପରସ୍ପରକୁ ନିଃସ୍ଵାର୍ଥ ପ୍ରେମ କରିଥାନ୍ତି। ଏମାନେ ଏକାଠି ଖୁସିରେ ଜୀବନ ଅତିବାହିତ କରିଥାନ୍ତି ଓ ଯେତେ ସମସ୍ୟା ଆସିଲେ ମଧ୍ୟ ପରସ୍ପରର ହାତ ଧରି ରହିଥାନ୍ତି।

B ଓ M ନାମର ଯୋଡ଼ି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ B ଓ M ନାମର ଯୋଡ଼ି ପରସ୍ପରକୁ ଅସୀମ ପ୍ରେମ କରିଥାନ୍ତି ଓ ନିଜ ସାଥିଙ୍କୁ ଧୋକା ଦେବାକୁ ଏମାନେ କେବେ ମଧ୍ୟ ଭାବି ପାରନ୍ତିନି। ଏମାନଙ୍କ ଚିନ୍ତାଧାରା, ଜୀବନକୁ ନେଇ ବିଚାର ଓ ସ୍ଵଭାବ ପରସ୍ପର ସହ ଖୁବ୍ ମେଳ ଖାଏ। ସେହି କାରଣରୁ ଏମାନଙ୍କ ଯୋଡ଼ି ଖୁବ୍ ଜମିଥାଏ ଓ ଏମାନେ କେବେ ମଧ୍ୟ ପରସ୍ପର ଠୁ ଅଲଗା ହୋଇ ପାରନ୍ତିନି।

P ଓ R ନାମର ଯୋଡ଼ି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ P ଓ R ନାମର ଯୋଡ଼ିକୁ ମଧ୍ୟ ଖୁବ୍ ଭାଗ୍ୟଶାଳୀ ବୋଲି କୁହାଯାଏ। କୁହାଯାଏ କି ଏହି ନାମର ଯୋଡ଼ି ବନୁଥିଲେ ଏହି ଯୋଡ଼ି ଉପରେ ଆଖି ବୁଜି ବିଶ୍ୱାସ କରା ଯାଇ ପାରେ। ସମୟ ବିତିବା ସହ ଏମାନଙ୍କ ସମ୍ପର୍କରେ ପ୍ରେମ ଆହୁରି ମଧ୍ୟ ଗଭୀର ହୋଇଥାଏ। ଏହି କାରଣରୁ ଏମାନଙ୍କ ସମ୍ପର୍କରେ ଦୃଢ଼ତା ବୃଦ୍ଧି ପାଇଥାଏ। ପରସ୍ପର ଉପରେ ଭରସା ଓ ଅତୁଟ ପ୍ରେମ ହିଁ ଏମାନଙ୍କୁ ଜୀବନରେ କେବେ ଅଲଗା ହେବାକୁ ଦିଏ ନାହିଁ।

K ଓ T ନାମର ଯୋଡ଼ି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ K ଓ T ନାମର ଯୋଡ଼ି ସେହି ଭାଗ୍ୟଶାଳୀ ଯୋଡ଼ି ମାନଙ୍କ ମଧ୍ୟରୁ ଗୋଟେ ଯାହା କେବେ ଭାଙ୍ଗି ଯାଏ ନାହିଁ। ଏହି ଯୋଡ଼ି ଜୀବନରେ କେବେ ଅଲଗା ହୁଅନ୍ତି ନାହିଁ ଓ ଏମାନେ ସମ୍ପୂର୍ଣ୍ଣ ବିଶ୍ଵସ୍ତତାର ସହ ନିଜ ସମ୍ପର୍କକୁ ନିଭାନ୍ତି। ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଏମାନେ ପରସ୍ପରର ସାଥ୍ ଦିଅନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଦୁର୍ବଳ ହୋଇଗଲେ ଅନ୍ୟ ଜଣେ ତାଙ୍କୁ ସମ୍ଭାଳି ନିଅନ୍ତି।

H ଓ J ନାମର ଯୋଡ଼ି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ H ଓ J ନାମର ଯୋଡ଼ିଙ୍କ ମଧ୍ୟରେ ମଧ୍ୟ ଅତୁଟ ପ୍ରେମ ଦେଖିବାକୁ ମିଳିଥାଏ। ଏମାନେ ଜୀବନକୁ ଖୋଲିକରି ବଞ୍ଚିବାକୁ ପସନ୍ଦ କରନ୍ତି। ଏହି ଯୋଡ଼ି ମଧ୍ୟରେ ଖୁବ୍ ଭଲ ବୁଝାମଣା ରହିଥାଏ। ଯାହାର ପ୍ରଭାବ ଏମାନଙ୍କ ସମ୍ପର୍କରେ ଦେଖିବାକୁ ମିଳିଥାଏ। ଏମାନେ ସମ୍ପୂର୍ଣ୍ଣ ସତ୍ୟତା ଓ ବିଶ୍ଵସ୍ତତା ସହ ନିଜ ସମ୍ପର୍କକୁ ନିଭାଇଥାନ୍ତି ଓ ନିଜ ସାଥିଙ୍କର ଖୁବ୍ ସମ୍ମାନ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button