ଦେଶ ବିଦେଶ

ଏୟାରବସରୁ ୨୫୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏୟାରବସରୁ ୨୫୦ ବିମାନ କିଣିବ । ଏନେଇ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ଓ ଫ୍ରାନ୍ସର ଏୟାରବସ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଏକ ଭର୍ଚୁଆଲ ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଉପସ୍ଥିତିରେ ଏହି ଡିଲ୍ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରକୁ ଦୁଇ ହଜାରରୁ ଅଧିକ ବିମାନ ଆବଶ୍ୟକ।

ଏହି ଚୁକ୍ତି ଅନୁଯାୟୀ ଏୟାର ଇଣ୍ଡିଆ ଏୟାରବସ ଠାରୁ ୪୦ଟି ଚଉଡା ଓ ଦୀର୍ଘ ଦୂରତା ବିଶିଷ୍ଟ ବିମାନ ଏବଂ ୨୧୦ଟି ନେରୋ ବଡ଼ି ବିଶିଷ୍ଟ ଏୟାରକ୍ରାଫ୍ଟ କିଣିବ । ୧୭ ବର୍ଷ ପରେ ନୂଆ ବିମାନ ପାଇଁ ଅର୍ଡର କରିଛି ଏୟାର ଇଣ୍ଡିଆ ଓ ଟାଟା ଗ୍ରୁପ୍ ଅଧୀନକୁ ଆସିବା ପରେ ଏୟାର ଇଣ୍ଡିଆର ଏହା ପ୍ରଥମ ଅର୍ଡର ।

ଏୟାରବସ୍ ସହିତ ହୋଇଥିବା ଚୁକ୍ତି ଏୟାର ଇଣ୍ଡିଆ ଦ୍ୱାରା ୪୭୦ ବିମାନର ଏକ ବୃହତ ଅର୍ଡରର ଅଂଶବିଶେଷ । ଏଥିରେ ବୋଇଂର ୨୨୦ ବିମାନ ପାଇଁ ଅର୍ଡର ରହିଥିବା ଆଶା କରାଯାଉଛି | ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଭାରତ ଓ ଫ୍ରାନ୍ସ ମଧ୍ୟରେ ଗଭୀର ସମ୍ପର୍କ ସହ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ସଫଳତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ବିମାନ ଡିଲ୍ ଇତିହାସରେ ଏହା ସବୁଠାରୁ ବଡ ଅର୍ଡର ବୋଲି କୁହାଯାଉଛି ।

ଏହି ଚୁକ୍ତି ପାଇଁ ଏୟାର ଇଣ୍ଡିଆ ଏବଂ ଏୟାରବସକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ଆମର ରିଜିଓନାଲ କନେକ୍ଟିଭିଟି ସ୍କିମ (ଉଡାନ) ମାଧ୍ୟମରେ ଦେଶର ଦୂରଦୂରାନ୍ତର ସ୍ଥାନକୁ ଏୟାର କନେକ୍ଟିଭିଟି ଦ୍ୱାରା ଯୋଡ଼ା ଯାଉଛି, ଯାହା ଲୋକଙ୍କ ଆର୍ଥିକ ତଥା ସାମାଜିକ ବିକାଶରେ ସହାୟକ ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button